Brain Stroke Alert: ଶୀତଦିନେ ଏହି ଲକ୍ଷଣ ହୋଇପାରେ ବ୍ରେନଷ୍ଟ୍ରୋକର ବଡ଼ କାରଣ
Advertisement
Article Detail0/zeeodisha/odisha1526924

Brain Stroke Alert: ଶୀତଦିନେ ଏହି ଲକ୍ଷଣ ହୋଇପାରେ ବ୍ରେନଷ୍ଟ୍ରୋକର ବଡ଼ କାରଣ

Brain Stroke Symptoms: ଯାହାଫଳରେ ରକ୍ତ କଣିକା ଗୁଡ଼ିକ ଫାଟିବାକୁ ଲାଗିଥାଏ।  ଏଥିରେ ମସ୍ତିଷ୍କର ଟିସ୍ୟୁରେ ଅକ୍ସିଜେନ ଓ ପୋଷତ ତତ୍ୱର ହ୍ରାସ ଦେଖିବାକୁ ମିଳିଥାଏ। ଯାହାଫଳରେ କିଛି ମିନିଟ ମଧ୍ୟରେ ହିଁ କୋଶିକା ଗୁଡ଼ିକ ଡ୍ୟାମେଜ ହେବା ଆରମ୍ଭ ହୋଇଯାଏ । ଯଦି ଆପଣ ବ୍ରେନ ଷ୍ଟ୍ରୋକର ସଙ୍କେତ ଓ ଲକ୍ଷଣକୁ ଭଲ ଭାବେ ବୁଝିବେ ତେବେ ଆପଣଙ୍କ ଜୀବନ ବଞ୍ଚିପାରିବ।

Brain Stroke Alert: ଶୀତଦିନେ ଏହି ଲକ୍ଷଣ ହୋଇପାରେ ବ୍ରେନଷ୍ଟ୍ରୋକର ବଡ଼ କାରଣ

Brain Stroke Alert: ଶୀତଦିନେ ଥଣ୍ଡା ହେବା ସାଧାରଣ କଥା, କିନ୍ତୁ ଆପଣ ଜାଣନ୍ତି କି ଏହି ଋତୁରେ ମସ୍ତିଷ୍କ ଷ୍ଟ୍ରୋକ୍ ବା ବ୍ରେନ ଷ୍ଟ୍ରୋକ ହେବାର ଆଶଙ୍କା ମଧ୍ୟ ବହୁ ପରିମାଣରେ ବଢିଥାଏ। ନିକଟରେ, ୟୁପିର କାନପୁରରେ ବ୍ରେନ ଷ୍ଟ୍ରୋକ ଓ ହୃଦଘାତ କାରଣରୁ ୨୧ ଜଣଙ୍କର ମୃତ୍ୟୁ ଖବର ଆସିଥିଲା। ଆପଣ ନିଶ୍ଚୟ ଭାବୁଥିବେ ଯେ ଶୀତ ଋତୁରେ ବ୍ରେନ୍ ଷ୍ଟ୍ରୋକ୍ ଭଳି ଗୁରୁତର ରୋଗ ହେବାର ଆଶଙ୍କା ବଢିଥାଏ, ତେବେ ଆପଣ ଜାଣନ୍ତି କି ବ୍ରେନ୍ ଷ୍ଟ୍ରୋକ୍ ହେବାର ଲକ୍ଷଣ କ’ଣ? ତେବେ ଚାଲନ୍ତୁ ଜାଣିବା ଶୀତଦିନେ ବ୍ରେନଷ୍ଟ୍ରୋକର ଲକ୍ଷଣ ଓ କାରଣ ସବୁ କଣ କଣ?

