Papaya Disadvantages: ଏହି ଲୋକଙ୍କ ପାଇଁ ବିଷ ସଦୃଷ ହୋଇଥାଏ ଅମୃତଭଣ୍ତା, ଭୁଲରେ ବି ଖାଆନ୍ତୁନି
Advertisement
Article Detail0/zeeodisha/odisha1648111

Papaya Disadvantages: ଏହି ଲୋକଙ୍କ ପାଇଁ ବିଷ ସଦୃଷ ହୋଇଥାଏ ଅମୃତଭଣ୍ତା, ଭୁଲରେ ବି ଖାଆନ୍ତୁନି

Side Effects Of Papaya Fruit News In Odia: ଅମୃତଭଣ୍ତା ( Papaya) ଆମ ଶରୀର ପାଇଁ ବହୁ ଉପରକାରୀ ହୋଇଥାଏ ଏହି କଥା ପ୍ରାୟ ସମସ୍ତେ ଜାଣିଥିବେ । ସାଧାରଣତଃ ଲୋକମାନେ କଞ୍ଚା ଅମୃତଭଣ୍ତା ଅପେକ୍ଷା ପାଚିଲା ଅମୃତଭଣ୍ତା (Papaya) ଖାଇବାକୁ ବେଶ ପସନ୍ଦ କରନ୍ତି । ପାଚିଲା ଅମୃତଭଣ୍ତାରେ ( Papaya) ପ୍ରଚୁର ପରିମାଣରେ ଫାଇବର(fiber) ଥାଏ । ଏହା ଚର୍ବି କମ୍ କରିବା ସହ ଶରୀରକୁ ଶକ୍ତି ଯୋଗାଇବାରେ ସାହାର୍ଯ୍ୟ କରେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Side Effects Of Papaya Fruit News In Odia: ଅମୃତଭଣ୍ତା ( Papaya) ଆମ ଶରୀର ପାଇଁ ବହୁ ଉପରକାରୀ ହୋଇଥାଏ ଏହି କଥା ପ୍ରାୟ ସମସ୍ତେ ଜାଣିଥିବେ । ସାଧାରଣତଃ ଲୋକମାନେ କଞ୍ଚା ଅମୃତଭଣ୍ତା ଅପେକ୍ଷା ପାଚିଲା ଅମୃତଭଣ୍ତା (Papaya) ଖାଇବାକୁ ବେଶ ପସନ୍ଦ କରନ୍ତି । ପାଚିଲା ଅମୃତଭଣ୍ତାରେ ( Papaya) ପ୍ରଚୁର ପରିମାଣରେ ଫାଇବର(fiber) ଥାଏ । ଏହା ଚର୍ବି କମ୍ କରିବା ସହ ଶରୀରକୁ ଶକ୍ତି ଯୋଗାଇବାରେ ସାହାର୍ଯ୍ୟ କରେ । ତେବେ, ଅତ୍ୟାଧିକ ପାଚିଲା ଅମୃତଭଣ୍ତା  (Papaya) ଖାଇବା ଦ୍ବାରା ଶରୀରକୁ ବଡ କ୍ଷତିର ମଧ୍ୟ ସାମ୍ନା କରିବାକୁ ପଡିଥାଏ । ଖାସ୍ କରି କିଛି ଲୋକଙ୍କ ପାଇଁ ଏହା ବିଷ ସଦୃଶ ମଧ୍ୟ ହୋଇଥାଏ । ଅର୍ଥାତ ଏହି ଫଳକୁ କିଛି ରୋଗୀ ଖାଇବା ଉଚିତ୍ ନୁହେଁ । ଖାସ୍ କରି ଗର୍ଭବତୀ ମହିଳା, ଆଲର୍ଜି ଭଳି ରୋଗ ଭଗୁଥିବା ଲୋକେ ଓ ହଜମ ଭଳି ସମସ୍ୟା ଥିବା ବ୍ୟକ୍ତିମାନେ ଏହି ଫଳ ଖାଇବା ଉଚିତ୍ ନୁହେଁ (Side Effects Of Papaya Fruit)।

ଅମୃତଭଣ୍ତା ଖାଇଲେ କ'ଣ ସବୁ ସମସ୍ୟା ଦେଖାଦେଇଥାଏ:

ରକ୍ତ ପତଳା ହୋଇଥାଏ: ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅମୃତଭଣ୍ତା ( Papaya)  ଅଧିକ ଖାଉଥିବା ଲୋକେଙ୍କ ରକ୍ତ ପତଳା ହୋଇଥାଏ । ଏବଂ ଯାହା ଶରୀର ପାଇଁ ଏକ ବଡ କ୍ଷତି କହିଲେ ଅତୃକ୍ତି ହେବ ନାହିଁ । ଯଦି ଆପଣଙ୍କ ରକ୍ତ ପତଳା ଅଛି । ତେବେ, ଆପଣ ଖୁବଶିଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । 

fallback

ଡାଇରିଆ ହେବାର ସମ୍ଭାବନା ଥାଏ: ଫାଇବର ଯୁକ୍ତ ଫଳ ଗୁଡିକରେ ଡାଇରିଆ ହେବାର ଆଶଙ୍କା ଥାଏ। ତେବେ, ଅମୃତଭଣ୍ତାଟି ମଧ୍ୟ ଫାଇବରର ଏକ ଉତ୍ସ । ଏହାକୁ ଅଧିକ ସେବନ କରିବା ଦ୍ବାରା ଡାଇରିଆ ହେବାର ଆଶଙ୍କା ଅଧିକ ଥାଏ । 

