ଶାନ୍ତିରେ ଶୋଇବାକୁ ଚାହୁଁଛନ୍ତି ତ ରାତିରେ ଭୁଲରେ ବି ସେବନ କରନ୍ତୁନି ଏହି ୭ଟି ପଦାର୍ଥ
Advertisement

ଶାନ୍ତିରେ ଶୋଇବାକୁ ଚାହୁଁଛନ୍ତି ତ ରାତିରେ ଭୁଲରେ ବି ସେବନ କରନ୍ତୁନି ଏହି ୭ଟି ପଦାର୍ଥ

ରାତିରେ ଯଦି ଆପଣଙ୍କୁ ଭଲ ନିଦ ହେଉନି, ତେବେ ସର୍ବପ୍ରଥମେ ଆପଣ ଶୋଇବା ପୂର୍ବରୁ ଗ୍ରହଣ କରୁଥିବା ଖାଦ୍ୟ ବଦଳାଇବା ଆବଶ୍ୟକ । କାରଣ ଗ୍ୟାସ୍ ସମସ୍ୟା ସୃଷ୍ଟି କରୁଥିବା ଖାଦ୍ୟ,  ଅମ୍ଳୀୟ ଖାଦ୍ୟ, ମସଲାଯୁକ୍ତ ଖାଦ୍ୟ, ମିଠା ଖାଦ୍ୟ ଆପଣଙ୍କ ନିଦ୍ରାକୁ ପ୍ରଭାବିତ କରିଥାଏ । 

ଶାନ୍ତିରେ ଶୋଇବାକୁ ଚାହୁଁଛନ୍ତି ତ ରାତିରେ ଭୁଲରେ ବି ସେବନ କରନ୍ତୁନି ଏହି ୭ଟି ପଦାର୍ଥ

Good Sleep Tips: ଶାନ୍ତି ନିଦ୍ରା ପାଇଁ ରାତ୍ରି ଭୋଜନ ଉପରେ ଧ୍ୟାନ ଦେବା ଜରୁରୀ । ଶୋଇବା ପୂର୍ବରୁ ଯଦି ଆପଣ ଭୁଲ ଖାଦ୍ୟ ଖାଆନ୍ତି, ଏହା ଆପଣଙ୍କ ଆଖିରୁ ନିଦ ଚୋରାଇ ନେବା ସ୍ୱାଭାବିକ । ଏହି ରଚନାରୁ ଜାଣି ନିଅନ୍ତୁ ରାତିରେ ଶୋଇବା ପୂର୍ବରୁ କେଉଁ ଜିନିଷଠୁ ଦୂରେଇ ରହିବା ଜରୁରୀ । 

1. ଗ୍ୟାସ୍ ସମସ୍ୟା ସୃଷ୍ଟି କରୁଥିବା ଖାଦ୍ୟରୁ ଦୂରେଇ ରୁହନ୍ତୁ (Foods that Make You Gassy)

ଅନେକ ପ୍ରକାର ମସଲା ଯୁକ୍ତ ତରକାରୀ ଶରୀରରେ ଗ୍ୟାସ ସୃଷ୍ଟି କରିଥାଏ । ବିଷେଷଭାବେ ଉଚ୍ଚ ଫାଇବରଯୁକ୍ତ ଖାଦ୍ୟ ଖାଇ ଶୋଇଲେ ଗ୍ୟାସ ସମସ୍ୟା ଦେଖାଦେଇଥାଏ । ରାତିରେ ଅଧିକ ପରିମାଣରେ ଫଳ, ବିନ୍ସ, ବ୍ରୋକୋଲି, ଫୁଲକୋବି ଏବଂ ସ୍ପ୍ରାଉଟ୍ସ ଶୋଇବାରେ ସମସ୍ୟା ସୃଷ୍ଟି କରିପାରେ । ଉଚ୍ଚ ଫାଇବରଯୁକ୍ତ ଫଳ ଏବଂ ପନିପରିବା ଆପଣଙ୍କ ଶରୀର ପାଇଁ ବହୁତ ଭଲ, କିନ୍ତୁ ଏହା ରାତ୍ର ଭୋଜନ ପାଇଁ ଉପଯୁକ୍ତ ନୁହେଁ । ତେଣୁ ଶୋଇବା ପୂର୍ବରୁ ଏସବୁ ଖାଦ୍ୟକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ । 

2. ଅମ୍ଳୀୟ ଖାଦ୍ୟପଦାର୍ଥରୁ ଦୂରେଇ ରୁହନ୍ତୁ (Acidic Foods)

