ମାତ୍ର ୧ ଟଙ୍କା ପ୍ରିମିୟମ ଦେଇ ଜୀବନ ସାରା ପାଆନ୍ତୁ ୧୨୦୦୦ ଟଙ୍କା, ଜାଣନ୍ତୁ LIC ର ଏହି ପ୍ଲାନ୍
Advertisement
Article Detail0/zeeodisha/odisha1076477

ମାତ୍ର ୧ ଟଙ୍କା ପ୍ରିମିୟମ ଦେଇ ଜୀବନ ସାରା ପାଆନ୍ତୁ ୧୨୦୦୦ ଟଙ୍କା, ଜାଣନ୍ତୁ LIC ର ଏହି ପ୍ଲାନ୍

LIC ର ସରଳ ପେନସନ ଯୋଜନା ହେଉଛି ଏକ ପ୍ରିମିୟମ୍ ପ୍ଲାନ । ଏହି ପଲିସିକୁ ନେବାବେଳେ ଆପଣଙ୍କୁ ଏହାର ପ୍ରିମିୟମ କେବଳ ଥରେ ଦେବାକୁ ପଡିବ ଏବଂ ଏହା ପରେ ଆପଣ ଜୀବନସାରା ପେନସନ ପାଇବେ ।

ମାତ୍ର ୧ ଟଙ୍କା ପ୍ରିମିୟମ ଦେଇ ଜୀବନ ସାରା ପାଆନ୍ତୁ ୧୨୦୦୦ ଟଙ୍କା, ଜାଣନ୍ତୁ LIC ର ଏହି ପ୍ଲାନ୍

Saral Pension Yojana: ଯଦି ଆପଣ ମଧ୍ୟ ନିଜ ପାଇଁ ଏକ ପେନସନ ଯୋଜନା ନେବାକୁ ପ୍ଲାନ କରୁଛନ୍ତି, ତେବେ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଆପଣଙ୍କ ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛି ।  ଏହି ପଲିସିକୁ ନେବାବେଳେ ଆପଣଙ୍କୁ ଏହାର ପ୍ରିମିୟମ କେବଳ ଥରେ ଦେବାକୁ ପଡିବ ଏବଂ ଏହା ପରେ ଆପଣ ଜୀବନସାରା ପେନସନ ପାଇବେ । ଏହି ପଲିସିର ନାମ ହେଉଛି ସରଳ ପେନସନ ଯୋଜନା ।

LIC ର ସରଳ ପେନସନ ଯୋଜନା ହେଉଛି ଏକ ପ୍ରିମିୟମ୍ ପ୍ଲାନ । ଏହି ଯୋଜନା 1 ଜୁଲାଇରୁ ଆରମ୍ଭ ହୋଇଛି । ଜାଣନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ…

ସରଳ ପେନସନ ଯୋଜନା ନେବାର ୨ ଟି ଉପାୟ: LIC ସରଳ ପେନସନ ଯୋଜନା ନେବା ପାଇଁ ଦୁଇଟି ଉପାୟ ରହିଛି । ପ୍ରଥମଟି ଜୀବନ ବାର୍ଷିକ କ୍ରୟ ମୂଲ୍ୟର ୧୦୦% ରିଟର୍ଣ୍ଣ ଏବଂ ଦ୍ୱିତୀୟଟି ପେନସନ ଯୋଜନା ଜଏଣ୍ଟ ଲାଇଫ ।

ସିଙ୍ଗଲ ଲାଇଫ: ଏଥିରେ ପଲିସି ଯେକୌଣସି ବ୍ୟକ୍ତିଙ୍କ ନାମରେ ରହିବ, ଅର୍ଥାତ୍ ଏହି ପେନସନ ଯୋଜନା ଯେକୌଣସି ବ୍ୟକ୍ତିଙ୍କ ସହିତ ସଂଯୁକ୍ତ ହେବ । ଯେପର୍ଯ୍ୟନ୍ତ ପେନସନଭୋଗୀମାନେ ଜୀବିତ ଅଛନ୍ତି, ସେମାନେ ପେନସନ ପାଇବା ଜାରି ରଖିବେ । ଏହା ପରେ ନମିନି ବ୍ୟକ୍ତି ବେସ୍ ପ୍ରିମିୟମ୍ ପାଇବେ ।

ଜଏଣ୍ଟ ଲାଇଫ: ଏହି ଯୋଜନାରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କର କଭରେଜ ଅଛି । ଏଥିରେ, ଯିଏ ଦୀର୍ଘ ସମୟ ବଞ୍ଚିଥାଏ, ସେ ପେନସନ ପାଇଥାଏ । ଯେତେବେଳେ ଉଭୟ ଆଉ ନ ରହନ୍ତି, ସେତବେଳେ ନମିନିକୁ ବେସ୍ ପ୍ରାଇସ ମିଳିବ ।

ସରଳ ପେନସନ ଯୋଜନାର ବୈଶିଷ୍ଟ୍ୟ
>> ବୀମାଭୁକ୍ତ ବ୍ୟକ୍ତିଙ୍କୁ ପଲିସି ନେବା ମାତ୍ରେ ପେନସନ୍ ମିଳିବା ଆରମ୍ଭ ହେବ 
>> ବର୍ତ୍ତମାନ ଏହା ଆପଣଙ୍କ ଉପରେ ନିର୍ଭର କରିବ ଯେ ଆପଣ ପ୍ରତି ମାସ କିମ୍ବା ତ୍ରି-ମାସିକ, ଅର୍ଦ୍ଧ-ବାର୍ଷିକ କିମ୍ବା ବାର୍ଷିକ ପେନସନ୍ ଚାହୁଁଛନ୍ତି କି ନାହିଁ । ଆପଣଙ୍କୁ ଏହି ବିକଳ୍ପ ନିଜେ ବାଛିବାକୁ ପଡିବ ।
>> ଏହି ପେନସନ୍ ସ୍କିମ୍ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ନିଆଯାଇହେବ ।
>> ଏହି ଯୋଜନାରେ ସର୍ବନିମ୍ନ ୧୨୦୦୦ ଟଙ୍କା ନେବିଶ କରିବାକୁ ପଡିବ । ଏଥିରେ କୌଣସି ସର୍ବାଧିକ ନିବେଶ ସୀମା ନାହିଁ ।
>> ଏହି ଯୋଜନା ୪୦ ରୁ ୮୦ ବର୍ଷର ଲୋକଙ୍କ ପାଇଁ ଉପଲବ୍ଧ ।
>> ଏହି ଯୋଜନାରେ, ପଲିସିଧାରୀ ପଲିସି ଆରମ୍ଭ ହେବାର ୬ ମାସ ପରେ ଯେକୌଣସି ସମୟରେ ଲୋନ ନେଇ ପାରିବେ ।

ଏହା ବି ପଢ଼ନ୍ତୁ: UP Election: କଂଗ୍ରେସର ଜାରିକଲା ମାନିଫେଷ୍ଟୋ; ୨୦ ଲକ୍ଷ ଚାକିରୀ ସହ ଦେଲା ଏହି ସବୁ ପ୍ରତିଶୃତି

ଏହା ବି ପଢ଼ନ୍ତୁ: '୨ଟି ଗ୍ରୁଫରେ ବିଭକ୍ତ ଟିମ୍ ଇଣ୍ଡିଆ ଡ୍ରେସିଂ ରୁମ୍, କେ.ଏଲ୍ ରାହୁଲ ଏବଂ ବିରାଟ କୋହଲି ଅଲଗା'