ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ୩ ଟଙ୍କା ହ୍ରାସ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ନୂତନ ଦର ୫ ନଭେମ୍ବର ମଧ୍ୟରାତ୍ରିରୁ କାର୍ଯ୍ୟକାରୀ ହେବ ।
Trending Photos
ଭୁବନେଶ୍ୱର: ଓଡ଼ିଶାରେ ଇନ୍ଧନ ମୂଲ୍ୟ ଦେଶର ସର୍ବନିମ୍ନ ହେବ । ଇନ୍ଧନ ମୂଲ୍ୟ ବୃଦ୍ଧିରୁ ସାଧାରଣ ଜନତାଙ୍କୁ ଆରାମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ (Naveen patnaik) ଆଜି ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ (Petrol and diesel Vat) ୩ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଯାହା ନଭେମ୍ବର ୫ ତାରିଖ ମଧ୍ୟରାତ୍ରିରୁ ଲାଗୁ ହେବ ।
ଏହା ଭାରତ ସରକାର ଘୋଷଣା କରିଥିବା ଏକ୍ସାଇଜ୍ ଡ୍ୟୁଟି ହ୍ରାସ ଉପରେ ହୋଇଛି । ଏହି ଭାଟ୍ ହ୍ରାସ ପରେ ରାଜ୍ୟରେ ବାର୍ଷିକ ପ୍ରାୟ ୧୪୦୦ କୋଟି ଟଙ୍କା ରାଜସ୍ୱ କ୍ଷତି ହେବ । ଏହା ସହିତ ଭାଟ୍ ସଂଗ୍ରହରେ ପେଟ୍ରୋଲ ଉପରେ ୧.୬ / ଲିଟର ଏବଂ ୨.୮ ଟଙ୍କା କ୍ଷତି ହେଉଛି । ଯାହା ଭାରତ ସରକାରଙ୍କ ଦ୍ୱାରା ଏକ୍ସାଇଜ୍ ଡ୍ୟୁଟି ହ୍ରାସକୁ ଦୃଷ୍ଟିରେ ରଖି ରାଜ୍ୟ ବହନ କରିବାର ସମ୍ଭାବନା ରହିଛି ।
ତେଣୁ ଭାଟ୍ ହ୍ରାସ ଯୋଗୁଁ ରାଜ୍ୟ ରାଜସ୍ୱରୁ ମୋଟ କ୍ଷତି ପ୍ରାୟ ୨୦୦୦ କୋଟି ଟଙ୍କା ଅଟେ । କିନ୍ତୁ ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ବଡ଼ ରିଲିଫ୍ ଭାବରେ ଦେଖାଯାଉଛି ।
ଏହି ହ୍ରାସ ସହିତ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସର୍ବନିମ୍ନତମ ହେବାର ସମ୍ଭାବନା ରହିଛି ।
ବାସ୍ତବରେ କେନ୍ଦ୍ର ସରକାର ବୁଧବାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି (Excise Duty) ଯଥାକ୍ରମେ ୫ ଟଙ୍କା ଓ ୧୦ ଟଙ୍କା ହ୍ରାସ କରିଛନ୍ତି । ତେଲର ରେକର୍ଡ ହାଇ ମୂଲ୍ୟ ମଧ୍ୟରେ ୩ ବର୍ଷ ମଧ୍ୟରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟିରେ ଏହା ପ୍ରଥମ ହ୍ରାସ ଥିଲା । ଏହା ବ୍ୟତୀତ ଉତ୍ତର ପ୍ରଦେଶ, ମଣିପୁର, ଗୋଆ, ବିହାର, ତ୍ରିପୁରା, ଆସାମ ସମେତ କିଛି ରାଜ୍ୟ ସରକାର ମଧ୍ୟ ଭ୍ୟାଟ୍ ହ୍ରାସ କରିଛନ୍ତି ।
ଏହା ବି ପଢ଼ନ୍ତୁ: ଦୁନିଆ ପାଇଁ ବିପଦଜ୍ଜନକ ଚୀନ୍! ସାଟେଲାଇଟ୍ ଫଟୋରେ ଖୁଲାସା ହେଲା ଡ୍ରାଗନର ଆଉ ଏକ ଚାଲବାଜି