Advertisement
Article Detail0/zeeodisha/odisha2117293
Zee OdishaOdisha LifeStyle and OthersShani Dev: ଡିସେମ୍ବର ୩୧ ଯାଏଁ ଏହି ତିନି ରାଶିଙ୍କ ଉପରେ ରହିବ ଶନିଦେବଙ୍କ କୃପା, ମାଡି଼ଯିବ ଧନ ସମୃଦ୍ଧି

Shani Dev: ଡିସେମ୍ବର ୩୧ ଯାଏଁ ଏହି ତିନି ରାଶିଙ୍କ ଉପରେ ରହିବ ଶନିଦେବଙ୍କ କୃପା, ମାଡି଼ଯିବ ଧନ ସମୃଦ୍ଧି

Shani Dev:  ୨୦୨୪, ଡିସେମ୍ବର ୩୧ ଯାଏଁ କୁମ୍ଭ ରାଶିରେ ଶନି ରହିବେ।  ଶନିଙ୍କ ଏହି ପ୍ରଭାବ ବିଶେଷ କରି ତିନି ରାଶି ଉପରେ ପଡିବ। ଆଉ ଏହି ତିନି ରାଶିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ପାଇଁ ଆସନ୍ତାବର୍ଷ ଶୁଭ ହେବାକୁ ଯାଉଛି।....

Shani Dev: ଡିସେମ୍ବର ୩୧ ଯାଏଁ ଏହି ତିନି ରାଶିଙ୍କ ଉପରେ ରହିବ ଶନିଦେବଙ୍କ କୃପା, ମାଡି଼ଯିବ ଧନ ସମୃଦ୍ଧି

Shani Dev: ଶନିଦେବଙ୍କୁ (shani dev) ନ୍ୟାୟର ଦେବତା ବୋଲି କୁହାଯାଏ।   ୨୦୨୪ ମସିହା ଆରମ୍ଭରୁ କିଛି ଗ୍ରହ, ଯେପରିକି, ଶନି, ସୂର୍ଯ୍ୟ, ଶୁକ୍ର ଓ ମଙ୍ଗଳ ସେମାନଙ୍କ ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେବେ, ଏହି କ୍ରମରେ ବର୍ତ୍ତମାନ  ଶନିଦେବ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । ଏହି କ୍ରମରେ ଶନିଦେବ ମଧ୍ୟ ୨୦୨୪, ଜୁନ୍ ୩୦ ତାରିଖରେ ସେହି ରାଶିକୁ ମାର୍ଗି ହେବେ ବା ଓଲଟା ଚଳନ କରିବେ। ଏବଂ ୨୦୨୪, ଡିସେମ୍ବର ୩୧ ଯାଏଁ କୁମ୍ଭ ରାଶିରେ ଶନି ରହିବେ।  ଶନିଙ୍କ ଏହି ଓଲଟା ଚଳନର ପ୍ରଭାବ ବିଶେଷ କରି ତିନି ରାଶି ଉପରେ ପଡିବ। ଆଉ ଏହି ତିନି ରାଶିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ପାଇଁ ଆସନ୍ତାବର୍ଷ ଶୁଭ ହେବାକୁ ଯାଉଛି। ...

ALSO READ: LaccMI Bus Service: ଆଜି ଆଉ ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍', ଏହି ସବୁ ରୁଟ୍ ରେ ମିଳିବ ସେବା

ମାଲେମାଲ୍ ହେବେ ଏହି ସବୁ ରାଶି:

Add Zee News as a Preferred Source

କୁମ୍ଭ : ଶନିଙ୍କ କୃପାରୁ କୁମ୍ଭ ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଏହି ରାଶି ପାଇଁ ବର୍ଷ ୨୦୨୪ ବରଦାନ ପାଲଟିବ।  ବିଶେଷ କରି, କ୍ୟାରିୟର କ୍ଷେତ୍ରରେ ଅଗ୍ରଗତି ହେବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟୀମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଅନ୍ୟପକ୍ଷରେ ଯେଉଁମାନେ ଚାକିରି କରିଛନ୍ତି, ସେମାନଙ୍କୁ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ।  ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ। ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି। ପୌତୃକ ସମ୍ପତ୍ତିରୁ ଲାଭ ମିଳିବ। 

ମକର:  ଏହି ରାଶିର ଲୋକମାନଙ୍କ ଭାଗ୍ୟଦୋୟ ହେବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ହେବ। ଏହି ଲୋକମାନଙ୍କର ପୁରୁଣା ସମସ୍ୟା ଶେଷ ହେବ । ପ୍ରଗତିର ରାସ୍ତା ଖୋଲିବ । ଆପଣଙ୍କର ଜୀବନରେ ଧନ, ସମୃଦ୍ଧତା ଏବଂ ସୁଖ ଆସିବ । ଆପଣଙ୍କର ପ୍ରେମ ଜୀବନ ଭଲ ହେବ । ଅଟକି ଥିବା ଟଙ୍କା ମିଳିବ । ଚାକିରିରେ ଅଗ୍ରଗତି ହେବ । ଏବଂ ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଶୁଭ ଫଳ ମିଳିବ। ଆଶାୟୀଙ୍କୁ ସରକାରୀ ଚିକିରି ମିଳିବାର ସମ୍ଭାବନା ରହିଛି। ଅବିବାହିତଙ୍କ ପାଇଁ ବିବାହ ଠିକ୍ ହୋଇପାରେ।

ବୃଷ: ଶନିଙ୍କ କୃପା ଏହି ରାଶି ଉପରେ ରହିବ। ଫଳରେ ବର୍ଷସାରା, ଏହି ରାଶିର ଲୋକେ ଶୁଭଫଳ ପାଇବେ। ଖାସ୍ କରି ଏହି ସମୟ ମଧ୍ୟରେ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। କର୍ମକ୍ଷେତ୍ରରେ ପଦୋନ୍ନୋତି ମିଳିପାର ସମ୍ଭାବନା ରହିଛି। ଯେଉଁମାନ ସରକାରୀ ଚାକିରି କରିଛନ୍ତି ସେମାନଙ୍କର ପ୍ରମୋସନ୍ ହେବା ସହ ଟ୍ରନ୍ସଫର ହେବାର ବି ସମ୍ଭାବନା ରହିଛି। ବ୍ୟବସାୟରେ ଭଲ ଲାଭ ହେବା ସହ ଅଗ୍ରଗତି ହେବ। ପରିଶ୍ରମର ଫଳ ମିଳିବ । ଯେଉଁମାନେ ଏକ ନୂତନ ଘର କିମ୍ବା ଯାନ କିଣିବାକୁ ଯୋଜନା କରିଛନ୍ତି, ସେମାନଙ୍କର ଇଚ୍ଛା ପୂରଣ ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବା ସହ ଆକସ୍ମିକ ଧନଲାଭର ଯୋଗ ବି ରହିଛି। ଦିର୍ଘ ଦିନ ଧରି ଲାଗି ରହିଥିବା ରୋଗରୁ ମୁକ୍ତି ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

About the Author