ବିକାଶ ପଥରେ କଳାହାଣ୍ଡି, ମକରରେ ଭେଟିଦେଲେ ୨ ହଜାର କୋଟିର ପ୍ରକଳ୍ପ
Advertisement

ବିକାଶ ପଥରେ କଳାହାଣ୍ଡି, ମକରରେ ଭେଟିଦେଲେ ୨ ହଜାର କୋଟିର ପ୍ରକଳ୍ପ

ଆଜି ମକର ସଂକ୍ରାନ୍ତିରେ କଳାହାଣ୍ଡି ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିକାଶ ପଥରେ କଳାହାଣ୍ଡି, ମକରରେ ଭେଟିଦେଲେ ୨ ହଜାର କୋଟିର ପ୍ରକଳ୍ପ

ଭୁବନେଶ୍ୱର: ଆଜି ମକର ସଂକ୍ରାନ୍ତିରେ କଳାହାଣ୍ଡି ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିର ଦିନରେ କଳାହାଣ୍ଡିର ଉନ୍ନତି ପାଇଁ ୨୦୮୪ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ପ୍ରକଳ୍ପ ଉଦଘାଟନ କରିବେ । ନିମ୍ନରେ ପ୍ରଦତ୍ତ ମୁଖ୍ୟମନ୍ତ୍ରୀ ଗସ୍ତର ସୂଚୀ:

  • କଳାହାଣ୍ଡି: ଜୟପାଟଣାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ସ୍ୱତନ୍ତ୍ର ହେଲିକପ୍ଟରରେ କନକପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
  • ଜୟପାଟଣାରେ ଜନସମାବେଶକୁ ସମ୍ୱୋଧନ କରିବେ ନବୀନ
  • ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୨୦ କୋଟିରୁ ଅଧିକ ଟଙ୍କାର ୫୨ଟି ପ୍ରକଳ୍ପର ଶିଳାନ୍ୟାସ
  • ପର୍ବତଗିରି ଉଠାଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିବେ
  • ୯୮୬ କୋଟି ୭୧ ଲକ୍ଷରେ ନିର୍ମିତ ହୋଇଛି ଜଳସେଚନ ପ୍ରକଳ୍ପ
  • ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହେବ
  • ଜଳସେଚନ ପ୍ରକଳ୍ପରେ ୩ ଲକ୍ଷ ଲୋକ ଉପକୃତ ହେବେ
  • କେସିଙ୍ଗାରେ ରାଜ୍ୟର ପ୍ରଥମ ମଡେଲ ବସ୍ତିର ଶୁଭାରମ୍ଭ କରିବେ
  • ମଡେଲ ବସ୍ତିରେ ୪୪ଟି ପରିବାର ଏଠାରେ ରହିବେ
  • କମ୍ୟୁନିଟି ହଲଠାରୁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି
  • ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି  
  • ଜୟପାଟଣାରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି