Locket Wearing Rules: ବେକରେ ଆପଣ ପିନ୍ଧୁଛନ୍ତି କି ଏମିତି ଲକେଟ, ସାବଧାନ ଭବିଷ୍ୟତ ହୋଇପାରେ ଖରାପ !
Advertisement
Article Detail0/zeeodisha/odisha1505016

Locket Wearing Rules: ବେକରେ ଆପଣ ପିନ୍ଧୁଛନ୍ତି କି ଏମିତି ଲକେଟ, ସାବଧାନ ଭବିଷ୍ୟତ ହୋଇପାରେ ଖରାପ !

Locket Wearing Rules: ଆଧୁନିକ ଯୁଗ ସହିତ ତାଳ ଦେଇ ଲୋକମାନେ ମଧ୍ୟ ନିଜ ଫ୍ୟାସନ ବଦଳାଉଛନ୍ତି। ଯେଉଁ କାରଣରୁ ଅଧିକାଂଶ ଲୋକେ ବିଭିନ୍ନ ପ୍ରକାରର ଅଳଙ୍କାର, ରିଙ୍ଗ ଏବଂ ଲକେଟ୍ ପିନ୍ଧିବା ଆରମ୍ଭ କରି ଦେଇଛନ୍ତି। କିଛି ଲୋକ ମଧ୍ୟ ଲକେଟ୍, ରୁଦ୍ରାକ୍ଷ ଏବଂ ଷ୍ଟୋନର ମାଳି ମଧ୍ୟ ପିନ୍ଧନ୍ତି ।

Locket Wearing Rules: ବେକରେ ଆପଣ ପିନ୍ଧୁଛନ୍ତି କି ଏମିତି ଲକେଟ, ସାବଧାନ ଭବିଷ୍ୟତ ହୋଇପାରେ ଖରାପ !

Locket Wearing Rules: ଆଧୁନିକ ଯୁଗ ସହିତ ତାଳ ଦେଇ ଲୋକମାନେ ମଧ୍ୟ ନିଜ ଫ୍ୟାସନ ବଦଳାଉଛନ୍ତି। ଯେଉଁ କାରଣରୁ ଅଧିକାଂଶ ଲୋକେ ବିଭିନ୍ନ ପ୍ରକାରର ଅଳଙ୍କାର, ରିଙ୍ଗ ଏବଂ ଲକେଟ୍ ପିନ୍ଧିବା ଆରମ୍ଭ କରି ଦେଇଛନ୍ତି। କିଛି ଲୋକ ମଧ୍ୟ ଲକେଟ୍, ରୁଦ୍ରାକ୍ଷ  ଏବଂ ଷ୍ଟୋନର ମାଳି ମଧ୍ୟ ପିନ୍ଧନ୍ତି । କୌଣସି ଧର୍ମ ବିଷୟରେ କିଛି ନ ଜାଣି ଏଭଳି ଭଗବାନଙ୍କ ଫଟୋ ଥିବା ଲକେଟ ଓ ରୁଦ୍ରାକ୍ଷ୍ୟ ପିନ୍ଧିବା ଉଚିତ୍ ନୁହେଁ । କିନ୍ତୁ ଆପଣ ଜାଣନ୍ତି କି ଆପଣ ପିନ୍ଧିଥିବା ଲକେଟ୍ କିମ୍ବା ରୁଦ୍ରାକ୍ଷ ଆପଣଙ୍କ ଜୀବନରେ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇପାରେ । ତେଣୁ, ଯଦି ଆପଣ କୌଣସି ଭଗବାନଙ୍କର ଲକେଟ୍ ପିନ୍ଧୁଛନ୍ତି । ତେବେ, ଆପଣଙ୍କ ଉପରେ ଏହାର ପ୍ରଭାବ କଣ ପଡିବ ଏହି ବିଷୟରେ ଆପଣ ଜାଣିବା ଉଚିତ । 

ଜ୍ୟୋତିଷଙ୍କ ପରାମର୍ଶ ପରେ ଏହାକୁ ପିନ୍ଧନ୍ତୁ :

