Bathing with salt water-ପାଣିରେ ଏହାକୁ ମିଶାଇ ସ୍ନାନ କରନ୍ତୁ, ଗଣ୍ଠି ଯନ୍ତ୍ରଣା ସହ ଅନେକ ରୋଗରୁ ମିଳିବ ଉପଶମ
Advertisement

Bathing with salt water-ପାଣିରେ ଏହାକୁ ମିଶାଇ ସ୍ନାନ କରନ୍ତୁ, ଗଣ୍ଠି ଯନ୍ତ୍ରଣା ସହ ଅନେକ ରୋଗରୁ ମିଳିବ ଉପଶମ

ପାଣିପାଗ ଅନୁଯାୟୀ ଅଧିକାଂଶ ଲୋକେ ଗରମ କିମ୍ବା ଥଣ୍ଡା ପାଣିରେ ଗାଧୋଇବାକୁ ପସନ୍ଦ କରିଥାଆନ୍ତି କିନ୍ତୁ ଆପଣ ଜାଣନ୍ତି କି ପାଣିରେ ଲୁଣ ମିଶାଇ ଗାଧୋଇବା ଦ୍ବାରା ଶରୀରର ଅନେକ ସମସ୍ୟା ବା ରୋଗ ଦୂର ହୋଇଥାଏ । ଲୁଣ ପାଣିରେ ସ୍ନାନ କରିବା ଦ୍ବାରା ଗଣ୍ଠି ଯନ୍ତ୍ରଣା ଦୂର ହେବା ସହ ମାନସିକ ଚାପ ମଧ୍ୟ କମାଇବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ଲୁଣ ପାଣିରେ ଗାଧୋଇବା ଦ୍ବାରା ଆପଣଙ୍କୁ ଆଉ କଣ କଣ ଲାଭ ମିଳିଥାଏ । 

Bathing with salt water-ପାଣିରେ ଏହାକୁ ମିଶାଇ ସ୍ନାନ କରନ୍ତୁ, ଗଣ୍ଠି ଯନ୍ତ୍ରଣା ସହ ଅନେକ ରୋଗରୁ ମିଳିବ ଉପଶମ

ଗଣ୍ଠି ଯନ୍ତ୍ରଣା କମ କରେ
ଲୁଣ ପାଣି ଦ୍ବାରା ଆପଣଙ୍କ ଗଣ୍ଠି ଯନ୍ତ୍ରଣାକୁ ହ୍ରାସ କରିଥାଏ । ଯଦି ଆପଣ ଗାଧୋଇବା ସମୟରେ ପାଣିରେ ଚାମଚ ଲୁଣ ମିଶାଇ ଥାଆନ୍ତି ତେବେ ଆପଣଙ୍କ ହାଡ଼ରେ ସାମାନ୍ୟ ଯନ୍ତ୍ରଣାକୁ ବି ଦୂର କରିଥାଏ । ଏହା ବ୍ୟତୀତ ଆପଣଙ୍କ ପାଦରେ ଯଦି ଯନ୍ତ୍ରଣା ହେଉଛି ତେବେ ଉଷୁମ ଲୁଣ ପାଣିରେ ପାଦ ଧୋଇ ନିଅନ୍ତୁ ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ଏହି ଉପାୟ ଲାଭଦାୟକ ହେବ । 

ସଂକ୍ରମଣକୁ କମ କରିଥାଏ 
କୌଣସି ପ୍ରକାରର ସଂକ୍ରମଣକୁ ଦୂର କରିବା ପାଇଁ ଲୁଣିଆ ଜଳ ଅତ୍ୟନ୍ତ ଉପଯୋଗୀ । ବାସ୍ତବରେ ଲୁଣରେ ଥିବା ଖଣିଜ ତତ୍ତ୍ବ ଆପଣଙ୍କୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ । ଲୁଣ ପାଣିରେ ସ୍ନାନ କରିବା ଦ୍ବାରା ଶରୀରର ସମସ୍ତ ଛୋଟ ଛୋଟ ଛିଦ୍ର ଖୋଲିଥାଏ ଏବଂ ଆପଣଙ୍କ ଶରୀରରେ ଥିବା ଇନଫେକ୍ସନ ବା ସଂକ୍ରମଣ ଆଶଙ୍କାକୁ କମ୍ କରିଥାଏ । 

ବ୍ରଣକୁ ରଖେ ଦୂରରେ
ବ୍ରଣରୁ ମୁକ୍ତି ପାଇବା ପାଇଁ ଲୁଣିଆ ଜଳ ଖୁବ ଲାଭଦାୟକ । ଲୁଣି ପାଣିରେ ଗାଧୋଇବା ଦ୍ବାରା ଆପଣଙ୍କ ସ୍କିନର ଓପନ ପୋର୍ସ ବା ଚର୍ମର ଛୋଟ ଛୋଟ ଛିଦ୍ର ଖୋଲିଥାଏ ଯାହା ପରେ ଶରୀରରେ ଥିବା ମଇଳା ସହଜରେ ବାହାରିଯାଏ । ଲୁଣି ପାଣିରେ ସ୍ନାନ କରିବା ଦ୍ବାରା ଆପଣଙ୍କ ଶରୀରର ଡିଟକ୍ସ ହୋଇଥାଏ ଯାହା ଆପଣଙ୍କ ମୁହଁରେ ଥିବା ଦାଗ ,ବ୍ରଣକୁ କମ୍ କରିଥାଏ । ଲୁଣି ପାଣି ଆପଣଙ୍କ ଚେହେରାକୁ ହାଇଡ୍ରେଟ କରିଥାଏ ଏବଂ ଚମକ ଆଣିଥାଏ।   

ମାନସିକ ଚାପକୁ କରେ ଦୂର
ଯଦି ଆପଣ କୌଣସି କଥାକୁ ନେଇ ଅଧିକ ଚାପଗ୍ରସ୍ତ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଲୁଣି ପାଣିରେ ସ୍ନାନ କରିବା ଉଚିତ୍ । ଆପଣ ନିଶ୍ଚିତ ଭାବରେ ଏଥିରୁ ଲାଭ ପାଇବେ । ଲୁଣ ପାଣିରେ ଥିବା ମିନରାଲ୍ସ ତତ୍ତ୍ବ ଶରୀରରେ ଭଲ ଭାବେ ମିଶିଯାଏ । କୁହାଯାଏ କି ସୋଡିୟମର ପ୍ରଭାବ ମସ୍ତିଷ୍କରେ ପଡିଥାଏ ଏହା ବ୍ୟତୀତ ଆପଣଙ୍କ ଶରୀରକୁ ଡିଟକ୍ସ କରିଥାଏ । ଯାହା ଦ୍ବାରା ଆପଣ କ୍ଲାନ୍ତ ଅବସାଦ ଦୂର ସହ ଚାପ ଗ୍ରସ୍ତରୁ ମୁକ୍ତ କରିଥାଏ ।