Mahalakshmi Rajyoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିବ ମହାଲକ୍ଷ୍ମୀ ରାଜଯୋଗ, ଧନ ବର୍ଷା ସହ ହାତକୁ ହେବେ ଦି ହାତ!
Advertisement
Article Detail0/zeeodisha/odisha2274584

Mahalakshmi Rajyoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିବ ମହାଲକ୍ଷ୍ମୀ ରାଜଯୋଗ, ଧନ ବର୍ଷା ସହ ହାତକୁ ହେବେ ଦି ହାତ!

Mahalakshmi Rajyoga 2024: ଶୁକ୍ର ବର୍ତ୍ତମାନ ବୃଷ ରାଶିରେ ଥିବା ବେଳ ଆସନ୍ତାକାଲି ସକାଳ ୯ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଦେବଗୁରୁ ବୃହସ୍ପତି ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ମିଳନ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରୁଛି। ତେବେ, ଏହି ଗଜଲକ୍ଷ୍ମୀ ରାଜଯୋଗ ଜୁନ୍ ମାସ ଆରମ୍ଭରୁ ତିନି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ। 

Mahalakshmi Rajyoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିବ ମହାଲକ୍ଷ୍ମୀ ରାଜଯୋଗ, ଧନ ବର୍ଷା ସହ ହାତକୁ ହେବେ ଦି ହାତ!

Mahalakshmi Rajyoga 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଯାହା ରାଶି ଚକ୍ରରେ ଥିବା ୧୨ ଟି ରାଶି ଉପରେ ପ୍ରଭାବ ପକାଇଥାଏ। ଗ୍ରହ ମାନଙ୍କର ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିଥାଏ, ତ ଆଉ କେତେ ବେଳେ ଅଶୁଭ ଫଳ ଦେଇଥାଏ। ଏହି କ୍ରମରେ,ଶୁକ୍ର ବର୍ତ୍ତମାନ ବୃଷ ରାଶିରେ ଥିବା ବେଳ ଆସନ୍ତାକାଲି ସକାଳ ୯ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଦେବଗୁରୁ ବୃହସ୍ପତି ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ମିଳନ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରୁଛି। ତେବେ, ଏହି ଗଜଲକ୍ଷ୍ମୀ ରାଜଯୋଗ ଜୁନ୍ ମାସ ଆରମ୍ଭରୁ ତିନି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...

ALSO READ: Shukra Gochar 2024: ଶୁକ୍ରଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ରହିଛି ଧନଲାଭର ଯୋଗ!

ମେଷ ରାଶି: ମହାଲକ୍ଷ୍ମୀ ରାଜଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ମାସ ଆରମ୍ଭରୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ବ୍ୟବସାୟୀଙ୍କ ଲାଗି ଶୁଭ ସମୟ ଆରମ୍ଭ ହେବ। ଯେଉଁମାନେ ଆମଦାନୀ , ରପ୍ତାନୀ ବ୍ୟବସାୟ କ୍ଷେତ୍ରରେ ଜଡିଡ଼ ଅଛନ୍ତି । ସେମାନଙ୍କୁ ବ୍ୟବସାୟରେ ଲାଭ ଦ୍ବି-ଗୁଣିତ ହେବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। ବେକାରି ମାନଙ୍କୁ ମନପସନ୍ଦର ଚାକିରି ଅଫର ମିଳିବ।  ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ, ମାସର ଶେଷ ଆଡକୁ ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଘାଣ୍ଟି ହୋଇପାରନ୍ତି। 

ସିଂହ ରାଶି: ମହାଲକ୍ଷ୍ମୀ ରାଜଯୋଗର ଏହି ରାଶିଙ୍କୁ ପାଇଁ ଶୁଭଦିନ ଆଣିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଦରମା ବୃଦ୍ଧି ହେବା ସହ ଆୟ ବଢିବ। ରିୟଲି ଇଷ୍ଟେଟ୍ ସହିତ ଜଡିତ ବ୍ୟବସାୟୀମାନେ ଏହି ସମୟରେ ନୂତନ ପ୍ରୋଜେକ୍ଟ ଆରମ୍ଭ କଲେ ଅଧିକ ଲାଭ ପାଇବାର ସମ୍ଭାବନା ରହିଛି । ଦୂର ଯାତ୍ରାରୁ ନିବୃତ୍ତ ରୁହନ୍ତୁ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପୌତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ନିଜ ଜୀବନ ସାଥୀଙ୍କ ଭଲ ସମୟ ଅତିବାହିତ କରିବେ। କ୍ୟାରିୟରକୁ ନେଇ କୌଣସି ଖୁସି ଖବର ପାଇପାରନ୍ତି। 

ମୀନ ରାଶି:  ମହାଲକ୍ଷ୍ମୀ ରାଜଯୋଗର ପ୍ରଭାବ ଏହି ରାଶି ଉପରେ ମଧ୍ୟ ଦେଖିବାକୁ ମିଳିବ।   ମହାଲକ୍ଷ୍ମୀଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି । ଏହି ଅବଧି ମଧ୍ୟରେ ପ୍ରତ୍ୟକ ଇଚ୍ଛା ପୂରଣ ହବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ଧାର କରଜରୁ ମୁକ୍ତି ପାଇପାରନ୍ତି। କାର୍ଯ୍ୟାଳୟରେ ପଦୋନ୍ନତି ପାଇପାରନ୍ତି। ଦରମା ବୃଦ୍ଧି ପାଇବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟରେ ଅଗ୍ରଗତି କରିବେ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। ଏପରିକି ନିଜ ପସନ୍ଦର ସାଥୀଙ୍କ ସହ ବିବାହ ହୋଇପାରେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)