Advertisement
Article Detail0/zeeodisha/odisha701968
Zee OdishaOdisha LifeStyle and Othersସୁଶାନ୍ତଙ୍କ ମୃତ୍ୟୁ ପରେ ଟ୍ରେଣ୍ଡ କରୁଛି ଏହି ଶବ୍ଦ

ସୁଶାନ୍ତଙ୍କ ମୃତ୍ୟୁ ପରେ ଟ୍ରେଣ୍ଡ କରୁଛି ଏହି ଶବ୍ଦ

ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ୧୪ ତାରିଖରେ ବାନ୍ଦ୍ରାସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡ଼ିଆରେ ବଲିଉଡ଼ର କଳାକାରନାମା ଉପରେ ପରଦା ହଟିଛି ବୋଲି ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହେଉଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ବଡ଼ କଳାକାରଙ୍କ ଠାରୁ ଆରମ୍ଭ କରିନେ ଅଭିନେତାଅଭିନେତ୍ରୀଙ୍କ ଫ୍ୟାନ

ସୁଶାନ୍ତଙ୍କ ମୃତ୍ୟୁ ପରେ ଟ୍ରେଣ୍ଡ କରୁଛି ଏହି ଶବ୍ଦ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ୧୪ ତାରିଖରେ ବାନ୍ଦ୍ରାସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡ଼ିଆରେ ବଲିଉଡ଼ର କଳାକାରନାମା ଉପରେ ପରଦା ହଟିଛି ବୋଲି ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହେଉଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ବଡ଼ କଳାକାରଙ୍କ ଠାରୁ ଆରମ୍ଭ କରିନେ ଅଭିନେତାଅଭିନେତ୍ରୀଙ୍କ ଫ୍ୟାନ ଫଲୋୟର୍ସମାନେ ମଧ୍ୟ ମୁହଁ ଖୋଲିଛନ୍ତି। 

ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ଇଣ୍ଟରନେଟରେ ଅନେକ ଶବ୍ଦ ଟ୍ରେଣ୍ଡିଂରେ ଆସିଛି। ଦୈନିକ ଉକ୍ତ ଟ୍ରେଣ୍ଡିଂ ଶବ୍ଦରେ ଶହଶହ ମତାମତ ଦେଉଛନ୍ତି ସୋସିଆଲମିଡ଼ିଆ ୟୁଜର। ତେବେ ଏହାରି ମଧ୍ୟରେ ନେପୋଟିଜିମ ସବୁଠାରୁ ଅଧିକ ମାତ୍ରାରେ ଟ୍ରେଣ୍ଡିରେ ରହିଛି। ତେବେ ମେ ୨୦୧୯ ରୁ ଜୁନ ୨୦୨୦ ମଧ୍ୟରେ ନେପୋଟିଜିମ ଶବ୍ଦକୁ ନେଇ ଏକ ଅନୁଧ୍ୟାନ କରାଯାଇଥିଲା। ତେବେ ଏହି ଅନୁଧ୍ୟାନ ସମୟରେ ମାସକୁ ପ୍ରାୟ ୬୨୪୫୮ ଥର ସର୍ଚ୍ଚ କରାଯାଇଥିବା ନେଇ SEMrush ଏକ ଅନୁଷ୍ଠାନ ସୂଚନା ଦେଇଛି। 

ଏହି ସର୍ଚ୍ଚ ସମୟରେ ସିନେ ଇଣ୍ଡିଷ୍ଟ୍ରି ସହିତ ଜଡ଼ିତ ଏକାଧିକ ତଥ୍ୟ ସମ୍ପର୍କରେ ମଧ୍ୟ ସର୍ଚ୍ଚ କରିଥିବା ନେଇ ଉକ୍ତ ଆନୁଷ୍ଠାନ କହିଛି। ନେପୋଟିଜିମ ବ୍ୟାପକ ଭାବେ ବ୍ୟବହୃତ ଏକ ଶବ୍ଦ ଓ ଏହା ପ୍ରତିଟି ସେକ୍ଟର, ପ୍ରତିଟି ଇଣ୍ଡଷ୍ଟ୍ରିରେ ଚାଲିଥାଏ ବୋଲି ଉକ୍ତ ଅନୁଷ୍ଠାନ କହିଛି। ଯେଉଁମାନେ 'ବଲିଉଡରେ ଆତ୍ମୀୟତା' ଖୋଜିଥାନ୍ତି, ସେମାନେ ନେପୋଟିଜିମକୁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଯୋଡିବାକୁ ଚେଷ୍ଟା କରୁଛନ୍ତି।

Add Zee News as a Preferred Source

ଏକ ଅଧ୍ୟୟନରୁ ଜଣାପଡିଛି ଯେ ସୁଶାନ୍ତଙ୍କ ଆକସ୍ମିକ ମୃତ୍ୟୁ ପରଠାରୁ ଏହି କିୱାର୍ଡର ସନ୍ଧାନ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ସ୍ପାଇକ୍ ପରେ 'ବଲିଉଡରେ ନେପୋଟିଜିମ' କିୱାର୍ଡର ସନ୍ଧାନ ମଧ୍ୟ ଅନେକ ଥର ହ୍ରାସ ପାଇଛି। ଜାନୁଆରୀ ୧୫ ଏବଂ ୧୬ରେ ଏହି କିୱାର୍ଡର ସନ୍ଧାନ ହାରାହାରି ଠାରୁ ମାତ୍ର ୧୫୩ ପ୍ରତିଶତ ଅଧିକ ଥିଲା | ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡ଼ିଆ ଉପରେ ମଧ୍ୟ ବେଶ ଗଭୀର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା। 

ସୁଶାନ୍ତଙ୍କ ମୃତ୍ୟୁ ପରେ ଟ୍ୱିଟରରେ #NepotismBollywood, #BollywoodBlockedSushant, #JusticeForSushantRajput, और #KaranJoharssBULLY ଭଳି ଅନେକ ଗୁଡି଼ଏ ଶବ୍ଦ ହଟାତ ଟ୍ରେଣ୍ଡିଂ ଆରମ୍ଭ କରିଦେଇଥିଲା। ଚଳିତ ମାସ ୧୭ ତାରିଖ ସୁଦ୍ଧା ଯଥାକ୍ରମେ ୩୯୬୧, ୧୦୫୨୦, ୩୬୨୯୨ ଓ ୧୦୨୩୦ଟି ଟ୍ୱିଟ ଓ ରିଟ୍ୱିଟ ହୋଇ ସାରିଥିଲା।

About the Author