Shani Chandra Grahan 2024: ଏହିସବୁ ରାଶିଙ୍କ ପାଇଁ ଦୁଃଖ କଷ୍ଟ ଆଣିବ ଶନି ଚନ୍ଦ୍ର ଗ୍ରହଣ, ରହିବାକୁ ହେବ ସତର୍କ!
Advertisement
Article Detail0/zeeodisha/odisha2350767

Shani Chandra Grahan 2024: ଏହିସବୁ ରାଶିଙ୍କ ପାଇଁ ଦୁଃଖ କଷ୍ଟ ଆଣିବ ଶନି ଚନ୍ଦ୍ର ଗ୍ରହଣ, ରହିବାକୁ ହେବ ସତର୍କ!

Shani Chandra Grahan 2024: ଆଜି ଶନି ଚନ୍ଦ୍ର ଗ୍ରହଣ। ଯାହା ଦିର୍ଘ ୧୮ ବର୍ଷ ପରେ ପଡିଛି ।  ଯାହାକୁ ଖାଲି ଆଖିରେ ଦେଖିହେବ।  ତେବେ, ଶନି- ଚନ୍ଦ୍ରଙ୍କ ଏହି ସଂଯୋଗ କିଛି ରାଶି ପାଇଁ ଅଶୁଭ ଫଳ ପ୍ରଦାନ କରିବ । ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Shani Chandra Grahan 2024: ଏହିସବୁ ରାଶିଙ୍କ ପାଇଁ ଦୁଃଖ କଷ୍ଟ ଆଣିବ ଶନି ଚନ୍ଦ୍ର ଗ୍ରହଣ, ରହିବାକୁ ହେବ ସତର୍କ!

Shani Chandra Grahan 2024: ଆଜି ଶନି ଚନ୍ଦ୍ର ଗ୍ରହଣ। ଯାହା ଦିର୍ଘ ୧୮ ବର୍ଷ ପରେ ପଡିଛି । ଭାରତ ସମେତ ଏହି ଶନି ଚନ୍ଦ୍ର ଗ୍ରହଁ ଶ୍ରୀଲଙ୍କା , ମିଆଁମାର ସହ ଜାପାନ୍ ରେ ମଧ୍ୟ ଦେଖିବାକୁ ମିଳିବ।  ଏହି ଦୁର୍ଲଭ ସଂଯୋଗ ଆଜି ଅପରାହ୍ନ  ୧ଟା ୪୪ ମିନିଟ୍ ସମୟରେ ଶନିଗ୍ରହ ନିଜକୁ ସମ୍ପୁର୍ଣ୍ଣ ଭାବେ ଲୁଚାଇ ଦେବେ। ଏବଂ ଅପରାହ୍ନ ୨ଟା ୨୫ ମିନିଟ୍ ସମୟରେ ଶନି ଚନ୍ଦ୍ରର ପଛପଟୁ ବାହାରୁଥିବା ଦେଖିବାକୁ ମିଳିବ। ଯାହାକୁ ଖାଲି ଆଖିରେ ଦେଖିହେବ।  ଏହି ସମୟକୁ ପରାଗ ବୋଲି କୁହାଯିବ। ତେବେ, ଶନି- ଚନ୍ଦ୍ରଙ୍କ ଏହି ସଂଯୋଗ କିଛି ରାଶି ପାଇଁ ଅଶୁଭ ଫଳ ପ୍ରଦାନ କରିବ । ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ALSO READ: Ganesha Favourite Zodiac: ଗଣେଶଙ୍କ ପ୍ରିୟ ଏହିସବୁ ରାଶିର ପାଖ ମାଡି଼ ନଥାଏ ବାଧାବିଘ୍ନ, ପ୍ରତ୍ୟକ କ୍ଷେତ୍ରରେ ପାଇଥାଆନ୍ତି ସଫଳତା!

