ଷ୍ଟାର୍ଟଅପ୍ ଓଡ଼ିଶାର ଆର୍ଥିକ କ୍ଷମତା ସଙ୍କୁଚିତ: ଓଡ଼ିଆ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦିଆଯାଉ ନଥିବା ଅଭିଯୋଗ
Advertisement
Article Detail0/zeeodisha/odisha2337584

ଷ୍ଟାର୍ଟଅପ୍ ଓଡ଼ିଶାର ଆର୍ଥିକ କ୍ଷମତା ସଙ୍କୁଚିତ: ଓଡ଼ିଆ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦିଆଯାଉ ନଥିବା ଅଭିଯୋଗ

Startup Odisha: ଗତ କିଛିଦିନ ହେଲା ଓଡ଼ିଆ ଯୁବ ଷ୍ଟାର୍ଟଅପ୍‍ ଉଦ୍ୟୋଗୀଙ୍କୁ  ‘ଷ୍ଟାର୍ଟ ଅପ୍‍ ଓଡ଼ିଶାରେ  ଅବହେଳା ପ୍ରଦାନ କରୁଥିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହିକ୍ରମରେ ଆଜି ଷ୍ଟାର୍ଟଅପ୍ ଓଡ଼ିଶା କର୍ତ୍ତୃପକ୍ଷଙ୍କ ଆର୍ଥିକ କ୍ଷମତା ଉପରେ କଟକଣା ଲଗାଇ ଯାଇଛି। 

Startup Odisha financial Power limited by Odisha Govt

ଭୁବନେଶ୍ୱର: ଗତ କିଛିଦିନ ହେଲା ଓଡ଼ିଆ ଯୁବ ଷ୍ଟାର୍ଟଅପ୍‍ ଉଦ୍ୟୋଗୀଙ୍କୁ  ‘ଷ୍ଟାର୍ଟ ଅପ୍‍ ଓଡ଼ିଶାରେ  ଅବହେଳା ପ୍ରଦାନ କରୁଥିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହିକ୍ରମରେ ଆଜି ଷ୍ଟାର୍ଟଅପ୍ ଓଡ଼ିଶା କର୍ତ୍ତୃପକ୍ଷଙ୍କ ଆର୍ଥିକ କ୍ଷମତା ଉପରେ କଟକଣା ଲଗାଇ ଯାଇଛି।  ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାର କିମ୍ବା ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା କୌଣସି ନିର୍ଦ୍ଦେଶନାମା/ସର୍କୁଲାର/ଗାଇଡଲାଇନ୍/ବିଜ୍ଞପ୍ତିକୁ ବିଚାରକୁ ନ ନେଇ ସରକାର ଷ୍ଟାର୍ଟଅପ୍ ଓଡ଼ିଶାକୁ ଆର୍ଥିକ କ୍ଷମତା ଅନୁସରଣ କରି ଏହାର ସୁଚାରୁରୂପେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଯେକୌଣସି ପ୍ରକାରର ଖର୍ଚ୍ଚ ଯଥା ଯୋଜନାବଦ୍ଧ/ଅଣ-ଯୋଜନାବଦ୍ଧ, ପୁନରାବୃତ୍ତି/ଅଣ-ପୁନରାବୃତ୍ତି, ରାଜସ୍ୱ/ପୁଞ୍ଜି ଇତ୍ୟାଦି ଏବଂ ଯେକୌଣସି ଉଦ୍ଦେଶ୍ୟରେ ଅର୍ଥାତ୍ ପରାମର୍ଶଦାତା ନିୟୋଜିତ କରିବା, ସେବା ନିଯୁକ୍ତି କିମ୍ବା ଆଉଟସୋର୍ସିଂ, ନିର୍ମାଣ କାର୍ଯ୍ୟ, ସାମଗ୍ରୀ ଓ ସେବା କ୍ରୟ, ନୂତନ ପ୍ରକଳ୍ପ ହାତକୁ ନେବା ଇତ୍ୟାଦି ପାଇଁ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି।

ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତାକୁ ୧ କୋଟି ଟଙ୍କା ଭିତରେ ସୀମିତ ରଖାଯାଇଥିବାବେଳେ ଷ୍ଟାର୍ଟଅପ୍ ଓଡ଼ିଶାର ନିର୍ଦ୍ଦେଶକ ମଣ୍ଡଳୀକୁ  ସର୍ବାଧିକ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି।

ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କୁ କର୍ମଚାରୀଙ୍କ ଦରମା/ ପାରିଶ୍ରମିକ, ଆଉଟସୋର୍ସ ସେବା/ କନସଲଟାନ୍ସି ଚାର୍ଜ ବାବଦରେ ନିୟମିତ ଦେୟ ଆଦି ବାବଦରେ ନିୟମିତ ଖର୍ଚ୍ଚ ମଞ୍ଜୁର ଓ ବହନ ପାଇଁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି।

ଷ୍ଟାର୍ଟଅପ୍ ଓଡ଼ିଶାର ନିର୍ଦ୍ଦେଶକ ଓ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏହି ସର୍ତ୍ତରେ ନିଜ ଆର୍ଥିକ କ୍ଷମତା ମଧ୍ୟରେ ଖର୍ଚ୍ଚ ମଞ୍ଜୁର କରିବେ ଏବଂ ଖର୍ଚ୍ଚ ବହନ କରିବେ, ଯେଉଁଥିରେ ସର୍ତ୍ତ ରହିଛି ଯେ (କ) ଏହି ଖର୍ଚ୍ଚ ଷ୍ଟାର୍ଟଅପ୍ ଓଡ଼ିଶାର ଅନୁମୋଦିତ ବଜେଟରେ ରହିବା ଉଚିତ  ଏବଂ (ଖ) ଏଭଳି ବ୍ୟୟ ବହନ ପାଇଁ ଉପଯୁକ୍ତ ସରକାରୀ ପ୍ରକ୍ରିୟା ଅନୁସରଣ କରାଯିବା ଆବଶ୍ୟକ।