ଅତ୍ୟଧିକ ଅମ୍ଳଯୁକ୍ତ ଖାଦ୍ୟ ଯେପରିକି କଞ୍ଚା ପିଆଜ, ଟମାଟୋ ସସ୍ ଅଧିକ ଜ୍ୱଳନ ସୃଷ୍ଟି କରିଥାଏ । ଏହି କାରଣରୁ, ଆପଣଙ୍କୁ ଶୋଇବା ପୂର୍ବରୁ ଅମ୍ଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ । 

3. ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ (Spicy food)

ସ୍ୱାଭାବିକ ଭାବରେ, ଶାନ୍ତି ନିଦ ପାଇଁ ଆପଣଙ୍କ ଶରୀରର ତାପମାତ୍ରା କମ୍ ରହିବା ଆବଶ୍ୟକ ।  କିନ୍ତୁ ମସଲାଯୁକ୍ତ ଖାଦ୍ୟ ଆପଣଙ୍କ ଶରୀରର ତାପମାତ୍ରାକୁ ବଢ଼ାଇଦେଇଥାଏ । ଦିନ ସମୟରେ ଗରମ ଅନୁଭବ କରିବା ଆପଣଙ୍କୁ କାର୍ଯ୍ୟ କରିବାକୁ ଅଧିକ ସକ୍ରିୟ ରଖିଥାଏ । କିନ୍ତୁ ରାତ୍ରୀ ଭୋଜନରେ ମସଲାଯୁକ୍ତ ଖାଦ୍ୟ ଶୋଇବାରେ ନିଶ୍ଚିତ ସମସ୍ୟା ସୃଷ୍ଟି କରିଥାଏ । 

4. ମିଠା ଖାଦ୍ୟ ପରିହାର କରନ୍ତୁ (Sugary Treats)

ରାତ୍ର ଭୋଜନରେ ସୁଗାରଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । କାରଣ ମିଠା ଖାଦ୍ୟ ଯୋଗୁ ବ୍ଲଡ ସୁଗାର ବଢ଼ିଯାଇଥାଏ । ଏଥିପାଇଁ ରାତ୍ରି ଭୋଜନରେ ମିଠା ଖାଦ୍ୟ ପରିହାର କରିବା ଆବଶ୍ୟକ । 

5. ଶୋଇବା ପୂର୍ବରୁ ପିଅନ୍ତୁ ନାହିଁ ଚା କିମ୍ବା କଫି (Foods containing caffeine)

ଚା, କଫି ଓ ସୋଡାରେ କ୍ୟାଫିନଯୁକ୍ତ ଖାଦ୍ୟ ପଦାର୍ଥ ହୋଇଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଶୋଇବା ପୂର୍ବରୁ ପିଇବାକୁ ବାରଣ କରିଥାନ୍ତି । ଏହାସହିତ ଆଇସ୍କ୍ରିମ୍ ଏବଂ ମିଠା ଖାଦ୍ୟ ମଧ୍ୟ ଶରୀରରେ ଉତ୍ତେଜକ ଭାବରେ କାର୍ଯ୍ୟ କରେ । ଏହା ଶୋଇବାରେ ସମସ୍ୟା ସୃଷ୍ଟି କରିଥାଏ । 

6. ଶୋଇବା ପୂର୍ବରୁ ଅଧିକ ଜଳଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ  (Foods with High Water Content)

ରାତିରେ ଶୋଇବା ପୂର୍ବରୁ ଅଧିକ ଜଳଯୁକ୍ତ ଖାଦ୍ୟ ଖାଦ୍ୟ ହଜମ ପ୍ରକିୟାରେ ସମସ୍ୟା ସୃଷ୍ଟି କରିଥାଏ । ଆୟୁର୍ବେଦ ଅନୁସାରେ ଶୋଇବାର ଅତିକମରେ ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଉଚିତ । ଏବଂ ଖାଦ୍ୟ ଖାଇବାର ଘଣ୍ଟାଏ ପରେ ପାଣି ପିଇବା ଆବଶ୍ୟକ । ଖାଦ୍ୟ ଖାଇବା ପରେ ସଙ୍ଗେସଙ୍ଗେ ପାଣି ପିଇବା ଦ୍ୱାରା ଏହା ନିଦ୍ରାକୁ ପ୍ରଭାବିତ କରିଥାଏ । 

7. ମଦ୍ୟପାନରୁ ଦୂରେଇ ରୁହନ୍ତୁ (Stop drinking alcohol)

ଶୋଇବା ପୂର୍ବରୁ ମଦ୍ୟପାନ ଆପଣଙ୍କ ନିଦ ହଜାଇ ଦେଇପାରେ । କାରଣ ମଦ୍ୟପାନ ଶରୀରରେ ଉତ୍ତେଜନା ବୃଦ୍ଦି କରିଥାଏ ।