Health Tips: ଶୀଘ୍ର ପତଳା ହେବାକୁ ଚାହୁଁଛନ୍ତି କି ? ତେବେ ବ୍ରେକଫାଷ୍ଟରେ ସାମିଲ କରନ୍ତୁ ଏସବୁ ଖାଦ୍ୟ
Advertisement

Health Tips: ଶୀଘ୍ର ପତଳା ହେବାକୁ ଚାହୁଁଛନ୍ତି କି ? ତେବେ ବ୍ରେକଫାଷ୍ଟରେ ସାମିଲ କରନ୍ତୁ ଏସବୁ ଖାଦ୍ୟ

Health Tips : ମୋଟାପଣ ସମସ୍ତଙ୍କ ପାଇଁ ଏକ ବିରାଟ ସମସ୍ୟା ହେଲାଣୀ । ବିଭିନ୍ନ ପ୍ରକାର ଖାଦ୍ୟ ଶରୀରରେ କ୍ୟାଲୋରୀର ମାତ୍ରା ବୃଦ୍ଧି କରିଥାଏ। ଫଳରେ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ପାଇଁ ମୋଟାପଣ ବୃଦ୍ଧି ହୋଇଥାଏ। 

ସୌଜନ୍ୟ : ସୋସିଆଲ ମିଡିଆ

Health Tips: ମୋଟାପଣ ସମସ୍ତଙ୍କ ପାଇଁ ଏକ ବିରାଟ ସମସ୍ୟା ହେଲାଣୀ । ବିଭିନ୍ନ ପ୍ରକାର ଖାଦ୍ୟ ଶରୀରରେ କ୍ୟାଲୋରୀର ମାତ୍ରା ବୃଦ୍ଧି କରିଥାଏ। ଫଳରେ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ପାଇଁ ମୋଟାପଣ ବୃଦ୍ଧି ହୋଇଥାଏ।  ମାତ୍ର ଆପଣ କିଭଳି ବ୍ରକଫାଷ୍ଟ ଗ୍ରହଣ କରୁଛନ୍ତି,ତାହା ଓଜନ ବୃଦ୍ଧି କରିବାର କାରଣ ପାଲଟିଥାଏ। କିଛି ଏଭଳି ଅଭ୍ୟାସ ରହିଛି,ଯାହା ଶରୀରରେ ମେଟାବୋଲିଜିୟମକୁ ସକରାତ୍ମକ ଭାବେ ପ୍ରଭାବିତ କରିଥାଏ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ସକାଳ ଜଳଖିଆ ଗ୍ରହଣ ସମୟରେ କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେବା ଦ୍ୱାରା ଓଜନ ବୃଦ୍ଧି ସମସ୍ୟାକୁ ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା ଆପଣ ସକାଳ ଜଳଖିଆରେ କେଉଁ ସବୁ ଖାଦ୍ୟ ସାମିଲ କରିବେ । ଯାହା ଦ୍ବାରା ଆପଣଙ୍କ ମୋଟାପଣ ସପ୍ତାହକ ମଧ୍ୟରେ ଦୂର ହୋଇଯିବ । ବ୍ରେକଫାଷ୍ଟ ବା ସକାଳ ଜଳଖିଆରେ ଆପଣ ଶଷ୍ୟ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।  

କର୍ଣ୍ଣଫ୍ଲେକ୍ସ :
 ଯଦି ଆପଣ ପତାଳା ହେବାକୁ ଚାହୁଁଛନ୍ତି । ତେବେ, ଆପଣ ନିଜ ବ୍ରେକଫାଷ୍ଟ ବା ସକାଳ ଜଳଖିଆରେ କ୍ଷୀର ସହିତ କର୍ଣ୍ଣଫ୍ଲେକ୍ସ ଖାଇ ପାରିବେ, ଯାହା ଆପଣଙ୍କ ପାଇଁ ଖୁବ୍ ଭଲ । ଆପଣଙ୍କ ଜଳଖିଆକୁ ଟିକେ ହେବି କରିବାକୁ ଚାହୁଥିଲେ କର୍ଣ୍ଣଫ୍ଲକ୍ସ ସହ ଆପଣ ଫଳ ଏବଂ ବାଦାମ ମଧ୍ୟ ମିଶାଇ ପାରିବେ । ଏହା ଖାଇବା ଦ୍ବାରା ଆପଣଙ୍କ ଓଜନ ହ୍ରାସ ହୋଇଥାଏ। ଏବଂ ଦିନସାରା ଆପଣଙ୍କୁ ଥକ୍କା ଲାଗି ନ ଥାଏ । 