ବ୍ରେନ ଷ୍ଟ୍ରୋକ (Brain Stroke) ଏକ ପ୍ରକାରର ନ୍ୟୁରୋଲୋଜିକାଲ ସମସ୍ୟା ଯାହା ମସ୍ତିଷ୍କ ଦ୍ୱାରା ବ୍ରେନକୁ ଆଟାକ୍ କରିଥାଏ। ଯାହାଫଳରେ ଏହାକୁ ବ୍ରେନ ଷ୍ଟ୍ରୋକ ବୋଲି କୁହାଯାଏ। ହେଲଥ୍ ଏକ୍ସପର୍ଟଙ୍କ କହିବାନୁସାରେ,ବ୍ରେନଷ୍ଟ୍ରୋକର ସମସ୍ୟା ସାଧାରଣତଃ ସେବେ ଆରମ୍ଭ ହୋଇଥାଏ ଯେବେ ମସ୍ତିଷ୍କର ଶିରାପ୍ରଶିରାରେ ରକ୍ତ ଗୁଡ଼ିକ ଜମାଟ ବାନ୍ଧିବା ଆରମ୍ଭ କରେ ବି ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇପାରିନଥାଏ। ଯାହାଫଳରେ ରକ୍ତ କଣିକା ଗୁଡ଼ିକ ଫାଟିବାକୁ ଲାଗିଥାଏ।  ଏଥିରେ ମସ୍ତିଷ୍କର ଟିସ୍ୟୁରେ ଅକ୍ସିଜେନ ଓ ପୋଷତ ତତ୍ୱର ହ୍ରାସ ଦେଖିବାକୁ ମିଳିଥାଏ। ଯାହାଫଳରେ କିଛି ମିନିଟ ମଧ୍ୟରେ ହିଁ କୋଶିକା ଗୁଡ଼ିକ ଡ୍ୟାମେଜ ହେବା ଆରମ୍ଭ ହୋଇଯାଏ । 

କଥାନୁସାରେ, ବ୍ରେନଷ୍ଟ୍ରୋକରେ ବ୍ରେନର କ୍ଷତି ହେବାସହ ଲମ୍ବା ସମୟ ଧରି ଶାରୀରିକ ଅକ୍ଷମତା ଏବଂ ମୃତ୍ୟୁ ମଧ୍ୟ ହୋଇଯାଇପାରେ। ଷ୍ଟ୍ରୋକ ସମୟରେ ପ୍ରତିଟି ମିନିଟ୍ ମଧ୍ୟ ବହୁ ଗୁରୁତ୍ୱ ବହନ କରେ। ଏମିତିରେ ଫାଷ୍ଟ ଟ୍ରିଟମେଣ୍ଟ କରିବା ବହୁ ଜରୁରୀ । କାରଣ ସହଜ ସରଳ ଉପାୟରେ ଟ୍ରିଟମେଣ୍ଟ କରିବା ଦ୍ୱାରା ମସ୍ତିଷ୍କକୁ ହେବାକୁ ଥିବା ଏକ ବଡ଼ କ୍ଷତିରୁ ଆପଣ ବଞ୍ଚିପାରିବେ ଓ ଅନ୍ୟଙ୍କୁ ବଞ୍ଚାଇପାରିବେ। ଯଦି ଆପଣ ବ୍ରେନ ଷ୍ଟ୍ରୋକର ସଙ୍କେତ ଓ ଲକ୍ଷଣକୁ ଭଲ ଭାବେ ବୁଝିବେ ତେବେ ଆପଣଙ୍କ ଜୀବନ ବଞ୍ଚିପାରିବ। ଆମେରିକାର ନ୍ୟାସନାଲ ହେଲଥ୍ ଏଜେନ୍ସି (National Health Agency)  ବ୍ରେନ ଷ୍ଟ୍ରୋକକୁ ନେଇ କିଛି ଲକ୍ଷଣ ଓ ସଙ୍କେତ ବିଷୟରେ କହିଛନ୍ତି। ଏହି ଲକ୍ଷଣରୁ ଆପଣ ଜାଣିପାରିବେ ଭବିଷ୍ୟତରେ ଷ୍ଟ୍ରୋକ ହେବାର ସମ୍ଭାବନା ଅଛି ନା ନାହିଁ।

ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଦେଖାଦିଏ ଏପରି ଲକ୍ଷଣ (Symptoms Of Brain Stroke)

