ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର
Advertisement

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ଯେଉଁଠି ଦିଶାଙ୍କୁ ପୋଡିଥିଲେ, ସେଇଠି ହିଁ ଅଭିଯୁକ୍ତଙ୍କୁ ଏନକାଉଣ୍ଟର । ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଏଥିରେ ଘଟଣା ସ୍ଥଳରେ ହିଁ ସମସ୍ତ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି । ଏମାନେ ହେଲେ ଆରିଫ୍, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ। ପୋଲିସକୁ ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏହି ଏନକାଉଣ୍ଟର ହୋଇଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଯେଉଁଠି ଦିଶାଙ୍କୁ ପୋଡିଥିଲେ, ସେଇଠି ହିଁ ଅଭିଯୁକ୍ତଙ୍କୁ ଏନକାଉଣ୍ଟର । ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଏଥିରେ ଘଟଣା ସ୍ଥଳରେ ହିଁ ସମସ୍ତ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି । ଏମାନେ ହେଲେ ଆରିଫ୍, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ। ପୋଲିସକୁ ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏହି ଏନକାଉଣ୍ଟର ହୋଇଛି । 

ପୋଲିସର ସୂଚନା ମୁତାବକ, ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଅଧିକ ତଦନ୍ତ ପାଇଁ ଚେତନାପାଲି ଓଭରବ୍ରିଜ ନିକଟକୁ ଅଭିଯୁକ୍ତଙ୍କୁ ନିଆଯାଇଥିଲା । କାହିଁକିନା ଏହି ଓଭରବ୍ରିଜ ତଳୁ ହିଁ ଦିଶାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା । ତେବେ ପୋଲିସକୁ ତଦନ୍ତରେ ସହଯୋଗ ନକରି ଖସି ପଳାଇବାକୁ ଉଦ୍ୟମ କରିଥିଲେ ସମସ୍ତ ଅଭିଯୁକ୍ତ । ଆଉ ଏମାନଙ୍କୁ କାବୁ କରିବାରେ ବିଫଳ ହେବାରୁ ଏନକାଉଣ୍ଟର କରିବାକୁ ପୋଲିସ ବାଧ୍ୟ ହୋଇଥିଲା । 

କୁହାଯାଉଛି, ପୋଲିସକୁ ଚକମା ଦେଇ ଖସି ପଳାଇବାକୁ ଅନ୍ୟ ୩ ଅଭିଯୁକ୍ତଙ୍କୁ ପ୍ରଥମେ ଇସାରା କରିଥିଲା ମୁଖ୍ୟ ଅଭିଯୁକ୍ତ ଟ୍ରକ ଡ୍ରାଇଭର । ଆଉ ତାହା ଇସାରାରେ ସମସ୍ତେ ଏକା ସାଙ୍ଗରେ ଦୌଡିବାକୁ ଲାଗିଥିଲେ ।