ଝାରସୁଗୁଡା: ରାହାସ ବିହାରୀ ନାଏକ। ପେସାରେ ଫଟୋଗ୍ରାଫର ହେଲେ ନିଶାରେ ସମାଜ ସେବୀ। ସ୍ୱେଚ୍ଛାକୃତ ଭାବେ କୋରୋନା ମହାମାରୀରେ ପ୍ରାଣ ହରାଉଥିବା ଲୋକଙ୍କ କରୁଥିଲେ ଶବସତ୍କାର। ହେଲେ ନିଜେ କୋଭିଡ ସଂକ୍ରମିତ ହୋଇ ଆରପାରିକୁ ଚାଲିଗଲେ। ସେଇଠି ତାଙ୍କର ଶବ ସତ୍କାର କରାଯାଇଥିଲା ଯେଉଁଠି ସେ ସ୍ୱେଚ୍ଛାକୃତ ଭାବେ ଅନ୍ୟ କୋଭିଡ ମୃତକଙ୍କ କରୁଥିଲେ ଅନ୍ତିମ ସଂସ୍କାର।


COMMERCIAL BREAK
SCROLL TO CONTINUE READING

ଝାରସୁଗୁଡା (Jharsuguda) ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେଉଥିବା ସମସ୍ତ କାର୍ଯ୍ୟକ୍ରମ କିପରି ସବୁଦିନ ପାଇଁ ମନେ ରହିବ ତାହାର ଭିଡ଼ିଓଗ୍ରାଫି କରିବା ସହ ଫଟୋ ମଧ୍ୟ ଉଠାଇଥାନ୍ତି ପେସାରେ ଫଟୋଗ୍ରାଫର ହେଲେ ନିଶାରେ ସମାଜ ସେବୀ ଭାବେ ଜଣାଶୁଣା ରାହାସ ବିହାରୀ ନାଏକ। କୌଣସି ସାହାଯ୍ୟ ପାଇଁ କେହି ତାଙ୍କୁ ଖବର ଦେଲେ ସିଏ ଆଗ ସହାୟତାର ହାତ ବଢାଇଥାନ୍ତି ଏବଂ ତାଙ୍କ ଦ୍ୱାରା ଯେତେ ସମ୍ଭବ ସେତେ ସାହାଯ୍ୟ ମଧ୍ୟ କରିଥାନ୍ତି।


Also Read: ଚିକିତ୍ସାଧିନ ଅଛନ୍ତି କୋରୋନା ଆକ୍ରାନ୍ତ ପତ୍ନୀ; ଆରପାରିରେ ବାପା-ମାଆ


ଝାରସୁଗୁଡ଼ାସ୍ଥିତ ଏଚ.କଣ୍ଟାପାଲି ଅଞ୍ଚଳର ରାହାସ ବିହାରୀ ନାଏକ। କୋଭିଡ ସମୟରେ କୌଣସି ବାଧ୍ୟବାଧକତା ନଥିଲା ତାଙ୍କୁ କୌଣସି କାର୍ଯ୍ୟ କରିବା ପାଇଁ। ହେଲେ ନିଜକୁ ଲୁଚାଇ ନରଖି ଘରୁ ବାହାରିଥିଲେ ନିଜ ପକ୍ଷରୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବା ପାଇଁ। ଗତବର୍ଷ ଆଉ ଚଳିତ ବର୍ଷ ଜିଲ୍ଲାରେ ଯଦି କାହାର କୋରୋନା କାରଣରୁ ମୃତ୍ୟୁ ହୁଏ ତାହେଲେ କଣ୍ଟାପାଲି ନିକଟସ୍ଥ କୋଭିଡ ଅନ୍ତିମ ସଂସ୍କାର କେନ୍ଦ୍ରରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ପାଳନ କରାଯାଇଥାଏ ଅନ୍ତିମ ସଂସ୍କାର। 


Also Read: କୋରୋନା ଭୟରେ ଆସିଲେ ନାହିଁ କେହି; ମୃତକଙ୍କ ଶବ ସତ୍କାର କଲେ ଯୁବା ମଞ୍ଚ ସଦସ୍ୟ


ଏହି କାର୍ଯ୍ୟରେ ମଧ୍ୟ ନିଜକୁ ସମର୍ପିତ କରିଦେଇଥିଲେ ସେ। ହେଲେ ସମାଜସେବା କରୁ କରୁ ନିଜେ ହୋଇଯାଇଥିଲେ କୋରୋନା ସଂକ୍ରମିତ। ସୁନ୍ଦରଗଡ ଠାରେ ଚାଲିଥିଲ ତାଙ୍କର ଚିକିତ୍ସା। ହେଲେ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କୁ ସେହି ସମାନ ସ୍ଥାନରେ ପିପିଇ କିଟ ପିନ୍ଧି ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ମୃତ୍ୟୁକୁ ଜିଲ୍ଲାବାସୀ ସହଜେ ବିଶ୍ୱାସ କରି ପାରୁନାହାଁନ୍ତି।