ଚିକିତ୍ସାଧିନ ଅଛନ୍ତି କୋରୋନା ଆକ୍ରାନ୍ତ ପତ୍ନୀ; ଆରପାରିରେ ବାପା-ମାଆ
Advertisement
Article Detail0/zeeodisha/odisha909961

ଚିକିତ୍ସାଧିନ ଅଛନ୍ତି କୋରୋନା ଆକ୍ରାନ୍ତ ପତ୍ନୀ; ଆରପାରିରେ ବାପା-ମାଆ

କୋରୋନା ମହମାମାରୀ ସମୟରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜ ନଗର ପୌରାଞ୍ଚଳସ୍ଥିତ ଓରିଏଣ୍ଟ୍‌ ଥାନା କାଳୀନଗର ଅଞ୍ଚଳରେ ଏଭଳି ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି। 

ଚିକିତ୍ସାଧିନ ଅଛନ୍ତି କୋରୋନା ଆକ୍ରାନ୍ତ ପତ୍ନୀ; ଆରପାରିରେ ବାପା-ମାଆ

ଝାରସୁଗୁଡ଼ା: ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା। କୋରୋନାରେ ଆକ୍ରାନ୍ତ ହୋଇ ପତ୍ନୀ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ବୁର୍ଲାସ୍ଥିତ କୋଭିଡ ହସ୍ପିଟାଲ ଠାରେ ସ୍ତ୍ରୀକୁ ଜଗିଛି ସ୍ୱାମୀ। ଏପଟେ ଘରେ ଛାଡ଼ି ଯାଇଥିବା ବୃଦ୍ଧ ବାପା, ମାଆଙ୍କ ମୃତ୍ୟୁ ହେବା ସହ ଘରୁ ସେମାନଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି।

କୋରୋନା ମହମାମାରୀ ସମୟରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜ ନଗର ପୌରାଞ୍ଚଳସ୍ଥିତ ଓରିଏଣ୍ଟ୍‌ ଥାନା କାଳୀନଗର ଅଞ୍ଚଳରେ ଏଭଳି ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି। କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ପତ୍ନୀଙ୍କୁ ବୁର୍ଲା କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରି ଫେରିବା ବେଳକୁ ଘରେ ବାପା ମାଆଙ୍କ ମୃତ୍ୟୁ ହୋଇଯାଇଛି। ସ୍ଥାନୀୟ MQ 83 ନମ୍ବର କ୍ୱାର୍ଟରରେ ପରିବାର ସହିତ ରହୁଥିଲେ ତ୍ରିନାଥ ବିଶ୍ଵାଳ। 

ଘରେ ପତ୍ନୀ, ବାପା ସଦାନନ୍ଦ ବିଶ୍ବାଳ ଏବଂ ମାଆ ମାୟା ବିଶ୍ୱାଳ। ଗତ କିଛି ଦିନ ହେବ ଉଭୟ ବାପ-ମାଆଙ୍କୁ ଜ୍ବର, କାଶ ହେବାରୁ ତ୍ରିନାଥ ଔଷଧ ଦେଇ ତାଙ୍କର ଚିକିତ୍ସା କରୁଥିଲେ। ଏହା ମଧ୍ୟରେ ପତ୍ନୀ ଅସୁସ୍ଥ ହେବାରୁ ଗତ ୨୩ ତାରିଖରେ ତାଙ୍କୁ ବୁର୍ଲା ନେଇଯାଇଥିଲେ ସେ। କୋରୋନା ସଂକ୍ରମିତ ଜଣାପଡ଼ିବାରୁ ବୁର୍ଲା କୋଭିଡ଼ ହସ୍ପିଟାଲରେ  ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଅନ୍ୟପଟେ ତ୍ରିନାଥ ବାପା ମାଆକୁ କ୍ୱାର୍ଟରରେ ଛାଡ଼ି ଯାଇଥିଲେ। 

Also Read: କୋରୋନା ଭୟରେ ଆସିଲେ ନାହିଁ କେହି; ମୃତକଙ୍କ ଶବ ସତ୍କାର କଲେ ଯୁବା ମଞ୍ଚ ସଦସ୍ୟ

 

ଯେହେତୁ ଉଭୟେ ସ୍ୱାମୀ-ସ୍ତ୍ରୀ ଏବେ ହସ୍ପିଟାଲରେ ଅଛନ୍ତି ତେଣୁ ସେମାନଙ୍କ ପାଇଁ ଔଷଧର ବ୍ୟବସ୍ଥା ସହ ପଡ଼ୋଶୀଙ୍କୁ କହି ଖାଇବାକୁ ବ୍ୟବସ୍ଥା କରିଥିଲେ। ହେଲେ ସେମାନଙ୍କ କୋରୋନା ଯାଞ୍ଚ କରାଯାଇନଥିଲା। ଏହା ଭିତରେ ଘର ବନ୍ଦ ଥିବାରୁ ତ୍ରିନାଥ ଫେରି ଆସିଥିବେ ଭାବି ପଡୋଶୀ ଚୁପଚାପ ରହି ଯାଇଥିଲେ। ଗତକାଲି କ୍ବାଟର ଭିତରୁ ଦୁର୍ଗନ୍ଧ ହେବାରୁ ଓରିଏଣ୍ଟ ଥାନାରେ ଖବର ଦେଇଥିଲେ ପଡୋଶୀ। 

ଘରର କବାଟ ଭାଙ୍ଗିବା ପରେ ସଦାନନ୍ଦ-ମାୟାଙ୍କ ଗଳିତ ଶବ ପଡ଼ିଥିବା ଦେଖାଯାଇଥିଲା। ଖବରପାଇ ଏସ୍‌ପି ବିକାଶ ଦାଶ, ଏସ୍‌ଡିପିଓ ଦିଲ୍ଲୀପ ଦାସ, ଓରିଏଣ୍ଟ ଥାନା ଆଇଆଇସି କଲ୍ୟାଣୀ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ମାଜିଷ୍ଟ୍ରେଟ୍ ଯୋବିତା ତିର୍କୀଙ୍କ ଉପସ୍ଥିତିରେ କବାଟ ଖୋଲାଯିବା ପରେ ବୃଦ୍ଧ ଦମ୍ପତ୍ତିଙ୍କ ଗଳିତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ।  ମାୟା ଖଟ ଉପରେ ଶୋଇଥିବା ବେଳେ ସଦାନନ୍ଦ ତଳେ ଶୋଇଥିଲେ। ପୋଲିସ ଶବକୁ ଉଦ୍ଧାର କରିବା ପରେ କୋଭିଡ଼ ନିୟମ ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Also Read: କୋରୋନା ସଂକ୍ରମଣରେ ମୃତକଙ୍କୁ କୋଭିଡ୍ ଶ୍ମଶାନରେ କବର

ତ୍ରିନାଥଙ୍କ ସ୍ତ୍ରୀ କୋରୋନା ଆକ୍ରାନ୍ତ ହୋଇ ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି। ବାପା ମାଆଙ୍କୁ ପୂର୍ବରୁ ଜ୍ଵର କାଶ ହେଉଥିଲା। ସେମାନେ କୋରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ବୁର୍ଲା ନେଇଯାଇଥିବା ବେଳେ ବାପା ମାଆଙ୍କ ଅଚାନକ ମୃତ୍ୟୁ ହେବା ନେଇ ନିଜେ କଳ୍ପନା କରି ପାରିନଥିବେ ତ୍ରୀନାଥ। କେବଳ ସେ ନୁହିଁନ୍ତି କୋରୋନା ମହମାରୀ କାରଣରୁ ଅନେକଙ୍କ ସଂସ୍ଥାର ଉଜୁଡିଯାଇଛି।