ଦିନେ ଗୋଟିଏ ହସରେ ମରୁଥିଲେ ହଜାରେ ଯୁବକ, ୨୨ ବର୍ଷ ବୟସରେ ଝଡିଗଲା ସମସ୍ତ ଦାନ୍ତ
Advertisement

ଦିନେ ଗୋଟିଏ ହସରେ ମରୁଥିଲେ ହଜାରେ ଯୁବକ, ୨୨ ବର୍ଷ ବୟସରେ ଝଡିଗଲା ସମସ୍ତ ଦାନ୍ତ

ବ୍ରୁକି ଜନସନ ୧୬ ବର୍ଷ ବୟସରେ ଦାନ୍ତର ଏନମାଲ୍ ହରାଇବାକୁ ଲାଗିଲେ ଏବଂ ୨୨ ବର୍ଷ ବୟସରେ ତାଙ୍କର ସମସ୍ତ ଦାନ୍ତ ସଂପୂର୍ଣ୍ଣ କ୍ଷୟ ହୋଇଯାଇଥିଲା।

 ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ଆମେରିକାର ଉତ୍ତର କାରୋଲିନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୪ ବର୍ଷୀୟା ଯୁବତିଙ୍କ ସମସ୍ତ ଦାନ୍ତ ଭାଙ୍ଗିଯାଇଛି। ବ୍ରୁକି ଜନସନ ନାମକ ଜଣେ ଯୁବତି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜର ବେଦନା ପ୍ରକାଶ କରି କରିଛନ୍ତି।

ବ୍ରୁକି ଜନସନ (Brooke Johnson) କହିଛନ୍ତି ଯେ ଦାନ୍ତ ଭାଙ୍ଗିବା ପରେ ତାଙ୍କର 'Perfect Smile' ଖରାପ ହୋଇଯାଇଛି। ସେ କହିଥିଲେ, 'ହସ ମୋ ପାଇଁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ଏଥିପାଇଁ ସର୍ବଦା ପ୍ରଶଂସା ପାଉଥିଲି। ମୋର ଦାନ୍ତ ନଷ୍ଟ ହେବା ପରଠାରୁ ମୋର ଆତ୍ମବିଶ୍ୱାସ କମି ଯାଇଛି ଏବଂ ମୋତେ ଲାଗୁଛି ଯେ ମୁଁ ମୋର ଏକ ଅଙ୍ଗ ହରାଇଛି।'

Also Read: କାଳିଆ କ୍ୱାରେଣ୍ଟିନ୍ ଯିବାର କରୁଣ କାହାଣୀ, ଜାଣିଲେ ଆଖିରୁ ଗଡିବ ପାଣି!

ମିଡିଆ ରିପୋର୍ଟ ଅନୁଯାୟୀ, ବ୍ରୁକି ଜନସନ ୧୬ ବର୍ଷ ବୟସରେ ଦାନ୍ତର ଏନମାଲ୍ ହରାଇବାକୁ ଲାଗିଲେ ଏବଂ ୨୨ ବର୍ଷ ବୟସରେ ତାଙ୍କର ସମସ୍ତ ଦାନ୍ତ ସଂପୂର୍ଣ୍ଣ କ୍ଷୟ ହୋଇଯାଇଥିଲା। ବ୍ରୁକି ଆମେରିକାର ଉତ୍ତର କାରୋଲିନାର କ୍ଲିଣ୍ଟନରେ ରୁହନ୍ତି ଏବଂ ପାର୍ଟ ଟାଇମ୍ ୱେଟ୍ରେସ୍ ଭାବରେ କାର୍ଯ୍ୟ କରନ୍ତି। କିନ୍ତୁ ଦାନ୍ତ ଭଙ୍ଗିଯିବା ହେତୁ ତାଙ୍କୁ କାମରେ ସମସ୍ୟା ଦେଖାଦେଇଛି। 

ବ୍ରୁକି ଜନସନ ତାଙ୍କ ଦାନ୍ତର ଚିକିତ୍ସା କରିବା ପାଇଁ ସକ୍ଷମ ନୁହନ୍ତି। ତେଣୁ ତାଙ୍କର ଜଣେ ବନ୍ଧୁ ପାଣ୍ଠି ସଂଗ୍ରହ କରିବା ପାଇଁ GoFundMe ପେଜ୍ ତିଆରି କରିଛନ୍ତି। ଏପର୍ଯ୍ୟନ୍ତ ସେ ୬୮୦୦ ଡଲାର ଅର୍ଥାତ୍ ପ୍ରାୟ ୪.୯୮ ଲକ୍ଷ ଟଙ୍କା ସହାୟତା ପାଇଛନ୍ତି ଏବଂ ବର୍ତ୍ତମାନ ସେ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଇ ଦାନ୍ତ ଠିକ୍ କରିବେ। GoFundMe ପେଜରେ ସେ ଲେଖିଛନ୍ତି, 'କିଛି ସପ୍ତାହ ହେବ ଏବଂ ମୋର ସୁନ୍ଦର ହସ ଫେରି ଆସିବ।