ଦ୍ରୌପଦୀ ମୁର୍ମୁଙ୍କୁ ନେଇ ନିଜ ନେତାଙ୍କ ପାଖରେ ଏହି ଅପିଲ କଲେ ନବୀନ ପଟ୍ଟନାୟକ
Advertisement

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ନିଜ ନେତାଙ୍କ ପାଖରେ ଏହି ଅପିଲ କଲେ ନବୀନ ପଟ୍ଟନାୟକ

Presidential Election 2022: ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥାତ ବୁଧବାର ଦିନ ପୁର୍ନବାର ଆଉ ଏକ ଟ୍ୱିଟ କରିଛନ୍ତି । ଏଥିରେ ସେ ନିଜ ନେତାଙ୍କ ପାଖରେ ଓଡ଼ିଶାର ଝିଅକୁ ନେଇ ଏକ ଅପିଲ କରିଛନ୍ତି । 

(ଫାଇଲ ଫଟୋ)

Presidential Election 2022: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି (BJP) ନେତୃତ୍ୱାଧୀନ ଏନଡିଏ (NDA) ମଙ୍ଗଳବାର ଦିନ ଦ୍ରୌପଦୀ ମୁର୍ମୁଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଥିଲା । ଏହାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଟ୍ୱିଟ ମାଧ୍ୟମରେ ଏକେ ପ୍ରତିକ୍ରିୟା ଆସିଥିଲା ।

ନବୀନ ପଟ୍ଟନାୟକ ଟ୍ୱିଟରେ କହିଥିଲେ ଯେ, ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିବା ଓଡିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋ ସହ ଏହି ବିଷୟରେ ଆଲୋଚନା କରିଥିଲେ ମୁଁ ବହୁତ ଖୁସି ଥିଲି । ସେ ଦେଶରେ ମହିଳା ସଶକ୍ତିକରଣ ପାଇଁ ଏକ ଉଦାହରଣ ସୃଷ୍ଟି କରିବେ । ନବୀନ ପଟ୍ଟନାୟକଙ୍କ ଏହି ବୟାନକୁ ଦ୍ରୌପଦୀ ମୁର୍ମୁଙ୍କ ଅପିଲ ଉପରେ ଅନ୍ତିମ ମୋହର ଭାବେ ଦେଖାଯାଉଛି ।

ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥାତ ବୁଧବାର ଦିନ ପୁର୍ନବାର ଆଉ ଏକ ଟ୍ୱିଟ କରିଛନ୍ତି । ଏଥିରେ ସେ ନିଜ ନେତାଙ୍କ ପାଖରେ ଓଡ଼ିଶାର ଝିଅକୁ ନେଇ ଏକ ଅପିଲ କରିଛନ୍ତି । ସେ ନିଜ ଅପିଲରେ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଶାର ଝିଅକୁ ସମର୍ଥନ କରିବାକୁ ଅପିଲ କରିଛନ୍ତି ।

ଦ୍ରୌପଦୀ ମୁର୍ମୁ ଭାରତ ଜନତା ପାର୍ଟି (BJP) ଓ ବିଜୁ ଜନତା ଦଳ (BJD) ମେଣ୍ଟ ସରକାରରେ ୨୦୦୦–୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ପରିବହନ ପାଇଁ ସ୍ୱତନ୍ତ୍ର ପ୍ରଭାର ଓ ୬ ଅଗଷ୍ଟ ୨୦୦୨ରୁ ମେ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ରାଜ୍ୟ ମନ୍ତ୍ରୀ ଥିଲେ । ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଛନ୍ତି । ସେ କାଉନସିଲର ଭାବରେ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ, ପରେ ରାଇରଙ୍ଗପୁର ଜାତୀୟ ପରାମର୍ଶଦାତା ପରିଷଦର ଉପାଧ୍ୟକ୍ଷ ହୋଇଥିଲେ । ୨୦୧୩ରେ ସେ ଦଳର ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ପଦରେ ପହଞ୍ଚିଥିଲେ ।

ସେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଓଡିଶାର ପ୍ରଥମ ମହିଳା ତଥା ଆଦିବାସୀ ନେତା । ନିର୍ବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ଏହା ବ୍ୟତୀତ ସେ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ ମଧ୍ୟ କରିପାରନ୍ତି ।

ଏହା ବି ପଢ଼ନ୍ତୁ: ଦ୍ରୌପଦୀ ନା ଯଶୋବନ୍ତ; ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ଦେବେ ନୀତିଶ, ଦଳ କଲା ଏହି ଘୋଷଣା