ମେଷ: ଶନି ଚନ୍ଦ୍ର ଗ୍ରହଣ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ବଡ଼ ପ୍ରଭାବ ପକାଇବ। କ୍ୟାରିୟର ପାଇଁ ଶନିଙ୍କ ଏହି ପ୍ରଭାବ ଶୁଭଫଳ ପ୍ରଦାନ କରିବ । ମାତ୍ର ପାରିବାରିକ ଜୀବନରେ ସମସ୍ୟା ଦେଖାଦେବ। ନିଜ ପରିବାର ସଦସ୍ୟଙ୍କର  ଅସୁସ୍ଥତା ନେଇ କୌଣସି ଖରାପ ଖବର ପାଇ ମନ ବିଚଳିତ ହେବ। ତେଣୁ ନିଜ ପରିବାର ସଦସ୍ୟଙ୍କର ଯତ୍ନ ନିଅନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ। ନଚେତ୍ କର୍ମକ୍ଷେତ୍ରରେ ବିବାଦ ଦେଖାଦେବ। ଗାଡି଼ ଚଳାଇବା ସମୟରେ ସତର୍କ ରୁହନ୍ତୁ। 

ସିଂହ: ଅଯଥା ବିବାଦରେ ଫସି ପାରନ୍ତି। ଯଥା ସମ୍ଭବ ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ କୌଣସି କଥାକୁ ନେଇ କଳହ ହୋଇପାରେ। ଯାହାକୁ ନେଇ କର୍ମକ୍ଷେତ୍ରରେ ଚାପରେ ରହିବେ। ନିଜ ମନର କୋହ ଓ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ ନାହିଁ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ସମାଜରେ ପ୍ରତିଷ୍ଠା ଓ ସମ୍ମାନ ହରାଇ ପାରନ୍ତି। ଶାନ୍ତି ଓ ଧୌର୍ଯ୍ୟର ସହକାରେ ସମସ୍ତ କାର୍ଯ୍ୟକୁ ତୁଲାଇବାକୁ ଚେଷ୍ଟା କରନ୍ତୁ।  

ଧନୁ: ଶନି ଚନ୍ଦ୍ର ଗ୍ରହଣ ଏହି ରାଶି ପାଇଁ ବଡ଼ ବିପଦ ଆଣିବ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଯଦି ଆପଣ ଅସୁସ୍ଥ ଅଛନ୍ତି । ତେବେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଏବେ ଟଙ୍କା ବିନିଯୋଗ କରନ୍ତୁ ନାହିଁ । କ୍ଷତି ସହିବାର ସମ୍ଭାବନା ରହିଛି। ଦୂରଯାତ୍ରା ସମୟରେ ସର୍ତକ ରୁହନ୍ତୁ। ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପାରେ। କୌଣସି ସ୍ଥାନରୁ ଟଙ୍କା ଋଣ ଆଣିପାରନ୍ତି। ଦାମ୍ପତ୍ୟ  ଜୀବନରେ ଦୁଃଖକଷ୍ଟ ଲାଗି ରହିବ।  

ମକର: ଶନି-ଚନ୍ଦ୍ର ଏହି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି। ବିଶେଷ କରି, କର୍ମକ୍ଷେତ୍ରରେ ଥଣ୍ତା ମିଜାଜ୍ ରଖି କାମ କରିବାକୁ ଚେଷ୍ଟା କରନ୍ତୁ । ନଚେତ୍ ସହକର୍ମୀ ଆପଣଙ୍କ ବିରୋଧରେ ଷଡଯନ୍ତ୍ର କରିପାରନ୍ତି।  କୁଚକ୍ରାନ୍ତକାରୀ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଯଦି ଆପଣ ଭ୍ରମଣ କରିବାକୁ ଯାଉଛନ୍ତି, ତେବେ,ଟିକିଏ ସତର୍କ ରୁହନ୍ତୁ । ଏହା ସହିତ, ଆପଣ ଅନାବଶ୍ୟକ ଖର୍ଚ୍ଚର ଶିକାର ହୋଇପାରନ୍ତି । ଯାହା ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ । ଏପରିକି ଜୀବନ ସାଥୀଙ୍କ ସହିତ ମଧ୍ୟ କଥାବାର୍ତ୍ତା କଲାବେଳେ ମତଭେଦ ହେବାର ଆଶଙ୍କା ଅଧିକ ରହିଛି । ତେଣି ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)