କୋଣ୍ଠକାଠିନ୍ୟ ସମସ୍ୟା ହୋଇପାରେ: କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ପାଇଁ ଏହା ଏକ ଭଳ ଫଳ ବୋଲି ବିବେଚନା କରାଯାଇଥାଏ । କିନ୍ତୁ ଏହି ଫଳ ଅଧିକ ଖାଇବା ଦ୍ବାରା ଆପଣଙ୍କ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଅତ୍ୟଧିକ ଅମୃତଭଣ୍ତା ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ମଧ୍ୟ ହୋଇପାରେ । 

ଗର୍ଭପାତର କାରଣ ହୋଇପାରେ : ଖାସ୍ କରି ପ୍ରସୂତି ଓ ଗର୍ଭବତୀ ମହିଳାମାନେ ଅମୃତଭଣ୍ତା ଖାଇବା ଉଚିତ୍ ନୁହେଁ । ଏକ ଅଧ୍ୟୟନରୁ ଜଣାପଡିଛି ଯେ,  ଗର୍ଭାବସ୍ଥାରେ ପାଚିଲା ଅମୃତଭଣ୍ତା ସେବନ କରିବା ଦ୍ବାରା ଗର୍ଭପାତ ହେବାର ସମ୍ଭାବନା ଥାଏ। 

ଆଲର୍ଜି ସୃଷ୍ଟି କରେ: ଅତ୍ୟାଧିକ ପରିମାଣରେ ପାଚିଲା ଅମୃତଭଣ୍ତା ଖାଇବା ଦ୍ବାରା ଚର୍ମରେ ଏକ ପ୍ରକାର ଆଲର୍ଜି ସୃଷ୍ଟି ହେବାର ମଧ୍ୟ ଆଶଙ୍କା ରହିଛି । ଯାହାକୁ କାରୋଟିନେମିଆ (Carotenemia)କୁହାଯାଏ । ଏହାର ଲକ୍ଷଣ ଜଣ୍ଡିସର ଲକ୍ଷଣ, ଆଖିର ଧଳା ଅଂଶ,ପାଦ ଏବଂ ତଳିପାଦ ହଳଦିଆ ହୋଇଥାଏ । 

ଆସ୍ତମା ରୋଗୀଙ୍କ ପାଇଁ ଖୁବ୍ ଖରାପ : ଅମୃତଭଣ୍ତାରେ ଏନଜାଇମ୍ ପେପେନ୍ ଏକ ଆଲର୍ଜେନ୍ ଥାଏ। ଅତ୍ୟାଧିକ ଅମୃତଭଣ୍ତା ସେବନ ଯୋଗୁଁ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଆସ୍ତମାରେ ପୀଡିତ ଥିବା ଲୋକେ ଅମୃତଭଣ୍ତା ଖାଇବା ଉଚିତ୍ ନୁହେଁ । 

ପେଟ ବ୍ୟଥା ହୋଇପାରେ :
ଅତ୍ୟଧିକ ଅମୃତଭଣ୍ତା ଖାଇବା ଦ୍ବାରା ଆପଣଙ୍କ ପେଟର ପାକସ୍ଥଳୀକୁ ନଷ୍ଟ କରିପାରେ । ଏବଂ ପେଟରେ ପୋଡାଜ୍ବାଳା ମଧ୍ୟ ସୃଷ୍ଟି ହୋଇଥାଏ। ଖାସ୍ କରି ଅତ୍ୟାଧିକ ଅମୃତଭଣ୍ତା ଖାଇଲେ ହଜମରେ ସମସ୍ୟାରେ ଦେଖାଦେଇପାରେ । 

ସ୍ତନ୍ୟପାନ କରାଉଥିବା ମହିଳାମାନେ ମଧ୍ୟ ଅମୃତଭଣ୍ତା ସେବନ କରିବା ଉଚିତ୍ ନୁହେଁ  :
ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ସେମାନଙ୍କ ଖାଦ୍ୟରେ ଅମୃତଭଣ୍ତା ଅନ୍ତର୍ଭୁକ୍ତ ନକରିବାକୁ ପରାମର୍ଶ ଦିଆଯାଇଛି । ସ୍ତନ୍ୟପାନ ସମୟରେ ଅମୃତଭଣ୍ତା ଖାଇବା ଦ୍ୱାରା ଅନେକ ସମସ୍ୟା ହୋଇପାରେ 