ପ୍ରାୟତଃ ଆପଣ ନିଶ୍ଚୟ ଦେଖିଥିବେ ଯେ କେତେକ ଲୋକମାନେ ନିଜ ବେକରେ ରୁଦ୍ରାକ୍ଷ କିମ୍ବା କୌଣସି ଦେବାଦେବୀଙ୍କର ଲକେଟ ପିନ୍ଧନ୍ତି । ଯଦି ଆପଣଙ୍କର ରାଶିଫଳରେ କୌଣସି ପ୍ରକାରର ତ୍ରୁଟି ଅଛି, ତେବେ ଆପଣ କେବଳ ଜ୍ୟୋତିଷଙ୍କ ପରାମର୍ଶ ପରେ ଏହାକୁ ପିନ୍ଧିବା ଉଚିତ୍ । ଯଦି ଆପଣ କୌଣସି ଜ୍ୟୋତିଷର ବିନା ପରାମର୍ଶରେ ଏହାକୁ ପିନ୍ଧନ୍ତି, ତେବେ ଆପଣଙ୍କୁ ଏହାର ନକାରାତ୍ମକ ପରିଣାମର ସାମ୍ନା କରିବାକୁ ପଡିପାରେ । 

ଭଗବାନଙ୍କୁ ଅପମାନ କର ନାହିଁ  :

କୌଣସି ଦେବୀଦେବତାଙ୍କ ଲକେଟ ଧାରଣ କରିବା ଉଚିତ୍ ନୁହେଁ । କାରଣ ଆମେ ଦିନସାରା  ସଫାସୁତୁରା ରହି ନ ଥାଉ । ଫଳରେ ଆମ ଶରୀରରେ ଥିବା ଲକେଟ ମଧ୍ୟ ମଇଳା ହୋଇଯାଇଥାଏ । କାହିଁକିନ ଆମେ ଅପରିଷ୍କାର ହାତରେ ଭଗବାନଙ୍କୁ ସ୍ପର୍ଶ କରୁ । ଯେଉଁ କାରଣରୁ ଆମେ ଭଗବାନଙ୍କୁ ଅପମାନ କରୁଛୁ । ଏହା ସହିତ, ନକାରାତ୍ମକ ଶକ୍ତି ମଧ୍ୟ ଆମ ଉପରେ ପ୍ରାଧାନ୍ୟ ଦେବା ଆରମ୍ଭ କରନ୍ତି। 

ଯଦି ଆପଣ ଲକେଟ୍ ପିନ୍ଧିବାକୁ ଚାହାଁନ୍ତି, ତେବେ ଆପଣ ଦେବାଦେବୀଙ୍କ ଲକେଟ  ପିନ୍ଧିବା ପରିବର୍ତ୍ତେ ଦେବତାଙ୍କର ପ୍ରତୀକ କୌଣସି ଯନ୍ତ୍ର ମଧ୍ୟ ପିନ୍ଧିପାରିବେ । ଏହା ଆପଣଙ୍କ ଭିତରେ ସକରାତ୍ମକ ଶକ୍ତି ଜାଗ୍ରତ କରିଥାଏ । ଏବଂ ଆପଣଙ୍କ ରାଶିରେ ଥିବା ଦୋଷ ଦୂର ହେବା ସହିତ ଭଗବାନଙ୍କ କୃପା ଆପଣଙ୍କ ଉପରେ ରହିଥାଏ । 

ଏହି ଧାତୁ ପିନ୍ଧନ୍ତୁ ନାହିଁ  :

ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ରୂପା, ପିତ୍ତଳ ଏବଂ ତମ୍ବା କିମ୍ବା ସେଥିରୁ ନିର୍ମିତ କୌଣସି ଲକେଟ ପିନ୍ଧିବେ, ତେବେ ଆପଣଙ୍କ ଭଲ ଫଳାଫଳ ପାଇବ । ଆହୁରି ମଧ୍ୟ, ଯେତେବେଳେ ବି ତୁମେ ଏହି ଧାତୁରେ ନିର୍ମିତ କୌଣସି ବି ଜିନିଷ ଧାରଣ କରିବ ସେତେବେଳେ ଏହାକୁ ପୂଜା କରି ପିନ୍ଧିବା ଉଚିତ୍ । ମନେରଖନ୍ତୁ ଯେତେବେଳେ ଆପଣ ସୁନା କିମ୍ବା ଅନ୍ୟ କୌଣସି ଧାତୁରେ ତିଆରି କୌଣସି ଲକେଟ ପିନ୍ଧୁଛନ୍ତି । ତେବେ, ଆପଣ ପ୍ରଥମେ ଜ୍ୟୋତିଷ ପରାମର୍ଶ ନେବା ଉଚିତ୍ ଏବଂ ଏହାକୁ କେବଳ ଶୁଭ ସମୟରେ ପିନ୍ଧିବା ମଧ୍ୟ ଉଚିତ୍ । 

(ପ୍ରତ୍ୟାଖ୍ୟାନ: ଏହା ଏକ ଖବର ମାତ୍ର ସୂଚନା ଉପଯୋଗୀ, ହେଲେ ଜି ଓଡିଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ )