ଆଜିର ରାଶିଫଳ: ଘାଣ୍ଟି ଦେବ ଘାତଚନ୍ଦ୍ର, ଦିନଟିରେ ଜଗି ରଖି ଚଳନ୍ତୁ
Advertisement

ଆଜିର ରାଶିଫଳ: ଘାଣ୍ଟି ଦେବ ଘାତଚନ୍ଦ୍ର, ଦିନଟିରେ ଜଗି ରଖି ଚଳନ୍ତୁ

ଘାତଚନ୍ଦ୍ର ଭୋଗ ହେତୁ ଦିନଟି କଷ୍ଟଦାୟକ ହେବ । ବହୁ ପରିଶ୍ରମର ସମ୍ମୁଖୀନ ହେବେ । ନିନ୍ଦା ଅପବାଦର ଶିକାର ହେବେ ।

ପ୍ରତିକାତ୍ମକ ଫଟୋ

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସନ୍ତାନ ସନ୍ତତି ଭିତ୍ତିକ ସମସ୍ୟା ଦୂରିଭୂତ ହେବ । ମନ ପ୍ରଫୁଲ୍ଲ୍ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ ।

ବୃଷ: ମନରେ ଈର୍ଷାଭାବ ଜାଗ୍ରତ ହେବ । କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ । ଦିନଟିରେ ଜଗି ରଖି ଚଳନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । 

ମିଥୁନ: ଘାତଚନ୍ଦ୍ର ଭୋଗ ହେତୁ ଦିନଟି କଷ୍ଟଦାୟକ ହେବ । ବହୁ ପରିଶ୍ରମର ସମ୍ମୁଖୀନ ହେବେ । ନିନ୍ଦା ଅପବାଦର ଶିକାର ହେବେ । ଗାଡିମଟର ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।
 
କର୍କଟ: ମାନସିକ ଓ ଶାରିରୀକ ସୁସ୍ଥତା ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁ ପରାଜିତ ହେବେ । କର୍ମ ତତ୍ପରତା ବୃଦ୍ଧି ପାଇବ ।

Also Read: ଗ୍ରାଜୁଏସନ ପାସ୍ କରିଥିବାଙ୍କ ପାଇଁ SBI ରେ ଚାକିରି କରିବାର ବଡ଼ ସୁଯୋଗ, ଏଠାରେ ପଢ଼ନ୍ତୁ ଡିଟେଲ୍ସ

ସିଂହ: ମନ ବିଷର୍ଣ୍ଣ ରହିବ । କର୍ମ କ୍ଷେତ୍ରରେ ଅଶାନ୍ତିର ବାତାବରଣ ଦେଖାଦେବ । ଦୁଶ୍ଚିନ୍ତା ଦେଇ ଗତି କରିବେ । ଶାରୀରିକ କିମ୍ବା ମାନସିକ ଆଘାତ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । 
 
କନ୍ୟା: ମନ ଉଦାସ ରହିବ । ପ୍ରିୟଜନଙ୍କ ସହ ମନାନ୍ତର ମତାନ୍ତର ଦେଖାଦେବ । ଅର୍ଥ ଅନାଟନ ଯୋଗୁଁ  ଧାର କରଜ କରିପାରନ୍ତି । ବ୍ୟବସାୟିକ ଶିଥିଳତା ଦେଖାଦେବ ।

ତୁଳା: ଶରୀର ଆରୋଗ୍ୟ ରହିବ । କର୍ତ୍ତବ୍ୟ ନିଷ୍ଠ ହେବେ । ପରିଶ୍ରମୀ ହେବେ । ବ୍ୟବସାୟରେ ଉତ୍ତମ ଲାଭ କରିବେ । ରାଜନୈତିକ ବ୍ୟକ୍ତିବିଶେଷଙ୍କ ପାଇଁ ସମ୍ମାନର ଦିନ । ଆଇନ ଅଦାଲତର ରାୟ ଆପଣଙ୍କ  ସପକ୍ଷରେ ଯିବ ।

ବିଛା: ମନ ପ୍ରସନ୍ନ ରହିବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ । ବିବାହ ଭୋଜି ଆଦିରେ ଯୋଗ ଦେବେ । ଆୟ ବ୍ୟୟ ସମାନ ରହିବ ।

Also Read: ଏମିତି ପାଳନ୍ତି ଜନ୍ମଦିନ! Cake କାଟି କାଟି ଥକି ଗଲେ Birthday Boy

ଧନୁ: ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଦୂର ସହରକୁ ଯାତ୍ରା କରିପାରନ୍ତି । ବିବାଦୀୟ ଘଟଣାର ଅବସାନ ଘଟିବ ।

ମକର: ଶରୀର ଆରୋଗ୍ୟ ରହିବ । କର୍ତ୍ତବ୍ୟ ନିଷ୍ଠ ହେବେ । ଆୟ ଓ ବ୍ୟୟ ସମାନ ରହିବ । ପାରିବାରିକ ସୁଖସମ୍ମାନ ଲାଭ କରିବେ । ସେବା ପୂଜା ପ୍ରତି ମନ ବଳିବ । ବ୍ୟବସାୟ ଲାଭପ୍ରଦ ହେବ ।  

କୁମ୍ଭ: ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ । ଛାତ୍ରଛାତ୍ରୀ ପାଠପଢାରେ ଅବହେଳା ପ୍ରଦର୍ଶନ କରିବେ ।

ମୀନ: ମନ ଅଶାନ୍ତି ରହିବ । ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସାମ୍ନା କରିବେ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିବ । ବ୍ୟବସାୟ ସ୍ୱଳ୍ପ ଲାଭଯୁକ୍ତ ହେବ ।