ଅନୁଭବ ଆଣିଲେ ସାଂଘାତିକ ଅଭିଯୋଗ; ବର୍ଷା ରଖିଛନ୍ତି ବ୍ଲାକ୍‌ମନି
Advertisement
Article Detail0/zeeodisha/odisha1221630

ଅନୁଭବ ଆଣିଲେ ସାଂଘାତିକ ଅଭିଯୋଗ; ବର୍ଷା ରଖିଛନ୍ତି ବ୍ଲାକ୍‌ମନି

Anubhav-Varsha Family Dispute: ସାଂସଦ ଅନୁଭବ ମହାନ୍ତି ଅଭିଯୋଗ କରିଛନ୍ତି ତାଙ୍କ ଧର୍ମପତ୍ନୀ ବର୍ଷା ଅନେକ କଳା ଟଙ୍କା ରଖିଛନ୍ତି ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଛନ୍ତି । 

 

ସାଙ୍କେତିକ ଫଟୋ

Anubhav-Varsha Family Dispute: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାମ ନେଉନାହିଁ । ବୈବାହିକ ମତଭେଦ ମଧ୍ୟରେ ଏବେ ସାଂସଦ ଅନୁଭବ ମହାନ୍ତି ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନାମରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଦୀର୍ଘଦିନ ଧରି ପାରିବାରିକ ବିବାଦ ମଧ୍ୟରେ ରହିଥିବା ଏହି ଦମ୍ପତି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ସାଂସଦ ଅନୁଭବ ମହାନ୍ତି ଅଭିଯୋଗ କରିଛନ୍ତି ତାଙ୍କ ଧର୍ମପତ୍ନୀ ବର୍ଷା ଅନେକ କଳା ଟଙ୍କା ରଖିଛନ୍ତି ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଛନ୍ତି । ଏହାକୁ ନେଇ ସେ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରେ ଫେରାଦ ହୋଇଛନ୍ତି । ନିଜ ଅଭିଯୋଗରେ ସାଂସଦ କହିଛନ୍ତି ଯେ ଟିକସ ଫାଙ୍କିବା ପାଇଁ ବର୍ଷା ନିଜ ସରକାରୀ ଦସ୍ତାବିଜରେ ଭିନ୍ନ ଭିନ୍ନ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ଯେଉଁଥିରେ ବର୍ଷାଙ୍କ ନାମ ଭିନ୍ନ ଲେଖା ରହିଛି ।

ଜୁଲାଇ 7 ତାରିଖ ଦିନ ଭୁବନେଶ୍ୱର ଜୋନାଲ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠିରେ ଅନୁଭବ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କର ନାମ ଭର୍ଷା ପ୍ରିୟଦର୍ଶିନୀ ସାହୁ ଓରଫ୍ ବର୍ଷା ପ୍ରିୟଦର୍ଶିନୀ ସାହୁ ଓରଫ୍ ବର୍ଷା ପ୍ରିୟଦର୍ଶିନୀ ଓରଫ୍ ଭର୍ଷା ପ୍ରିୟଦର୍ଶିନୀ ଭଳି ଅଲଗା ଅଲଗା ନାମ ଭିନ୍ନ ଭିନ୍ନ ବ୍ୟାଙ୍କ ଖାତା, ପାସପୋର୍ଟ, ଆଧାର କାର୍ଡ, ପାନ କାର୍ଡ ଓ ଅନ୍ୟାନ୍ୟ ଦଲିଲରେ ଉଲ୍ଲେଖ ରହିଛି ।

ବିଭିନ୍ନ ଆକାରେର ଆୟ କରୁଥିଲେ ମଧ୍ୟ ବର୍ଷା କେବେହେଲେ ଟିକସ ଦେଇ ନାହାଁନ୍ତି କିମ୍ବା ଟିକସ ଛାଡ କରି ସର୍ବନିମ୍ନ ଟିକସ ଦେଇ ନାହାଁନ୍ତି ବୋଲି ଅନୁଭବ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

ଅନୁଭବ ମହାନ୍ତି ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ବର୍ଷାଙ୍କ ଦ୍ୱାରା ପରିଚାଳିତ ଏନଜିଓ ପଞ୍ଜୀକୃତ ହୋଇଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି । ଏନଜିଓର ଅର୍ଥର ଉତ୍ସ ଜଣା ପଡିନାହିଁ । ସେ ଅଭିଯୋଗ କରିଛନ୍ତି ଯେ ସେ ହୁଏତ ତାଙ୍କ କଳା ଟଙ୍କାକୁ ଏନଜିଓକୁ ପଠାଉଛନ୍ତି ।

ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ବର୍ଷା ତାଙ୍କୁ ବଦନାମ କରୁଥିବା ଅଭିଯୋଗ କରି ଅନୁଭବ ମଧ୍ୟ ସାଇବର ପୋଲିସ ଷ୍ଟେସନରେ ଏକ ଅଭିଯୋଗ କରିଛନ୍ତି ।

ଏହା ବି ପଢ଼ନ୍ତୁ: Agnipath Scheme: ଅଗ୍ନିପଥ ଯୋଜନା କ’ଣ; ଜାଣନ୍ତୁ ଏହାର ଚୟନ, ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା

ଏହା ବି ପଢ଼ନ୍ତୁ: ଭାରତ ଓ ଋଷ ମଧ୍ୟରେ ହେବାକୁ ଯାଉଛି ଏହି ବଡ଼ ଡିଲ୍! ଏହା ଉପରେ ରହିବ ସାରା ଦୁନିଆର ନଜର