Japan Princess:ଚାକିରି କରିବେ ଜାପାନ ସମ୍ରାଟଙ୍କ ଝିଅ !
Advertisement
Article Detail0/zeeodisha/odisha2074837

Japan Princess:ଚାକିରି କରିବେ ଜାପାନ ସମ୍ରାଟଙ୍କ ଝିଅ !

ଜାପାନ ସମ୍ରାଟଙ୍କ ଝିଅ ଚାକିରି କରିବେ । ଏହି ଖବର କେବଳ ଜାପାନ ନୁହେଁ ପୁରା ବିଶ୍ୱ ପାଇଁ ଚକିତ କରିବା ଭଳି ଖବର । କାରଣ ଜାପନା ରାଜପରିବାର ସାଧାରଣତଃ ଲାଇମଲାଇଟଠାରୁ ଦୁରେଇ ରହିଥାନ୍ତି  । ଏମିତିରେ ବିଳାଶବ୍ୟଶନ ଛାଡି ଜାପାନ ରାଜକୁମାରୀ  ସାଧାରଣ ଲୋକ ପରି ରେଡ୍ କ୍ରସ୍ ସୋସାଇଟିରେ କାମ କରିବେ,ତାହା ଅନେକଙ୍କୁ ଚକିତ କରୁଛି

SOCIAL MEDIA

Japan Princess:

ଜାପାନ ସମ୍ରାଟଙ୍କ ଝିଅ ଚାକିରି କରିବେ । ଏହି ଖବର କେବଳ ଜାପାନ ନୁହେଁ ପୁରା ବିଶ୍ୱ ପାଇଁ ଚକିତ କରିବା ଭଳି ଖବର । କାରଣ ଜାପନା ରାଜପରିବାର ସାଧାରଣତଃ ଲାଇମଲାଇଟଠାରୁ ଦୁରେଇ ରହିଥାନ୍ତି  । ଏମିତିରେ ବିଳାଶବ୍ୟଶନ ଛାଡି ଜାପାନ ରାଜକୁମାରୀ  ସାଧାରଣ ଲୋକ ପରି ରେଡ୍ କ୍ରସ୍ ସୋସାଇଟିରେ କାମ କରିବେ,ତାହା ଅନେକଙ୍କୁ ଚକିତ କରୁଛି । ରେଡକ୍ରସରେ ଚାକିରି କରିବାକୁ ବାହାରିଥିବା ଜାପାନର ରାଜକୁମାରୀଙ୍କ ନାମ ହେଉଛି ଏକୋ । ଜାପାନର ସମ୍ରାଟ ନାରୁହିତୋ ଏବଂ ସାମ୍ରାଜ୍ଞୀ ମାସାକୋଙ୍କର ଏକମାତ୍ର ସନ୍ତାନ ।ବିଶ୍ୱବିଦ୍ୟାଳୟ ଶିକ୍ଷା ସମସ୍ତା କରିବା ପରେ ଏକୋ ଚାକିରି କରିବେ ବୋଲି ଜଣା ପଡିଛି ।  ଆସନ୍ତୁ ଜାଣିବା ଜାପାନୀ ରାଜକୁମାରୀ ଏକୋ ତୋଷୀ ନାମରେ ମଧ୍ୟ ଜଣାଶୁଣା ।ଏକୋ ୟୁନିଭରସିଟିରୁ ଅଧ୍ୟୟନ ସମାପ୍ତ କରିବା ପରେ ସେ ଏପ୍ରିଲରୁ ଜାପାନର ରେଡ କ୍ରସ୍ ସୋସାଇଟିରେ କାମ କରିବା ଆରମ୍ଭ କରିବେ ।

ରାଜ ପରିବାରର ସଦସ୍ୟ ହେବା ସତ୍ୱେ 22 ବର୍ଷ ବୟସ୍କା ରାଜକୁମାରୀ ଏକୋ ତାଙ୍କ ପିତାଙ୍କ ଉତ୍ତରାଧିକାରୀ ହୋଇପାରିବେ ନାହିଁ, କାରଣ ଜାପାନର ନିୟମ ଅନୁଯାୟୀ କେବଳ ପୁରୁଷଙ୍କ ରାଜା ସିଂହାସନର ଉତ୍ତରାଧିକାରୀ ହୋଇ ପାରିବେ । ଏହି କାରଣରୁ ରାଜକୁମାରୀ ଏକୋ ଉତ୍ତରାଧିକାରୀ ଦୌଡ଼ରେ ନାହାଁନ୍ତି।

