କୋରୋନା ଭୟରେ ଆସିଲେ ନାହିଁ କେହି; ମୃତକଙ୍କ ଶବ ସତ୍କାର କଲେ ଯୁବା ମଞ୍ଚ ସଦସ୍ୟ
Advertisement

କୋରୋନା ଭୟରେ ଆସିଲେ ନାହିଁ କେହି; ମୃତକଙ୍କ ଶବ ସତ୍କାର କଲେ ଯୁବା ମଞ୍ଚ ସଦସ୍ୟ

ପ୍ରାୟ ୧୫ ଘଣ୍ଟା କାଳ ଶବ ଘରେ ପଡ଼ିରହିଥିଲା।

କୋରୋନା ଭୟରେ ଆସିଲେ ନାହିଁ କେହି; ମୃତକଙ୍କ ଶବ ସତ୍କାର କଲେ ଯୁବା ମଞ୍ଚ ସଦସ୍ୟ

ଝାରସୁଗୁଡ଼ା: ଜିଲ୍ଲାର କୋଲାବିରା ଥାନା ଅଧିନସ୍ଥ ରଘୁନାଥପାଲି ଗ୍ରାମର ଶିବଶଙ୍କର ମେହେର। ବୟସ ୮୨ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା ହେଲେ କୋରୋନା ଜନିତ ନଥିଲା। ହେଲେ ଏହି ମହମାରୀ  ଭୟରେ ନା ସମ୍ପର୍କୀୟ ନା ପାଖ ପଡ଼ୋଶୀ କେହି ତାଙ୍କ ପାଖକୁ ଆସିନଥଲେ।  

ଶେଷ ସମୟ ବେଳକୁ। ଶବ ଛୁଇଁବା ତ ଦୂରର କଥା କେହି ଦେଖିବାକୁ ମଧ୍ୟ ଆସିଲେ ନାହିଁ। ପ୍ରାୟ ୧୫ ଘଣ୍ଟା କାଳ ଶବ ଘରେ ପଡ଼ିରହିଥିଲା। ଏ ବାବଦରେ ଖବର ପାଇ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ସଦସ୍ୟ ତାଙ୍କ ଘରକୁ ଯାଇ ତାଙ୍କର ଶବସତ୍କାର କରିଛନ୍ତି।

Also Read: କୋରୋନା ସଂକ୍ରମଣରେ ମୃତକଙ୍କୁ କୋଭିଡ୍ ଶ୍ମଶାନରେ କବର

ପୂର୍ବରୁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଳକରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ମହାମାରୀରେ ପ୍ରାଣ ହରାଇଥିବା ମୃତକଙ୍କୁ କୋଭିଡ୍ ଶ୍ମଶାନରେ କବର ଦେଇ ଶେଷକୃତ୍ୟ ସମ୍ପନ୍ନ କରିଛି ପ୍ରଶାସନ। ଦାରିଙ୍ଗବାଡି ବ୍ଲକର ଗ୍ରୀନବାଡ଼ି ଗ୍ରାମପଞ୍ଚାୟତ ଅଧିନସ୍ଥ ତାଗାପାଙ୍ଗା ଗ୍ରାମର ଜନୈକ ବ୍ୟକ୍ତି କିଛିଦିନ ହେଲା ଥଣ୍ଡା, କାଶ, ଜ୍ୱର ଆକ୍ରାନ୍ତ ହେବା ପରେ ଘରେ ରହି ଚିକିତ୍ସା ହେଉଥିଲା।