Chanakya Niti: ଦୈନିକ କରନ୍ତୁ ଏହି ତିନି କାମ, ଘରେ ହେବନି କେବେ ଧନର ଅଭାବ!
Advertisement
Article Detail0/zeeodisha/odisha1512972

Chanakya Niti: ଦୈନିକ କରନ୍ତୁ ଏହି ତିନି କାମ, ଘରେ ହେବନି କେବେ ଧନର ଅଭାବ!

Chanakya Niti: ଆଚାର୍ଯ୍ୟ ଚାଣକ୍ୟଙ୍କ ନୈତିକତା ମାନବ ଜୀବନ ପାଇଁ ଅମୂଲ୍ୟ ଅଟେ। ଆଚାର୍ଯ୍ୟଙ୍କ ଏହି ଚିନ୍ତାଧାରା ଏବଂ ନୀତିଗୁଡିକ ଗୋଟିଏ ସୂତ୍ରରେ ଯୋଡି ହୋଇଛି। ଆଜି ମଧ୍ୟ ଅନେକ ଲୋକ ତାଙ୍କ ନୀତିରେ ଜୀବନ ବଞ୍ଚିବାକୁ ବେଶ୍ ଭଲ ପାଆନ୍ତି। ଜୀବନରେ ସଫଳତା ହାସଲ କରିବାକୁ ସେ ଅନେକ ଶିକ୍ଷା ଦେଇଛନ୍ତି,ଯେଉଁଥିରେ ଜଣେ ବ୍ୟକ୍ତି ସଫଳତା ହାସଲ କରିପାରିବ।

Chanakya Niti: ଦୈନିକ କରନ୍ତୁ ଏହି ତିନି କାମ, ଘରେ ହେବନି କେବେ ଧନର ଅଭାବ!

Chanakya Niti: ଆଚାର୍ଯ୍ୟ ଚାଣକ୍ୟଙ୍କ ନୈତିକତା ମାନବ ଜୀବନ ପାଇଁ ଅମୂଲ୍ୟ ଅଟେ। ଆଚାର୍ଯ୍ୟଙ୍କ ଏହି ଚିନ୍ତାଧାରା ଏବଂ ନୀତିଗୁଡିକ ଗୋଟିଏ ସୂତ୍ରରେ ଯୋଡି ହୋଇଛି।  ଆଜି ମଧ୍ୟ ଅନେକ ଲୋକ ତାଙ୍କ ନୀତିରେ ଜୀବନ ବଞ୍ଚିବାକୁ ବେଶ୍ ଭଲ ପାଆନ୍ତି। ଜୀବନରେ ସଫଳତା ହାସଲ କରିବାକୁ ସେ ଅନେକ ଶିକ୍ଷା ଦେଇଛନ୍ତି,ଯେଉଁଥିରେ ଜଣେ ବ୍ୟକ୍ତି ସଫଳତା ହାସଲ କରିପାରିବ। ଜୀବନରେ ଝିଏ ଚାଣକ୍ୟଙ୍କ ନୀତି ଅନୁସରଣ କରିଛି । ଯିଏ ମଧ୍ୟ ଜୀବନରେ ଆଗକୁ ବଢିଛି । ଶିକ୍ଷା ଠାରୁ ଆରମ୍ଭ କରି ସୁଖଦ ଦାମ୍ପତ୍ୟ ଜୀବନ, ଧନପ୍ରାପ୍ତି ଏବଂ ସଫଳତା ନେଇ ଅନେକ ନୀତିବାଣୀ ମଧ୍ୟ ସେ ଦେଇଛନ୍ତି । ଯାହାକୁ ଗ୍ରହଣ କରି ବ୍ୟକ୍ତିଙ୍କୁ ଶ୍ରେଷ୍ଠ ମଣିଷ ହେବାକୁ କେହି ଅଟକାଇ ପାରିବେ ନାହିଁ।

ଦେବୀ ଲକ୍ଷ୍ମୀଙ୍କ କୃପା ବଜାୟ ରଖିବା ପାଇଁ ଚାଣକ୍ୟ ଅନେକ କଥା କହିଛନ୍ତି । ଚାଣକ୍ୟଙ୍କ ଏହି ନୀତି ଗୁଡିକୁ ଅନୁସରଣ କଲେ  ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଜୀବନ ଉପରେ ସଦାସର୍ବଦା ରହିବ । ଦେବୀ ଲକ୍ଷ୍ମୀଙ୍କୁ କିପରି ଘରକୁ ନିମନ୍ତ୍ରଣ କରିବେ ଚାଣକ୍ୟ ନୀତିରେ କୁହାଯାଇଛି ।  ଆସନ୍ତୁ ଜାଣିବା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ କେଉଁ ୩ ଜିନିଷ ଅନୁସରଣ କରିବାକୁ କୁହାଯାଇଛି ।  

ମୂର୍ଖମାନଙ୍କ କଥା ଶୁଣ ନାହିଁ:

ଆଚାର୍ଯ୍ୟ ଚାଣକ୍ୟ  କହିଛନ୍ତି ଯେ ମୂର୍ଖମାନଙ୍କର ଶବ୍ଦର କୌଣସି ମୂଲ୍ୟ ନାହିଁ । ତେଣୁ ଯେଉଁ ଘରେ ଏପରି ଲୋକଙ୍କ ଶବ୍ଦ ଅନୁସରଣ କରାଯାଏ।  ସେହି ଘରେ ମାଆ ଲକ୍ଷ୍ମୀ ରୁହନ୍ତି ନାହିଁ ।  ଚାଣକ୍ୟ କହିଛନ୍ତି ଯେ, ଯେଉଁମାନେ ମୂର୍ଖଙ୍କ କଥାରେ ବିଶ୍ୱାସ କରନ୍ତି,ସେମାନେ ଜୀବନରେ କେବେବି ସଫଳତା ପାଆନ୍ତି ନାହିଁ। 

ଭଣ୍ତାର ଘର ଖାଲି ରଖନ୍ତୁ ନାହିଁ :

ଚାଣକ୍ୟଙ୍କ ସହ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଘରର ଭଣ୍ତାର ଧାନ ଚାଉଳରେ ସବୁବେଳେ ପୂର୍ଣ୍ଣ ରଖନ୍ତୁ । ଯେଉଁଘରେ ଧାନ ଓ ଚାଉଳ ସବୁବେଳେ ପୂର୍ଣ୍ଣ ରୁହେ । ସେଠାରେ ମାଆ ଲକ୍ଷ୍ମୀ ବାସ କରନ୍ତି । ଘରେ ଖାଦ୍ୟଶସ୍ୟ କେବେବି ଶେଷ ହେବା ଉଚିତ୍ ନୁହେଁ । ଯଦି ଏହା ଘଟେ ,ତେବେ ଦେବୀ ଲକ୍ଷ୍ମୀ ରୋଷ କରନ୍ତି ।  ଏପରି ପରିସ୍ଥିତିରେ,ଚାଣକ୍ୟଙ୍କ ନୀତି ଅନୁଯାୟୀ,ଘରର ଭଣ୍ତାରଘରେ ସବୁବେଳେ  ଖାଦ୍ୟଶଷ୍ୟରେ ପୂର୍ଣ୍ଣ ରଖନ୍ତୁ । ଯଦି ଆପଣଙ୍କ ଘରେ ଖାଦ୍ୟଶଷ୍ୟର ଅଭାବ ନ ଥାଏ । ତେବେ, ସେଠାରେ ମାଆ ଲକ୍ଷ୍ମୀ ବାସ କରନ୍ତି । 

ପରିବାର ଭିତରେ ପରପ୍ପର ଭିତରେ ଭଲ ପାଇବା ରହିବା :

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁଘରେ ସବୁବେଳେ ଝଗଡା ଓ କଳି ଲାଗିଥାଏ । ସେହିଘରେ ମାଆ ଲକ୍ଷ୍ମୀ ରୁହନ୍ତି ନାହିଁ । 
ଯେଉଁଘରେ ବା ପରିବାର ଭିତରେ ଏକତା ଏବଂ ପ୍ରେମ ଅଛି,ସେଠାରେ ଅର୍ଥର ଅଭାବ କେବେବି ରହିବ ନାହିଁ। ଏହା ସହିତ, ସୁଖ ଏବଂ ସମୃଦ୍ଧି ମଧ୍ୟ ଘରେ ବୃଦ୍ଧି ପାଇଥାଏ । ଘରର ପରିବାର ସଦସ୍ୟଙ୍କ ଭିତରେ ପ୍ରେମ ଓ ସ୍ନେହ ରହିଲେ ଘରେ ମାଆ ଲକ୍ଷ୍ମୀ ଖୁସି ରୁହନ୍ତି।