Bharat Ratna Karpoori Thakur:କର୍ପୁରୀ ଠାକୁରଙ୍କୁ ଜିପ୍ ଦେବାକୁ ମନା କରି ଦେଇଥିଲେ ଲାଲୁ,ବାଇକରେ ବସି ବୁଲୁଥିଲେ ବିହାର ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2076824

Bharat Ratna Karpoori Thakur:କର୍ପୁରୀ ଠାକୁରଙ୍କୁ ଜିପ୍ ଦେବାକୁ ମନା କରି ଦେଇଥିଲେ ଲାଲୁ,ବାଇକରେ ବସି ବୁଲୁଥିଲେ ବିହାର ମୁଖ୍ୟମନ୍ତ୍ରୀ

ଭାରତୀୟ ରାଜନୀତିରେ ଏମିତି ବିରଳ ବ୍ୟକ୍ତିତ୍ୱ  ରହିଛନ୍ତି, ଯେଉଁମାନେ ଆଜି ବି ଅନ୍ୟମାନଙ୍କ ପାଇଁ ଉଦାହରଣ ଅଟନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କରପୁରୀ ଠାକୁର । ଯାହାଙ୍କୁ  କେନ୍ଦ୍ର ସରକାର ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି। ଆଜିକାଲି ମୁଖ୍ୟମନ୍ତ୍ରୀମାନଙ୍କ ସୁରକ

SOCIAL MEDIA

Bharat Ratna Karpoori Thakur:

ଭାରତୀୟ ରାଜନୀତିରେ ଏମିତି ବିରଳ ବ୍ୟକ୍ତିତ୍ୱ  ରହିଛନ୍ତି, ଯେଉଁମାନେ ଆଜି ବି ଅନ୍ୟମାନଙ୍କ ପାଇଁ ଉଦାହରଣ ଅଟନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କରପୁରୀ ଠାକୁର । ଯାହାଙ୍କୁ  କେନ୍ଦ୍ର ସରକାର ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି। ଆଜିକାଲି ମୁଖ୍ୟମନ୍ତ୍ରୀମାନଙ୍କ ସୁରକ୍ଷା କେତେ କଠୋର ତାହା ସମସ୍ତେ ଜାଣନ୍ତି, କିନ୍ତୁ କଳ୍ପନା କରନ୍ତୁ ଏମିତି ଏକ ଦୃଷ୍ୟ ଯେଉଁଥିରେ ବାଇକରେ ଯାଉଥିବେ ମୁଖ୍ୟମନ୍ତ୍ରୀ । ଆପଣଙ୍କ ପାଇଁ ଯାହା ଅକଳ୍ପନୀୟ ହୋଇପାରେ ଦିନ ସେଇକଥା ବିହାରରେ ଘଟୁଥିଲା । ବିହାରର ମୁଖ୍ୟମନ୍ତ୍ରୀ ଭାବେ କର୍ପୁରୀ ଠାକୁର  ବିଦେଶୀ ସାମ୍ବାଦିକଙ୍କୁ ଭେଟିବା ପାଇଁ ସେମନେ ରହୁଥିବା ହୋଟେଲକୁ ବାଇକରେ ଯାଇଥିଲେ । ତା’ ପୁଣି ବିନା କୌଣସି ସୁରକ୍ଷାରେ ।

କର୍ପୁରୀ ଠାକୁର କେତେ ସରଳ ଥିଲେ ତାହା ଏହି କଥାରୁ ଜଣାପଡେ । ସାଧାରଣ ଲୋକଙ୍କ ଅଭିଯୋଗକୁ ସେ ସେତିକି ଗୁରୁତ୍ୱ ସହିତ  ଶୁଣୁଥିଲେ ଯେତିକି କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ କଥା ଶୁଣାଯାଏ । ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡିତ କିଛି ରୋଚକ କାହାଣୀ ବାବଦରେ ଯାହା ଆଜିବି ଲୋକଙ୍କ ମନରେ ତାଜା ଅଛି । କର୍ପୁରୀଠାକୁରଙ୍କ ଦେହାନ୍ତକୁ ଇତିମଧ୍ଯରେ  35 ବର୍ଷ ବିତିଯାଇଛି କିନ୍ତୁ ଏବେବି ସେ ଅବିସ୍ମରଣୀ ।

