ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରିଲେ କୋରୋନା ଆକ୍ରାନ୍ତ
Advertisement

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରିଲେ କୋରୋନା ଆକ୍ରାନ୍ତ

ଯାହା ଜଣାପଡ଼ିଛି, ଉକ୍ତ ରୋଗୀଙ୍କ ଗତ ୨୩ ତାରିଖରେ ସ୍ୱାବ ସଂଗ୍ରହ କରାଯାଇଥିଲା । ତେବେ ତାଙ୍କ ରିପୋର୍ଟ ଆସିବା ପୂର୍ବରୁ ଅନ୍ୟ ରୋଗ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଭର୍ତ୍ତି ହୋଇଥିଲେ । 

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରିଲେ କୋରୋନା ଆକ୍ରାନ୍ତ

ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ରୋଗୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଚିନ୍ତାରେ ପଡ଼ିଛି ଜିଲ୍ଲା ପ୍ରଶାସନ । ଉକ୍ତ ରୋଗୀଙ୍କ ବୟସ ୫୪ ବର୍ଷ । ରବିବାର ସକାଳ ୯ଟାରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ଅପରାହ୍ନଟେ ରୋଗୀ ଜଣକ କୋରୋନା ପଜିଟିଭ ବୋଲି ଜଣାପଡ଼ିଥିଲା । ଜିଲ୍ଲା ପ୍ରଶାସନ ଏନେଇ ସୂଚନା ପାଇବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ନେବାକୁ ବ୍ୟବସ୍ଥା କରାଯାଇଥିଲା । 

ଯାହା ଜଣାପଡ଼ିଛି, ଉକ୍ତ ରୋଗୀଙ୍କ ଗତ ୨୩ ତାରିଖରେ ସ୍ୱାବ ସଂଗ୍ରହ କରାଯାଇଥିଲା । ତେବେ ତାଙ୍କ ରିପୋର୍ଟ ଆସିବା ପୂର୍ବରୁ ଅନ୍ୟ ରୋଗ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଭର୍ତ୍ତି ହୋଇଥିଲେ । ନିଜର ସ୍ୱାବ ନିଆଯାଇଥିବା ମଧ୍ୟ ଡାକ୍ତରଙ୍କୁ ସେ ଜଣାଇନଥିଲେ । ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି ।  ତେଣୁ ଡାକ୍ତରଖାନରେ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି । 

ଏହି ରୋଗୀର ସଂସ୍ପର୍ଶରେ ଡାକ୍ତର, ନର୍ସ ଓ ଅନ୍ୟମାନେ ମଧ୍ୟ ଆସିଥିବା କୁହାଯାଉଛି । କାରଣ ଏହି ବ୍ୟକ୍ତିଙ୍କର ବ୍ଲଡ଼ ଟେଷ୍ଟ, ଏକ୍ସରେ ଇତ୍ୟାଦି ମଧ୍ୟ କରାଯାଇଛି ।