ସୋରୋ ବସ୍ ଦୁର୍ଘଟଣା: ମୃତକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Advertisement

ସୋରୋ ବସ୍ ଦୁର୍ଘଟଣା: ମୃତକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Soro bus accident: ମିଳିଥିବା ଖବର ଅନୁଯାୟୀ ଏହି ବସ୍‌ ଦୁର୍ଘଟଣାରେ ୬ ଜଣକଙ୍କର ମୃତ୍ୟୁ ହୋଇଥିବା ବଳେ ଓ ୩୦ ରୁ ଅଧିକ ଜଣ ଆହତ ହୋଇଛନ୍ତି । 

ସୋରୋ ବସ୍ ଦୁର୍ଘଟଣା: ମୃତକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଅପରାହ୍ନରେ ବାଲେଶ୍ବରର ସୋରୋ ଠାରେ ବସ୍ ଦୁର୍ଘଟଣାରେ (Soro Bus Accident) ଛଅ ଜଣ ବ୍ଯକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାଏସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଏତଦବ୍ୟତୀତ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ସୋମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ  ଯେ ବସ୍ ଟି ଉଦଳାରୁ ଭୁବନେଶ୍ୱର ଆସୁଥିବା ବେଳେ ସୋରୋ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ବସ୍ ହେଲପରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଜାତୀୟ ରାଜପଥ ବାରିକପୁର ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ମିଳିଥିବା ଖବର ଅନୁଯାୟୀ ଏହି ବସ୍‌ ଦୁର୍ଘଟଣାରେ ୬ ଜଣକଙ୍କର ମୃତ୍ୟୁ ହୋଇଥିବା ବଳେ ଓ ୩୦ ରୁ ଅଧିକ ଜଣ ଆହତ ହୋଇଛନ୍ତି ।