ଅଚାନକ ସବୁ କ୍ଷେତ୍ରରେ କନଫ୍ୟୁଜନ ହେବା
ଚେହେରା , ହାତ ଓ ଗୋଡରେ ଅଚାନକ ଦରଜ ହେବା
ପୁରା ଶରୀର ଓ କିଛି ଅଙ୍ଗ ପକ୍ଷାଘାତ ହେବା
ବିନା କୌଣସି କାରଣରୁ ଅଚାନକ ମୁଣ୍ଡବିନ୍ଧା ହେବା 
ଅଚାନକ ଚାଲିବାରେ ସମସ୍ୟା, ମୁଣ୍ଡ ବୁଲାଇବା, ସନ୍ତୁଳନ ହରାଇବା
କଥା କହିବାରେ ସମସ୍ୟା ଓ ଶୁଣିବା ସହ ବୁଝିବାରେ ସମସ୍ୟା ଉପୁଜିବା
ଗୋଟିଏ ପଟ କିମ୍ବା ଉଭୟ ପଟ ଆଖିରେ ଦେଖିବାରେ ସମସ୍ୟା ଉପୁଜିବା

F.A.S.T  ଉପାୟରେ ଟ୍ରିଟମେଣ୍ଟ

ଯଦି ଆପଣଙ୍କ ଶରୀରରେ ଏସବୁ ସମସ୍ୟା ଦେଖାଦେଉଛି ତେବେ F.A.S.T  ଉପାୟରେ ଟ୍ରିଟମେଣ୍ଟ କରିପାରିବେ

F-Face: ଯଦି କାହାକୁ ଷ୍ଟ୍ରୋକର ସମସ୍ୟା ରହିଥାଏ ତେବେ ସେହି ବ୍ୟକ୍ତିଙ୍କୁ ହସିବାକୁ ପରାମର୍ଶ ଦିଅନ୍ତୁ । ତେବେ ଏଥିରୁ ଆପଣ ଜାଣିପାରିବେ ଚେହେରାର କେଉଁ ଭାଗରେ କିଛି ସମସ୍ୟା ରହିଛି ନା ନାହିଁ। 

A-Arms: ସେହି ବ୍ୟକ୍ତିଙ୍କୁ ଦୁଇ ହାତ ଉପରକୁ ଉଠାଇବାକୁ କୁହନ୍ତୁ । ଏଥିରୁ ପରୀକ୍ଷା ନିରୀକ୍ଷା କରନ୍ତୁ ଯେ, ଦୁଇ ହାତ ସଠିତ ଭାବେ ରହିଛି ନା ନାହିଁ। 

S-Speech: ବ୍ୟକ୍ତିଙ୍କୁ ଏକ ସହଜ ବାକ୍ୟ ବାରମ୍ବାର କହିବାକୁ କୁହନ୍ତୁ । ବାରମ୍ବାର କହିବା ଦ୍ୱାରା ଶୁଣନ୍ତୁ ସେ ବାକ୍ୟ ସଠିକ୍ ଭାବେ କହିପାରୁଛନ୍ତି ନା ନାହିଁ। ପାଟି ଲାଗୁଛି ନା ନାହିଁ।

T-Time: ଯଦି ଏ ସବୁରେ କିଛି ଲକ୍ଷଣ ଦେଖାଦେଉଛି ତେବେ ସମୟକୁ ଗୁରୁତ୍ୱ ଦେଇ CT ଓ MRI ସ୍କାନ କରେଇନିଅନ୍ତୁ।

(Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡି଼ଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)

Also Read: Cesarean Delivery: ସିଜରିଆନ୍ ପ୍ରସବ ପରେ ଭୁଲରେ ଖାଆନ୍ତୁ ନାହିଁ ଏହି ଫଳ, ଉଭୟ ମାଆ ଏବଂ ଶିଶୁଙ୍କ ପାଇଁ ହୋଇଥାଏ କ୍ଷତିକାରକ!

Also Read: Vastu Tips: ଭୁଲରେ ବି ଏସବୁ ସ୍ଥାନରେ ଗଢ଼ନ୍ତୁ ନାହିଁ ଶାରୀରିକ ସମ୍ପର୍କ, ନଚେତ୍ ହୋଇଯିବେ ବର୍ବାଦ!