Rahu Mangal Yuti 2024: ଏହି ସବୁ ରାଶିଙ୍କ ଉପରେ ଧନ ବର୍ଷା କରିବେ ରାହୁ-ମଙ୍ଗଳ, ମିଳିବ ନୂଆ ଚାକିରି ସାଙ୍ଗକୁ...
Advertisement
Article Detail0/zeeodisha/odisha2280018

Rahu Mangal Yuti 2024: ଏହି ସବୁ ରାଶିଙ୍କ ଉପରେ ଧନ ବର୍ଷା କରିବେ ରାହୁ-ମଙ୍ଗଳ, ମିଳିବ ନୂଆ ଚାକିରି ସାଙ୍ଗକୁ...

Rahu Mangal Yuti 2024: ବର୍ତ୍ତମାନ ମଙ୍ଗଳ ମେଷ ରାଶିରେ ଥିବା ବେଳେ  ଆଜି ସକାଳ ୧୦ ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ରାହୁ ଚଳନ କରିବେ। ଗୋଟିଏ ରାଶିରେ ରାହୁ- ମଙ୍ଗଳ ମିଳନ  ରାହୁ-ମଙ୍ଗଳ ଯୁତି ବା ଦୁର୍ଲଭ ସଂଯୋଗ  ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ  କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାରେ ସହାୟକ ହେବ।

Rahu Mangal Yuti 2024: ଏହି ସବୁ ରାଶିଙ୍କ ଉପରେ ଧନ ବର୍ଷା କରିବେ ରାହୁ-ମଙ୍ଗଳ, ମିଳିବ ନୂଆ ଚାକିରି ସାଙ୍ଗକୁ...

Rahu Mangal Yuti 2024: ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଏହି କ୍ରମରେ ବର୍ତ୍ତମାନ ମଙ୍ଗଳ ମେଷ ରାଶିରେ ଥିବା ବେଳେ  ଆଜି ସକାଳ ୧୦ ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ରାହୁ ଚଳନ କରିବେ। ଗୋଟିଏ ରାଶିରେ ରାହୁ- ମଙ୍ଗଳ ମିଳନ  ରାହୁ-ମଙ୍ଗଳ ଯୁତି ବା ଦୁର୍ଲଭ ସଂଯୋଗ  ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ  କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାରେ ସହାୟକ ହେବ। କାହିଁକିନା ମଙ୍ଗଳଙ୍କୁ ରକ୍ତ, କ୍ରୋଧ, ସମ୍ପତ୍ତି, ପୋଲିସ, ସେନା ଏବଂ ସାହସ ଇତ୍ୟାଦିର କାରଣ ବୋଲି ବିବେଚନା କରାଯାଉଥିବା ବେଳେ ରାହୁଙ୍କୁ ଛାୟା ଗ୍ରହ ବୋଲି କୁହାଯାଏ। ଏହି ୨ ଗ୍ରହଙ୍କ ମିଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ALSO READ: Today Horoscope: ଆଜି ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ଲାଭବାନ୍ ହେବେ ଏହି ସବୁ ରାଶି:

ମେଷ: ରାହୁ-ମଙ୍ଗଳଙ୍କ ମହା ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ।  ଏହି ଅବଧି ମଧ୍ୟରେ,  କାର୍ଯ୍ୟାଳୟରେ ପଦୋନ୍ନତି ପାଇବାର ଯୋଗ ରହିଛି।  କଠିନ ପରିଶ୍ରମର ଫଳ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। କମ୍ ପରିଶ୍ରମ କରି ଅଧିକ ଫଳ ପାଇବେ। ବ୍ୟବସାୟରେ ଲାଭବାନ୍ ହେବେ। କୌଣସି ନୂତନ ବ୍ୟବସାୟ କରିବା ପାଇଁ ମଧ୍ୟ ସମୟ ଅନୁକୂଳ ରହିଛି। ବେକାରିମାନେ ଚାକିରି ପାଇବେ। ବୈବାହିକ ଜୀବନ ସୁଖୟମ ହେବା ସହ ପ୍ରେମ ଜୀବନରେ ମଧୁରାତ ଆସିବ। 

ବୃଷ:  ସେହିପରି, ଏହି ରାଶି ପାଇଁ ମଧ୍ୟ ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ରାହୁ-ମଙ୍ଗଳଙ୍କ ମହା ମିଳନ ଏହି ରାଶିର ଭାଗ୍ୟ ଫିଟାଇବ।  ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରା ହେବ।  ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ।  କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ପଦୋନ୍ନତିର ଯୋଗ ରହିଛି।  ଆୟ ପୂର୍ବ ଅପେକ୍ଷା ବୃଦ୍ଧି ପାଇବ। ରିୟଲି-ଇଷ୍ଟେଟ୍ ବ୍ୟବସାୟ ଜଡ଼ିତ ଲୋକେ ଶୁଭଫଳ ପାଇବେ। ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବାରେ ସହାୟକ ହେବ। ସେହିପରି ପ୍ରେମୀ ଯୁଗଳଙ୍କ ସମୟ ଭଲ ରହିବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଟଙ୍କା ସଂଚୟ କରିବାରେ ସମର୍ଥ ହେବ।

ମୀନ:  ଏହି ରାଶିଙ୍କ ଭାଗ୍ୟ ଉଜ୍ଜଳ କରିବ ରାହୁ-ମଙ୍ଗଳଙ୍କ ମହା ମିଳନ। ପୁରୁଣା ବିବାଦରୁ ମୁକ୍ତି ମିଳିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଯେଉଁମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବାକୁ ସ୍ବପ୍ନ ଦେଖୁଛନ୍ତି । ସେମାନଙ୍କ ସ୍ବପ୍ନ ସତ ହେବ। ବିଦେଶ ଯାତ୍ରା କରିବାର ଯୋଗ ରହିଛି ।  ଆକସ୍ମିକ ଧନଲାଭର ଯୋଗ ରହିଛି। ଏ-ହି ଅବଧି ମଧ୍ୟରେ ଗାଡି କିମ୍ବା ଜମି କ୍ରୟ କରିପାରନ୍ତି।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)