ରାଜନୈତିକ ଆକ୍ରୋଶ : ନିର୍ବାଚନ ଲଢିବା ପୂର୍ବରୁ ଜାଳିଦେଲେ ସରପଞ୍ଚଙ୍କ ଘର
Advertisement
Article Detail0/zeeodisha/odisha1079154

ରାଜନୈତିକ ଆକ୍ରୋଶ : ନିର୍ବାଚନ ଲଢିବା ପୂର୍ବରୁ ଜାଳିଦେଲେ ସରପଞ୍ଚଙ୍କ ଘର

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଳକାଟି ଗ୍ରାମପଂଚାୟତର ସରପଞ୍ଚ ଦିବାକର ନାୟକଙ୍କ ୨ବଖରା ଚାଳ ଛପର ଘରକୁ ଦୁର୍ବୃତ୍ତ ମାନେ ଗତକାଲି ରାତିରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି ।

ରାଜନୈତିକ ଆକ୍ରୋଶ : ନିର୍ବାଚନ ଲଢିବା ପୂର୍ବରୁ ଜାଳିଦେଲେ ସରପଞ୍ଚଙ୍କ ଘର

କେନ୍ଦ୍ରାପଡ଼ା: ଆଉ ଦିନ କେଇଟା ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ଆଉ ଗୋଟିଏ ଦିନ ବାକି ରହିଛି । ୨୫ରେ ନାମାଙ୍କନ ପ୍ରତ୍ୟାହାର ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୭ ତାରିଖ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ଓ ନିର୍ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଚିହ୍ନ ଆବଣ୍ଟନ କରାଯିବ । 

ଚିହ୍ନ ପାଇବା ପରେ ଆରମ୍ଭ ହେବ ଅସଲ ଲଢେଇ । ହେଲେ ଲଢେଇ ପୂର୍ବରୁ ହିଁ ପ୍ରାକହିଂସା ମାମଲା ଦେଖିବାକୁ ମିଳିଛି । ସରପଞ୍ଚ (Sarapanch) ଙ୍କ ଘରପୋଡ଼ିଦେଇଛନ୍ତି ଦୁର୍ବୃତ୍ତ । ରାଜନୈତିକ ଆକ୍ରୋଶ ରଖି ସରପଞ୍ଚଙ୍କ ଘର ପୋଡ଼ିଦେଇଥିବା ନେଇ ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା (Kendrapara) ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଳକାଟି ଗ୍ରାମପଂଚାୟତର ସରପଞ୍ଚ ଦିବାକର ନାୟକଙ୍କ ୨ବଖରା ଚାଳ ଛପର ଘରକୁ ଦୁର୍ବୃତ୍ତ ମାନେ ଗତକାଲି ରାତିରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି ।

Also Read: ବିରାଟଙ୍କ ଦାମ୍ପତ୍ୟ ଜୀବନ ଉପରେ ପ୍ରଶ୍ନ କଲେ ଏହି ଖେଳାଳି, କହିଲେ ଅନୁଷ୍କା...

ଫଳରେ ଘରେ ଥିବା ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର ନିଆଁରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ନୂଆ ଘର କାମ ହେଉଥିବାରୁ ନାଗପଡା ଠାକୁରାଣୀଙ୍କ ନିକଟରେ ଥିବା ଘରେ ସରପଞ୍ଚ ତାଙ୍କ ପରିବାର ଲୋକେ ରହିଆସୁଥିଲେ । ହେଲେ ଗତକାଲି ରାତିରେ ଏକ ବିବାହ କାର୍ଯ୍ୟରେ ସରପଞ୍ଚ ଓ ତାଙ୍କ ପରିବାର ଲୋକେ ଯୋଗଦେବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଘର ପୋଡ଼ିଦେଇଥିବାର ଅଭିଯୋଗ ହୋଇଛି। 

Also Read: ସମାଜବାଦୀ ପାର୍ଟିକୁ ମାତ୍ ଦେବା ପାଇଁ ବିଜେପିର ମାଷ୍ଟର ପ୍ଲାନ! ଜାଣନ୍ତୁ ଦଳ ୨୦୧୭ର ସ୍କ୍ରିପ୍ଟ ଉପରେ କିପରି କରୁଛି କାମ

ଆଗକୁ ପଞ୍ଚାୟତ ନିର୍ବାଚନ (Panchayat Election) ଥିବାରୁ ଆକ୍ରୋଶ ମୂଳକ ଭାବେ ଜୀବନରୁ ମାରି ଦେବାପାଇଁ ଏଭଳି କାର୍ଯ୍ୟ କରାଯାଇଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। ଏନେଇ ଆଳି ଥାନାରେ ଏତଲା ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।