ମୁସଲି:
ମୁସଲି( Muesli)ଶୁଖିଲା ଫଳ, ଓଟସ, ମଞ୍ଜି ଏବଂ ବାଦାମକୁ ନେଇ ପ୍ରସ୍ତୁତ ହୋଇଛି । ଏହା ଏକ ସୁସ୍ଥ ଖାଦ୍ୟ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଯାହା ହଜମ କରିବାରେ ବେଶ ସହାୟକ ହୋଇଥାଏ । ଏବଂ ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ । 

ଓଟସ୍ :

ଆଜିକାଲି ଅଧିକାଂଶ ଲୋକେ ଓଡସ ଖାଇବାକୁ ବେଶ ପସନ୍ଦ କରନ୍ତି। ଓଡସ୍ ଏକ ପ୍ରକାର ଶସ୍ୟ । ଏହା ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ । ଏହାସହ ରକ୍ତରେ ଶର୍କରା ସ୍ତର କମ କରିବାରେ ଏବଂ ହୃଦରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ।

ଗ୍ରାନୋଲା
ଗ୍ରାନୋଲା ଶରୀରକୁ ପ୍ରୋଟିନ୍ ଏବଂ ଗୁରୁତ୍ୱପୂର୍ଣ୍ଣ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଯଥା ଆଇରନ୍, ଭିଟାମିନ୍ ଡି, ଫୋଲେଟ୍ ଏବଂ ଜିଙ୍କ୍ ଯୋଗାଇଥାଏ । ଏଥିରେ ବାଦାମ, ମଞ୍ଜି ଏବଂ ଶୁଖିଲା ଫଳ ରହିଥାଏ । ଏହା ଫାଇବର ଏବଂ ସୁସ୍ଥ ଚର୍ବି ଯୋଗାଇଥାଏ। 

ଚାଉଳ କ୍ରିପିସ୍:
ଚାଉଳରୁ ତିଆରି କେକ୍ ( Rice Krispies)। ଏଥିରେ କୌଣସି ଚର୍ବି ନ ଥାଏ । ଏହାକୁ ଆପଣ ନିଜ ଜଳଖିଆରେ ସାମିଲ କରିପାରିବେ। USDA ଅନୁଯାୟୀ ଏହା ଏକ କୋଲେଷ୍ଟ୍ରଲ ମୁକ୍ତ ଶସ୍ୟ ଅଟେ । 

ଓ୍ବେଟ୍ ଫ୍ଲେକ୍ସ :

ଓ୍ବେଟ୍ ଫ୍ଲେକ୍ (Wheat Flakes) ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ। ଏବଂ ରକ୍ତରେ ଶର୍କରା ସ୍ତରକୁ ବଜାୟ ରଖିବାରେ ସାହାଯ୍ୟ କରେ । ଏହା ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । ଏହା କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ଓ ହୃଦରୋଗକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ । ହଜମ ପ୍ରକ୍ରିୟାକୁ ଉନ୍ନତ କରିବାରେ ଏବଂ କୋଷ୍ଠକାଠିନ୍ୟକୁ ଭଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ 

ବ୍ରାନ୍ ଶସ୍ୟ:
ଓଡସ୍, ଗହମ, ଚାଉଳ ଏବଂ ମକାରେ ପ୍ରସ୍ତୁତ ହୋଇଥାଏ ବ୍ରନ ଶସ୍ୟ(Bran Cereals) । ଏଥିରେ ପ୍ରୋଟିନ୍, ଆଇରନ୍, ଫ୍ୟାଟି ଏସିଡ୍, ଫାଇବର, କାର୍ବୋହାଇଡ୍ରେଟ୍ ଏବଂ ବି ଭିଟାମିନ୍ ସହିତ ଅନ୍ୟାନ୍ୟ ପୋଷକ ତତ୍ତ୍ୱର ଏକ ସୁସ୍ଥ ମାତ୍ରା ମଧ୍ୟ ଥାଏ । ଯାହା ଆପଣଙ୍କ ବ୍ରକଫାଷ୍ଟକୁ ଅଧିକ ହେଲଦି କରିଥାଏ ।