କୋରୋନା ମୁକ୍ତ ହେଲେ ଅମିତାଭ ବଚ୍ଚନ, ହସ୍ପିଟାଲରୁ ମିଳିଲା ଛୁଟି
Advertisement

କୋରୋନା ମୁକ୍ତ ହେଲେ ଅମିତାଭ ବଚ୍ଚନ, ହସ୍ପିଟାଲରୁ ମିଳିଲା ଛୁଟି

ଅଭିନେତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସେ ଶୀଘ୍ର ତାଙ୍କ ଘରେ ପହଞ୍ଚିବେ ।

କୋରୋନା ମୁକ୍ତ ହେଲେ ଅମିତାଭ ବଚ୍ଚନ, ହସ୍ପିଟାଲରୁ ମିଳିଲା ଛୁଟି

ମୁମ୍ୱାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଅଭିନେତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସେ ଶୀଘ୍ର ତାଙ୍କ ଘରେ ପହଞ୍ଚିବେ । ଅଭିଷେକ ବଚ୍ଚନ ଟ୍ୱିଟ୍ କରି ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । 

ଅଭିଷେକ ବଚ୍ଚନ ମଧ୍ୟ ବହୁତ ଖୁସି ନଜରକୁ ଆସିଛନ୍ତି । ସେ ଟ୍ୱିଟ୍ କରି ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଭିଷେକ ଟ୍ୱିଟରେ ଲେଖିଛନ୍ତି ଯେ- ମୋ ବାପାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ବର୍ତ୍ତମାନ ସେ ଘରେ ରହି ଆରାମ କରିବେ । ତାଙ୍କ ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ।

ଅମିତାଭ ବଚ୍ଚନ ମଧ୍ୟ ଟ୍ୱିଟ କରି ଏହି ଖୁସି ଖବର ସମସ୍ତଙ୍କ ସହ ସେୟାର କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି- ମୁଁ କୋରୋନା ନେଗେଟିଭକୁ ଆସିଛି । ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରେ କ୍ୱାରେଣ୍ଟିନ ହୋଇଛୁ । ଭଗବାନଙ୍କ କୃପା ଓ ମା-ବାବୁଜୀଙ୍କ ଆଶୀର୍ବାଦ ଯୋଗୁଁ ମୁଁ ଆଜି ଏହି ଦିନ ଦେଖୁଛି । ଅମିତାଭ ତାଙ୍କ ଟ୍ୱିଟରେ ନାନାବତୀ ହସ୍ପିଟାଲର କର୍ମଚାରୀଙ୍କୁ ପ୍ରଶଂସା କରିବା ସହ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।