ଆରମ୍ଭରୁ ରେଡ୍ କ୍ରସ୍ ପ୍ରତି ଆଗ୍ରହୀ ଥିଲେ

ରାଜକୁମାରୀ ଏକୋଙ୍କ ଅନୁସାରେ ସେ ସବୁବେଳେ ରେଡକ୍ରସ୍ ପ୍ରତି ଆଗ୍ରହୀ ଥିଲେ। ବର୍ତ୍ତମାନ ରେଡ କ୍ରସ୍ ସୋସାଇଟିରେ ଏକୋଙ୍କ ଭୂମିକା କ’ଣ ହେବ ଏବଂ ସେ କେଉଁ କାମ କରିବେ ତାହା ସ୍ପଷ୍ଟ ହୋଇନାହିଁ। ଏହି ସମୟରେ ଏକୋ ରାଜ ପରିବାର ସହିତ ତାଙ୍କର ସରକାରୀ କର୍ତ୍ତବ୍ୟ ମଧ୍ୟ ପାଳନ କରିବେ ।

ରେଡ କ୍ରସରେ 1923 ଟୋକିଓ ଭୂକମ୍ପର ପ୍ରଦର୍ଶନୀ ଦେଖିଥିଲେ |

ସୂଚନାଯୋଗ୍ୟ ଯେ ନିକଟରେ ଅକ୍ଟୋବର ମାସରେ  1923 ମସିହାର ଟୋକିଓ ଭୂକମ୍ପ ଉପରେ ଆୟୋଜିତ ରେଡକ୍ରସ ପ୍ରଦର୍ଶନୀକୁ  ରାଜକୁମାରୀ ଏକୋ ଦେଖିଥିଲେ । ଏହି ପ୍ରଦର୍ଶନୀ ଦେଖିବାକୁ ସେ ନିଜ ମାତାପିତାଙ୍କ ସହିତ ଯାଇଥିଲେ । ସାମ୍ପ୍ରତିକ ସମୟରେ ଜାପାନରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି । ରାଜକୁମାରୀ ବିପର୍ଯ୍ୟୟ ପୀଡିତ ଲୋକଙ୍କ ପ୍ରତି ମଧ୍ୟ ସମବେଦନା ଜଣାଇଛନ୍ତି।

ସ୍ନାତକୋତ୍ତରର ଶେଷ ବର୍ଷରେ ରାଜକୁମାରୀ

ରାଜକୁମାରୀ ଏକୋ ଗାକୁଶୁଇନ୍ ବିଶ୍ୱବିଦ୍ୟାଳୟରେ ଜାପାନୀ ଭାଷା ଏବଂ ସାହିତ୍ୟ ଅଧ୍ୟୟନ କରୁଛନ୍ତି । ଏହା ହେଉଛି ତାଙ୍କର ଶେଷ ବର୍ଷ । ଜାପାନର ଲୋକମାନେ ରାଜକୁମାରୀ ଏକୋଙ୍କୁ ବହୁତ ସମ୍ମାନ କରନ୍ତି । ରାଜକୁମାରୀଙ୍କ ଏହି ନୂତନ ଭୂମିକାକୁ ଅନେକ ଲୋକ ପ୍ରଶଂସା କରିଛନ୍ତି ।

ଏକୋଙ୍କ ମା ହାର୍ଭାର୍ଡ ଏବଂ ଅକ୍ସଫୋର୍ଡରେ ଅଧ୍ୟୟନ କରିଥିଲେ

ରାଜକୁମାରୀ ଏକୋଙ୍କ ମାତା ମାସାକୋ ଜାପାନରେ ଜଣେ କ୍ୟାରିୟର ମହିଳା, ରାଜକୁମାରୀ ଏବଂ ସାମ୍ରାଜ୍ଞୀ ଭାବରେ ଜଣାଶୁଣା । ସାମ୍ରାଜ୍ଞୀ ମାସାକୋଙ୍କ ଶିକ୍ଷାଗତ ଯୋଗ୍ୟତା ଢେର ଅଧିକ । ସେ ହାର୍ଭାର୍ଡ ଏବଂ ଅକ୍ସଫୋର୍ଡରୁ ଅଧ୍ୟୟନ କରିଛନ୍ତି ଏବଂ ଅନେକ ଭାଷା ବିଷୟରେ ଜାଣିଛନ୍ତି । 1993 ରେ ସେ ଜାପାନର ସମ୍ରାଟ ନାରୁହିତୋଙ୍କୁ ବିବାହ କରିଥିଲେ । ରାଜକୁମାରୀ ଏକୋ 2001 ରେ ଜନ୍ମଗ୍ରହଣ କରିଥିଲେ ।