Shani Surya Yuti 2024: ଗୋଟିଏ ରାଶିରେ ଶନି-ସୂର୍ଯ୍ୟଙ୍କ ମିଳନ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!
Advertisement
Article Detail0/zeeodisha/odisha2285454

Shani Surya Yuti 2024: ଗୋଟିଏ ରାଶିରେ ଶନି-ସୂର୍ଯ୍ୟଙ୍କ ମିଳନ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!

Sun And Saturn Conjunction 2024:  ବର୍ତ୍ତମାନ ଶନିଦେବ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତାକାଲି ସୂର୍ଯ୍ୟଦେବ ସକାଳ ୭ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ଶନି-ସୂର୍ଯ୍ୟଙ୍କ ମିଳନ ଶନି-ସୂର୍ଯ୍ୟ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି।  ଏହି ସଂଯୋଗ କିଛି ରାଶି ପାଇଁ ଶୁଭଫଳ ଆଣିବା ସହ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। 

Shani Surya Yuti 2024: ଗୋଟିଏ ରାଶିରେ ଶନି-ସୂର୍ଯ୍ୟଙ୍କ ମିଳନ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!

Sun And Saturn Conjunction 2024: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି ସମୟରେ ବର୍ତ୍ତମାନ ଶନିଦେବ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତାକାଲି ସୂର୍ଯ୍ୟଦେବ ସକାଳ ୭ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ  ଶନି-ସୂର୍ଯ୍ୟଙ୍କ ମିଳନ ଶନି-ସୂର୍ଯ୍ୟ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି।  ଏହି ସଂଯୋଗ କିଛି ରାଶି ପାଇଁ ଶୁଭଫଳ ଆଣିବା ସହ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ALSO READ: Mahalakshmi Rajyoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ମହାଲକ୍ଷ୍ମୀ ରାଜଯୋଗ, କ୍ୟାରିୟରକୁ ନେଇ ମିଳିପାରେ ଖୁସି ଖବର!

ଏହି ସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ...

କୁମ୍ଭ: ଶନି-ସୂର୍ଯ୍ୟ ୟୁତି ବା ଦୁର୍ଲଭ ସଂଯୋଗ ଏହି ରାଶିଙ୍କ ଭାଗ୍ୟ ବଦଳାଇବ।  ଦିର୍ଘ ଦିନର ଆଶା ପୂରଣ ହେବା ସହ ଆର୍ଥିକ ସ୍ଥିତି ମଜବୁତ୍ ହେବ।  ବିଶେଷ କରି, ଏହି ଅବଧି ମଧ୍ୟରେ, ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ପୁରୁଣା ବିନିଯୋଗରୁ ଲାଭ ମିଳିବ। ପରିବାରରେ ହସଖୁସି ଲାଗି ରହିବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । 

ବୃଷ: ସୂର୍ଯ୍ୟ ଓ ଶନିଙ୍କ ଏହି ମିଳନରୁ ଏହି ରାଶିଙ୍କ ଭାଗ୍ୟ ଟାଣ କରିବ। ଏହି ଅବଧି ମଧ୍ୟରେ କ୍ୟାରିୟରେରେ ବିଶେଷ ସଫଳତା ପାଇବେ। କାର୍ଯ୍ୟାଳୟରେ ଆପଣଙ୍କୁ ବଡ଼ ଦାୟିତ୍ବ ବା ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି। ଏହି ସମୟରେ ନୂଆ ଡିଲ୍ ଫାଇନାଲ୍ ହୋଇପାରେ। ଆୟ ବଢିବା ସହ ବ୍ୟାଙ୍କ୍ ବାଲାନ୍ସ୍ ବୃଦ୍ଧି ପାଇବ। ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ସ୍ବାସ୍ଥ୍ୟ ଭଲ ରହିବା ସହ ମନ ଖୁସି ରହିବ।

ମକର ରାଶି: ସୂର୍ଯ୍ୟ ଓ ଶନିଙ୍କ କୃପାରୁ ଏହି ରାଶି ଉପରେ ଧନ ବରଷିବ। ଆକସ୍ମିକ ଧନଲାଭର ଯୋଗ ରହିଛି । ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। ବୈବାହିକ ଜୀବନ ସୁଖମୟ ହେବ । ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ଅଫର ମିଳିପାରେ। ଏହି ସମୟରେ ଆପଣ ଏକ ନୂତନ ଯାନ କ୍ରୟ କରିବାର ସମ୍ଭାବନା ରହିଛି। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ଏଥିପାଇଁ ଆପଣଙ୍କୁ ନିଜ ସ୍ବାସ୍ଥ୍ୟପ୍ରତି ଅଧିକ ଯତ୍ନଶୀଳ ହେବାକୁ ପଡିବ। କୌଣସି ବ୍ୟକ୍ତିଙ୍କ ସହିତ ମତଭେଦ ହୋଇଥିଲେ। ତାହା ଏହି ଅବଧି ମଧ୍ୟରେ ଦୂର ହୋଇଯିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)