ବିହାରର ସାମସ୍ତିପୁର ଜିଲ୍ଲାର ଏକ ପିତୋଁଝିଆ ନାମରେ ଏକ ଗାଁ ଅଛି, ଯାହା ବର୍ତ୍ତମାନ କର୍ପୁରୀ ଗ୍ରାମ ନାମରେ ପରିଚିତ । ସେହି ଗାଁରେ କର୍ପୁରୀ ଠାକୁରଙ୍କ ଜନ୍ମ 24 ଜାନୁଆରୀ 1924 ହୋଇଥିଲା । ଏକ ବାରିକ ପରିବାରରୁ ଆସିଥିବା କର୍ପୁରୀ ଠାକୁରପରବର୍ତ୍ତୀ କାଳରେ ରାଜନୀତିରେ ଯୋଗ ଦେଇଥିଲେ ଏବଂ କଂଗ୍ରେସ ବିରୁଦ୍ଧରେ ଏକ ସାମ୍ମୁଖ୍ୟ ଗଢିଥିଲେ । କଂଗ୍ରେସ ବିରୋଧୀ ରାଜନୀତି ତାଙ୍କ ଜୀବନର ବ୍ରତ ଥିଲା । ସ୍ପଷ୍ଟବାଦୀ କର୍ପୁରୀଙ୍କ ମନରେ କାହା ପ୍ରତି କିଛି ଖରାପ ଧାରଣା ନଥିଲା । ସେଥିଲେ ଗୋଟିଏ ଖୋଲା ପୁସ୍ତକ । ଗୋଟିଏ ସମୟରେ କଂଗ୍ରେସ ବିରୋଧରେ ସେ ଏକମାତ୍ର ବିରୋଧୀ ଥିଲେ । ସେ ଥିଲେ ଏଭଳି ଜନନାୟକ ଯାହାଙ୍କୁ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ସମୟରେ ଗିରଫ କରିବାକୁ ଚାହୁଁଥିଲେ କିନ୍ତୁ ସଫଳ ହୋଇପାରିନଥିଲେ।

ଦୁଇଥରର ମୁଖ୍ୟମନ୍ତ୍ରୀ କିନ୍ତୁ …

1952 ରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ନିର୍ବାଚନରେ କର୍ପୁରୀ ଠାକୁର ଜିତିଥିଲେ ଏବଂ ମାତ୍ର 28 ବର୍ଷ ବୟସରେ ସେ ବିଧାୟକ ହୋଇଥିଲେ। ଏହା ପରେ ଯେପର୍ଯ୍ୟନ୍ତ ସେ ଜୀବିତ ଥିଲେ ସେପର୍ଯ୍ୟନ୍ତ ସେ ବିଧାନସଭା ହେଉ କି ଲୋକସଭା ଲୋକପ୍ରତିନିଧି ଭାବେ କାର୍ଯ୍ୟ କରିଛନ୍ତି । ସେ 1970 ରୁ 1979 ମଧ୍ୟରେ ଦୁଇଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ରେ ଥିଲେ ।  ସେ 22 ଡିସେମ୍ବର 1970 ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ କିନ୍ତୁ ତାଙ୍କ ସରକାର ମାତ୍ର 163 ଦିନ ପର୍ଯ୍ୟନ୍ତ ରହିଥିଲା । 1977 ରେ ଜନତା ପାର୍ଟିର ବିଜୟ ପରେ ସେ ପୁନର୍ବାର ସିଏମ୍ ହୋଇଥିଲେ କିନ୍ତୁ ଏଥର ମଧ୍ୟ ସେ କାର୍ଯ୍ୟକାଳ ପୁରା କରିପାରିନଥିଲେ । ଏଥର ଦୁଇ ବର୍ଷ ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

ଜନନେତା କର୍ପୁରୀ ଠାକୁର

ସେ ବିହାର ବିଧାନସଭାରେ ବିରୋଧୀ ଦଳର ନେତା ମଧ୍ୟ ଥିଲେ। ଏହା ସତ୍ୱେ ନା ତାଙ୍କର ନିଜସ୍ୱ ଘର, କାର ଏବଂ ଜମି ଥିଲା । ରାଜନୀତିରେ ସେ ବିରଳ ବ୍ୟକ୍ତିତ୍ୱ ଥିଲେ । ଦୁର୍ନିତୀ ତାଙ୍କୁ ଛୁଇଁନଥିଲା ।  ସମାଜର ପଛୁଆ ବର୍ଗର ବିକାଶ ବିଷୟରେ କର୍ପୁରୀ ଠାକୁର ଯେତିକି ସଚେତନ ଥିଲେ ସେତିକି ରାଜନୀତିରେ ପରିବାରବାଦକୁ ବିରୋଧ କରୁଥିଲେ । ତେଣୁ ତାଙ୍କ ଜୀବଦ୍ଦସାରେ ତାଙ୍କ ପରିବାରର କୌଣସି ସଦସ୍ୟ ରାଜନୀତିରେ ପ୍ରବେଶ କରିନଥିଲେ ।ସେ 17 ଫେବୃଆରୀ 1988 ରେ 64 ବର୍ଷ ବୟସରେ ଅସମୟରେ ଦୁନିଆରୁ  ବିଦାୟ ନେଇଥିଲେ।

