ପ୍ରଥମାଷ୍ଟମୀରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠାର ସ୍ଥାନ ସ୍ୱତନ୍ତ୍ର । କାରଣ ହଳଦୀ ପତ୍ରରେ ଏଣ୍ଡୁରି ପିଠା କଲେ ଏହାର ସ୍ୱାଦ ସହ ବାସ୍ନା ଲୋକଙ୍କୁ ଅଧିକ ଆକର୍ଷିତ କରିଥାଏ ।
Trending Photos
ନୂଆଦିଲ୍ଲୀ: ପ୍ରିୟବ୍ରତ ସାହୁ; ପ୍ରଥମାଷ୍ଟମୀ (Prathamastami) ଅଥବା ପଢୁଆଁଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ I
ରାଜ୍ୟରେ ଆସନ୍ତାକାଲି ଅର୍ଥାତ ଶନିବାର ଦିନ ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ ପାଳନ ହେବାକୁ ଯାଉଛି I ଏହାକୁ ନେଇ ବିଭିନ୍ନ ଜାଗାରେ ପ୍ରାକ ପ୍ରସ୍ତୁତି କରାଯାଉଥିବାର ଦେଖିବାକୁ ମିଳିଛି I ଯଦି କନ୍ଧମାଳ (Kandhamal) ଜିଲ୍ଲା ବିଷୟରେ କୁହାଯାଏ ତେବେ ଏଠାରେ ମଧ୍ୟ ପ୍ରଥମାଷ୍ଟମୀର ପ୍ରାକ ପ୍ରସ୍ତୁତିକୁ ନେଇ ସରଗରମ ଦେଖିବାକୁ ମିଳିଛି I
କନ୍ଧମାଳର ଖାଲି ଯେ ଗୋଟା ଓ ଗୁଣ୍ଡ ହଳଦୀର ଚାହିଦା ରହିଛି ତା ନୁହେଁ, ବରଂ ଏହାର ପତ୍ର ମଧ୍ୟ ବେଶ ଚାହିଦା ରହିଛି । କଟକ, ଭୁବନେଶ୍ୱର ଭଳି କିଛି ଅଞ୍ଚଳରେ ଓଡ଼ିଆଙ୍କ ପର୍ବ ପର୍ବାଣୀରେ ହଳଦୀ ପତ୍ରର ବେଶ ଚାହିଦା ରହିଛି । ଯେହେତୁ ରାତି ପାଇଲେ ମାର୍ଗଶୀର ମାସର ପ୍ରଥମାଷ୍ଟମୀ ପୂଜା । ଏହି ପୂଜାରେ ହଳଦୀ ପତ୍ରରେ ଏଣ୍ଡୁରି ପିଠା କରାଯାଇ ପରମ୍ପରା ଅନୁଯାୟୀ ଘରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଆଉ ଏହି ପ୍ରଥମାଷ୍ଟମୀ ରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠାର ସ୍ଥାନ ସ୍ୱତନ୍ତ୍ର । କାରଣ ହଳଦୀ ପତ୍ରରେ ଏଣ୍ଡୁରି ପିଠା କଲେ ଏହାର ସ୍ୱାଦ ସହ ବାସ୍ନା ଲୋକଙ୍କୁ ଅଧିକ ଆଗ୍ରହ କରିଥାଏ ।
ପ୍ରଥମାଷ୍ଟମୀ ପୂଜା କହିଲେ ଘରେ ଘରେ ହଳଦୀ ପତ୍ରରେ ଏଣ୍ଡୁରି ପିଠା ନିଶ୍ଚିତ ହୋଇଥାଏ । ଆଉ ଖାସ ଏଥିପାଇଁ ତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଦିବାସୀ ମହିଳା ମାନେ ଏବେ ହଳଦୀ ପତ୍ରକୁ କାଟି ଆଣି ବିଡା କରୁଛନ୍ତି । ବ୍ୟବସାୟୀମାନେ ହଳଦୀ ପତ୍ରକୁ ମଧ୍ୟ କିଣିନେଉଛନ୍ତି । ୧୦ ଟି ପତ୍ରରେ ଗୋଟିଏ ବିଡା ହେଉଥିବା ବେଳେ ଏହାର ମୂଲ୍ୟ ୧୦ ରୁ ୧୫ ଟଙ୍କା ମଧ୍ୟରେ ରହିଛି । ମହିଳା ମାନେ ଦିନକୁ ଶହ ଶହ ହଳଦୀ ପତ୍ର ବିଡା କରି ନିଜର ଜୀବିକା ମଧ୍ୟ ନିର୍ବାହ କରୁଥିବା ବେଳେ ପ୍ରଥମାଷ୍ଟମୀ ଉପଲକ୍ଷେ ହଳଦୀ ପତ୍ର ପ୍ରଚୁର ପରିମାଣରେ ବିକ୍ରି ହେଉଥିବା ସ୍ଥାନେ ସ୍ଥାନେ ଏବେ ଦେଖିବାକୁ ମିଳୁଛି ।
ଏହା ବି ପଢ଼ନ୍ତୁ: ଅନୁଷ୍କା ଏବଂ ବିରାଟଙ୍କୁ କଣ୍ଡୋମ ଗିଫ୍ଟ ଦେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ!