ଆଳି ରାଣୀ ସୁଶ୍ରୀ ଦେବୀଙ୍କ ପରଲୋକ
Advertisement
Article Detail0/zeeodisha/odisha2053422

ଆଳି ରାଣୀ ସୁଶ୍ରୀ ଦେବୀଙ୍କ ପରଲୋକ

Sushree Devi passed away: ଆଳିର ପୂର୍ବତନ ବିଧାୟକ ତଥା ରାଣୀ ସୁଶ୍ରୀ ଦେବୀଙ୍କ କଟକ ସ୍ଥିତ ବାସଭବନରେ ପରଲୋକ ହୋଇଛି।

Sushree Devi passed away

ଭୁବନେଶ୍ୱର: ଆଳିର ପୂର୍ବତନ ବିଧାୟକ ତଥା ରାଣୀ ସୁଶ୍ରୀ ଦେବୀଙ୍କ କଟକ ସ୍ଥିତ ବାସଭବନରେ ପରଲୋକ ହୋଇଛି। ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ଦୁଇଥର ଆଳିରୁ ବିଧାୟକ ରହିବା ସହ ଥରେ ରାଜ୍ୟସଭାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।  

ସୁଶ୍ରୀ ଦେବୀଙ୍କ ଜନ୍ମ ବର୍ତ୍ତମାନର ଛତିଶଗଡ଼ର ରାୟପୁରଠାରେ ୧୦ ଅକ୍ଟୋବର ୧୯୫୦କୁ ହୋଇଥିଲା। ତାଙ୍କ ବାପା ଥିଲେ ଖରିଆରର ରାଜା ଅନୁପ ସିଂହଦେଓ। ତାଙ୍କର ଉଚ୍ଚଶିକ୍ଷା କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ହୋଇଥିଲା। ଜଣା ଶିକ୍ଷିତ ଓ ସଚେତନ ମହିଳା ଭାବେ ସେ ଜଣାଶୁଣା ରହିବା ସହ ଅନେକ ମହିଳା ସଶକ୍ତିକରଣ ତଥା ସାମାଜିକ ଆନ୍ଦୋଳନରେ ସେ ସାମିଲ୍‍ ହୋଇଥିଲେ। ରାଜା ଶରତ ଦେବଙ୍କ ପତ୍ନୀ ଅପେକ୍ଷା ନିଜର ଚିନ୍ତାଧାରାରେ ସେ ଅନ୍ୟକୁ ପ୍ରଭାବିତ କରୁଥିଲା। ୧୯୭୧ ମସିହାର କୃଷକ ଆନ୍ଦୋଳନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।  

ତାଙ୍କ ବଡ଼ପୁଅ ବ୍ରଜକେଶରୀ ଦେବ ଏବେ ଆଳିର ଆଳଙ୍କରିକ ରାଜା ଭାବେ ଅଭିଷିକ୍ତ। ସେହିପରି ସାନ ପୁଅ ପ୍ରତାବ କେଶରୀ ଦେବ ଏବେ ବିଧାୟକ ଭାବେ କାର୍ଯ୍ୟରତ। ତାଙ୍କ ଝିଅ ରାଜକୁମାରୀ ଗୀତାଞ୍ଜଳି ଦେବୀ ଉତ୍ତର ପ୍ରଦେଶ ପ୍ରତାପଗଡ଼ର କୁଅଁର ଅମରେଶ ପ୍ରତାପଙ୍କୁ ବିବାହ କରିଛନ୍ତି।