ଭଙ୍ଗା ବେଞ୍ଚରେ ବସି ଶୁଣୁଥିଲେ ସମସ୍ୟା |

ମୁଖ୍ୟମନ୍ତ୍ରୀ ଭାବରେ କର୍ପୁରୀ ଠାକୁର ସକାଳ 7.30 ରୁ ପାଟନାରେ ଥିବା ସରକାରୀ ବାସଭବନରେ ବସି ଲୋକଙ୍କ ସମସ୍ୟା ଶୁଣିବେ। ସେ ଏକ ଭଙ୍ଗା ବେଞ୍ଚ ଉପରେ ବସୁଥିଲେ ଏବଂ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ଏମିତିକି ତାଙ୍କ ଟେବୁଲ ମଧ୍ୟ ଭଙ୍ଗା ଥିଲା । ସେ ବିହାରର କୋଣ ଅନୁକୋଣରୁ ଆସୁଥିବା ଲୋକମାନଙ୍କୁ ବହୁତ ଧ୍ୟାନ ଦେଇ ଶୁଣୁଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଚପଲ ବିନା ଏବଂ ମଇଳା ପୋଷାକରେ ତାଙ୍କ ପାଖକୁ ଆସୁଥିଲେ ।  ସେ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଏହାର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବେ ବୋଲି ଲୋକ ଜାଣିଥିଲେ । କେହି ମଧ୍ୟ କେବେ ଭୁଲ କାମରେ ତାଙ୍କ ପାଖକୁ ଆସୁନଥିଲେ । କାରଣ ସେମାନେ ଜାଣିଥିଲେ ସେ କେବେ ଭୁଲ କଥା ଶୁଣିବେ ନାହିଁ ।

ବାଇକ୍ ଯୋଗେ ହୋଟେଲକୁ ଯାଇଥିଲେ

ତାଙ୍କୁ ନେଇ ଅନ୍ୟ ଏକ କାହାଣୀ ବହୁତ ପ୍ରସିଦ୍ଧ । ଦିନେ ସେ ନିହାର ପ୍ରସାଦଙ୍କୁ ଫୋନ କରି ପରଦିନ ସକାଳ ୬ଟାରେ ମୁଖ୍ୟମନ୍ତ୍ରୀ ନିବାସକୁ ଆସିବାକୁ କହିଥିଲେ । ନିହାର ସେଠାରେ ନିର୍ଧାରିତ ସମୟରେ ପହଂଚିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ତାଙ୍କ ବାଇକରେ ବସି କୌଣସି ଏକ ସ୍ଥାନକୁ ଯିବାକୁ କହିଥିଲେ । ରାସ୍ତାରେ ସେ କହିଥିଲେ ଯେ, କିଛି ବିଦେଶୀ ସାମ୍ବାଦିକଙ୍କୁ ଭେଟିବାକୁ ସେ ଯାଉଛନ୍ତି । ଠିକ ସମୟରେ ପହଂଚିବାକୁ କାର ବଦଳରେ ସେ ବାଇକରେ ଯାଉଛନ୍ତି । ରାସ୍ତାରେ ଅନେକ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ବାଇକରେ ଦେଖି ଚକିତ ହୋଇଥିଲେ ବୋଲି ନିହାର କୁହନ୍ତି ।

ଜିପ୍ ଦେବାକୁ ମନା କରିଥିଲେ ଲାଲୁ

ବିହାର ରାଜନୀତିରେ ନିଜକୁ ଦଳିତଙ୍କ ମସିହା କହୁଥିବା ଲାଲୁ ଯାଦବ ଗୋଟିଏ ସମୟରେ କର୍ପୁରୀ ଠାକୁରଙ୍କ ଚେଲା ଥିଲେ । କିନ୍ତୁ ଏମିତି ସମୟ ଆସିଲା ଯେତେବେଳେ ଶିଶ୍ୟ ଗୁରୁଙ୍କଠାରୁ ଆଗକୁ ଚାଲିଯାଇଥିଲେ । ଲାଲୁ ଯାଦବ ନିଜ ପ୍ରଥମ ନିର୍ବାଚନୀ ଲଢେଇ ଜିତିବା ପରେ ଗୋଟିଏ ସେକେଣ୍ଡ୍ ହ୍ୟାଣ୍ଡ୍ ଜିପ୍ କିଣିଥିଲେ । ଥରେ କର୍ପୁରୀ ଠାକୁର ଅସୁସ୍ଥତା କାରଣରୁ କେଉଁଠାକୁ ଯିବାକୁ ତାଙ୍କୁ ଜିପ୍ ଉଧାର ମାଗିଥିଲେ । ଗୋଟିଏ କାଗଜରେ ଚିଠି ଲେଖି କର୍ପୁରୀ ଜଣଙ୍କ ହାତରେ ଲାଲୁଙ୍କ ପାଖକୁ ପଠାଇଥିଲେ । ଲାଲୁ,କାର ତ’ ଦେଇନଥିଲେ ସେହି କାଗଜରେ ପାଲଟା ଉତ୍ତର ଦେଇ କର୍ପୁରୀଙ୍କ ପାଖକୁ ପଠାଇଥିଲେ.. ଜିପରେ ତେଲ ନାହିଁ..