ହ୍ୱାଟସଆପର ଆସିଛି ନୂଆ ଫିଚର, ସ୍କ୍ରିନସଟରେ ଦେଖି ପାରିବେ ଏହି ବଡ଼ ପରିବର୍ତ୍ତନ

WABetainfoର ଏକ ତାଜା ରିପୋର୍ଟ ଅନୁସାରେ, ହ୍ୱାଟସଆପ ସେଟିଂ ମେନ୍ୟୁରେ ଏକ ଥିମ ସେକ୍ସନ ମିଳିବ । ଏହି ସେକ୍ସନରେ Better Saver ନାମକ ଏକ ଅପ୍ଶନ ଦିଆଯିବ । ଏଥିରେ ଏକ ଲାଇଟ ଥିମ, ଡାର୍କ ଥିମ ଓ ବ୍ୟାଟେରୀ ସେଭର ହେବ । ଲାଇଟ ଥିମରେ ବର୍ତ୍ତମାନ ପରି ହ୍ୱାଟସଆପ ବ୍ୟବହାର କରି ପାରିବେ ।

ହ୍ୱାଟସଆପର ଆସିଛି ନୂଆ ଫିଚର, ସ୍କ୍ରିନସଟରେ ଦେଖି ପାରିବେ ଏହି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ହ୍ୱାଟସଆପ ବିଗତ କିଛି ସମୟ ଧରି ଲଗାତର Dark Mode ଉପରେ କାମ କରୁଛି । ରିପୋର୍ଟ ଅନୁସାରେ, ସର୍ବପ୍ରଥମେ Android ପାଇଁ ହ୍ୱାଟସଆପରେ ଡାର୍କ ମୋଡର ସପୋର୍ଟ ଦିଆଯିବ । କୌଣସି ସ୍କ୍ରିନସଟ୍ସ ସାମ୍ନାକୁ ଆସିଲେ, ସେଥିରେ ଡାର୍କ ମୋଡ ଦେଖା ଯିବ । ଏହାର ଟେଷ୍ଟିଙ୍ଗ ଚାଲୁଛି ଓ ଭିଟା ଭର୍ଜନ ମଧ୍ୟ ଦିଆ ସରିଛି ।

WABetainfoର ଏକ ତାଜା ରିପୋର୍ଟ ଅନୁସାରେ, ହ୍ୱାଟସଆପ ସେଟିଂ ମେନ୍ୟୁରେ ଏକ ଥିମ ସେକ୍ସନ ମିଳିବ । ଏହି ସେକ୍ସନରେ Better Saver ନାମକ ଏକ ଅପ୍ଶନ ଦିଆଯିବ । ଏଥିରେ ଏକ ଲାଇଟ ଥିମ, ଡାର୍କ ଥିମ ଓ ବ୍ୟାଟେରୀ ସେଭର ହେବ । ଲାଇଟ ଥିମରେ ବର୍ତ୍ତମାନ ପରି ହ୍ୱାଟସଆପ ବ୍ୟବହାର କରି ପାରିବେ । ବ୍ୟାଟେରୀ ସେଭର ଅପ୍ଶନର କଥା କହିଲେ ଏଠାରେ କିଛି ପରିବର୍ତ୍ତନ ଦେଖା ଦେବ । କାରଣ ଡାର୍କ ଥିମ ବ୍ୟବହାର କଲେ ହ୍ୱାଟସଆପ ଡାର୍କ ମୋଡରେ ପଳାଇବ । କିନ୍ତୁ ବ୍ୟାଟେରୀ ସେଭର କାମ ସେତେବେଳେ କରିବ ଯେତେବେଳେ ଆପଣଙ୍କ ଫୋନରେ ବ୍ୟାଟେରୀ ସେଭର ଅନ୍  କରାଯିବ । ବର୍ତ୍ତମାନ ଏହା ରିପୋର୍ଟରେ ହିଁ ରହିଛି ।

ଉଦାହରଣ ଭାବେ ଦେଖିଲେ ଯଦି ଆପଣ ନିଜ ସ୍ମାର୍ଟଫୋନକୁ ଡାର୍କ ମୋଡରେ ରଖିବେ ଓ ହ୍ୱାଟସଆପର ସେଟିଂରେ ଆପଣ ବ୍ୟାଟେରୀ ସେଭର ବା ପାୱାର ସେଭର ସେଲେକ୍ଟ କରିଛନ୍ତି ତେବେ ଏହା ଡାର୍କ ମୋଡରେ ପଳାଇବ । ବ୍ୟାଟେରୀ ସେଭର ଅପ୍ଶନ କଥା କହିଲେ ରିପୋର୍ଟ ମୁତାବକ, ଏହି ଫିଚର ସେହି Android ସ୍ମାର୍ଟଫୋନରେ କାମ କରିବ, ଯେଉଥିରେ Android 9 Pie ବା ଏହା ଠାରୁ ଉପର ଭର୍ଜନ ରହିବ । ଅନ୍ୟପକ୍ଷେ Android 10ରେ ଡାର୍କ ମୋଡ ଦିଆଯାଇଛି । ଏଥିପାଇଁ ଯେମିତି ଆପଣ ଡାର୍କ ମୋଡ ଅନ୍ କରିବେ ତେବେ ହ୍ୱାଟସଆପ ମଧ୍ୟ ଡାର୍କ ମୋଡ ହୋଇଯିବ ।