ଯାଜପୁର-କେନ୍ଦୁଝର ରୋଡ଼ ଦେଇ ଧାମରା ପୋର୍ଟ ଓ ଆରଡ଼ିକୁ ଗଡ଼ିବ ରେଳ
Advertisement

ଯାଜପୁର-କେନ୍ଦୁଝର ରୋଡ଼ ଦେଇ ଧାମରା ପୋର୍ଟ ଓ ଆରଡ଼ିକୁ ଗଡ଼ିବ ରେଳ

Indian Railway: ଯାଜପୁର କେନ୍ଦୁଝର ରୋଡ଼-ଧାମରା ପୋର୍ଟ ଭାୟା ଯାଜପୁର ଟାଉନ-ଆରଡ଼ି ୯୬ କି.ମି. ଦୈର୍ଘ୍ୟ ରେଳ ଲାଇନ ପାଇଁ ଚୂଡ଼ାନ୍ତ ସ୍ଥାନ ସର୍ଭେ (ଫାଇନାଲ ଲୋକେସନ ସର୍ଭେ) କୁ ରେଳ ମନ୍ତ୍ରଣାଳୟର ମଞ୍ଜୁରୀ ଦେଇଛି ।

ସୌ: ସୋସିଆଲ ମିଡିଆ

Indian Railway: ଯାଜପୁର ଟାଉନ ଓ ଆରଡ଼ି ମାର୍ଗ ଦେଇ ଯାଜପୁର ଶିଳ୍ପାଞ୍ଚଳର ପ୍ରବେଶ ଦ୍ୱାର ଯାଜପୁର-କେନ୍ଦୁଝର ରୋଡ ଏବଂ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ ୯୬ କି.ମି ଦୈର୍ଘ୍ୟ ପ୍ରସ୍ତାବିତ ନୂତନ ରେଳ ଲାଇନର ଫାଇନାଲ ଲୋକେସନ ସର୍ଭେ (FLS) କୁ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଛି । ସର୍ଭେ କାର୍ଯ୍ୟ କରିବା ପାଇଁ ୨.୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଆରଡ଼ି ପୀଠରେ ଆଖଣ୍ଡଳମଣି ମନ୍ଦିର ଓ ବିରଜା କ୍ଷେତ୍ର ଯାଜପୁର ଟାଉନ୍ ପରି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀକୁ ଏହି ପ୍ରସ୍ତାବିତ ରେଳ ଲାଇନ ସଂଯୋଗ କରିବ । 

ଯାଜପୁର ଓ ଭଦ୍ରକ ଜିଲ୍ଲାବାସୀଙ୍କ ଏହା ଏକ ଦୀର୍ଘ ଦିନର ଦାବି ଓ ଏହା ବହୁ ପ୍ରତୀକ୍ଷିତ ଜନସାଧାରଣଙ୍କ ଆକାଂକ୍ଷା ମଧ୍ୟ ଅଟେ । ଏହି ପ୍ରସ୍ତାବିତ ନୂତନ ଲାଇନଟି ଯାଜପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାର ପର୍ଯ୍ୟଟନ ସ୍ଥାନଗୁଡ଼ିକୁ ମଧ୍ୟ ସଂଯୋଗ କରିବ । ଏହା ବ୍ୟତୀତ କେନ୍ଦୁଝର ଜିଲ୍ଲାରୁ ଖଣିଜ ପଦାର୍ଥ, ଯାଜପୁର ଓ ଅନୁଗୁଳ ଜିଲ୍ଲାର ଶିଳ୍ପାଞ୍ଚଳରୁ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ ପଣ୍ୟ ପରିବହନ ଯାତାୟାତ ସହଜ ହେବା ସହିତ ଆର୍ଥିକ ଦୃଷ୍ଟିରୁ ସହାୟକ ହେବ ।

ଏହି ପ୍ରସ୍ତାବିତ ନୂତନ ରେଳ ଲାଇନ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କର “ପୂର୍ବୋଦୟ” ଦର୍ଶନର ଏକ ଅଂଶ । ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କର ବାରମ୍ବାର ଉଦ୍ୟମ ଜାରିରଖି ଯାଜପୁର କେନ୍ଦୁଝର ରୋଡ଼ ଓ ଧାମରା ମଧ୍ୟରେ ନୂତନ ରେଳ ଲାଇନ ପାଇଁ ନିଜର ଦୃଢ଼ ମତ ଉପସ୍ଥାପନ କରିଥିଲେ । ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଯାଜପୁର ଓ ଭଦ୍ରକ ଗସ୍ତ ସମୟରେ ମଧ୍ୟ ଜନସାଧାରଣଙ୍କ ଆକାଂକ୍ଷା ଗ୍ରହଣ କରିଥିଲେ ଓ ପ୍ରସ୍ତାବିତ ନୂତନ ରେଳ ଲାଇନକୁ ବିଚାର କରିବାକୁ ପ୍ରତିଶୃତି ଦେଇଥିଲେ ।

ଏହା ବି ପଢ଼ନ୍ତୁ: Shreyas Iyer ଙ୍କ ଆଘାତ ବଢ଼ାଇଲା ଟିମ୍ ଇଣ୍ଡିଆର ଟେନସନ୍, ଜାଣନ୍ତୁ ବିଶ୍ୱକପ ପୂର୍ବରୁ ଫିଟ୍ ହେବେ କି ନାହିଁ?

ଏହା ବି ପଢ଼ନ୍ତୁ: ଦେଶରେ ଏହା ହେଉଛି ସେହି ୫ଟି ରେଳ ଷ୍ଟେସନ, ଯାହା କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