ସାଧାରଣତଃ ଲୋକେ ଭଣ୍ତା ଖାଇବା ପରେ ଏହାର ମଞ୍ଜିକୁ ଫିଙ୍ଗି ଦେଇଥାଆନ୍ତି । କିନ୍ତୁ କ’ଣ ଆପଣ ମାନେ ଜାଣିଛନ୍ତି କି? ଅମୃତଭଣ୍ତା ମଞ୍ଜି ଖାଇବା ଦ୍ବାରା ମଧ୍ଯ ଆମକୁ ଶରୀରକୁ ବହୁତ ଫାଇଦା ହୋଇଥାଏ । ତେବେ ଆଜି ଆସନ୍ତୁ ଆଲୋଚନା କରିବା ଅମୃତଭଣ୍ତା ମଞ୍ଜି ଖାଇଲେ ବା ଏହାର ରସ ପିଇବା ଦ୍ବାରା ଶରୀରକୁ କ’ଣ ଫାଇଦା ମିଳିଥାଏ ।

ଲିଭର ପାଇଁ ବେଶ ଲାଭଦାୟୀ :

ଏହାର ମଞ୍ଜି ଲିଭର ପାଇଁ ବେଶ ଲାଭକାରୀ ହୋଇଥାଏ । ଅମୃତଭଣ୍ତା ମଞ୍ଜି ଖାଇବା ଦ୍ବାରା ଲିଭର ସମସ୍ୟା ଦୂର ହୋଇଥାଏ । ଏହା ଲିଭର ସୁସ୍ଥ ରଖେ ।

କିଡ଼ନୀ ସମସ୍ୟା ଦୂର କରେ :

ଏହାକୁ ଖାଇବା ଦ୍ବାରା କିଡ଼ନୀ ରୋଗ ଦୂର ହୋଇଥାଏ । ଯଦି ଆପଣଙ୍କର କିଡ଼ନୀ ଷ୍ଟୋନ ବା ଅନ୍ୟ କିଡ଼ନୀ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତାହାଲେ ଏହି ମଞ୍ଜିକୁ ପ୍ରତିଦିନ ଖାଇବା ଦ୍ବାରା ସୁଫଳ ମିଳିଥାଏ ।

ପେଟ ରୋଗରୁ ରକ୍ଷା ମିଳେ :

ପେଟ ରୋଗ ଭଳି ସମସ୍ୟା ଥିଲେ ପ୍ରତିଦିନ ଅମୃତଭଣ୍ତା ମଞ୍ଜିର ରସକୁ ପିଅନ୍ତୁ । ଏହା କରିବା ଦ୍ବାରା ପେଟ ରୋଗ ଜନିତ ସମସ୍ୟା ଦୂର ହୋଇଥାଏ ।

କର୍କଟ ରୋଗର ଭୟ ଦୂର ହୋଇଥାଏ :

ଆଜିକାଲି କ୍ୟାନସର ବା କର୍କଟ ଏକ ବଡ଼ ରୋଗ ଭାବେ ଉଭା ହୋଇଛି । ବର୍ତ୍ତମାନ ସମୟରେ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯଦିଓ ଏହି ରୋଗକୁ ସଂପୂର୍ଣ୍ଣ ଭଲ କରିବା ନେଇ କୌଣସି ଔଷଧ ବାହାରି ନାହିଁ କିନ୍ତୁ ଅମୃତଭଣ୍ତା ମଞ୍ଜିକୁ ଶୁଖାଇ ଗୁଣ୍ତ କରି ପ୍ରତିଦିନ ସେବନ କରିବା ଦ୍ବାରା ସୁଫଳ ମିଳିଥାଏ ।

ମୋଟାପଣ ଦୂର ହୋଇଥାଏ :

ଯଦି ଆପଣଙ୍କର ମୋଟାପଣ ନେଇ ଚିନ୍ତିତ ଅଛନ୍ତି ବା ଆପଣଙ୍କର କବଜ ବା ହଜମ ଜନିତ ସମସ୍ୟା ରହିଛି ତାହାଲେ ଏହି ଅମୃତଭଣ୍ତା ମଞ୍ଜିକୁ ସେବନ କରିବା ଦ୍ବାରା ଲାଭ ମିଳିବା ସହ ଏହୁସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଯାଦୁ ଓ କୁଣ୍ଡିଆ ଦୂର ହୋଇଥାଏ :

ପ୍ରତ୍ୟେକ ଦିନ ଅମୃତଭଣ୍ଡା ମଞ୍ଜିକୁ ସେବନ କରିବା ଦ୍ଵାରା ଯାଦୁ, କାଛୁ, କୁଣ୍ଡିଆ ଭଳି ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଥାଏ। ଏହି ମଞ୍ଜିକୁ ଆପଣ ଖରାରେ ଶୁଖାଇ ଏହାକୁ ଭଲ ଭାବରେ ଗୁଣ୍ଡ କରନ୍ତୁ। ପ୍ରତ୍ୟେକ ଦିନ ଏହି ଗୁଣ୍ଡକୁ କ୍ଷୀର, ମହୁ କିମ୍ବା ପାଣି ସହିତ ମିଶାଇ ସେବନ କରନ୍ତୁ। ଏହି ଗୁଣ୍ଡକୁ ଆପଣ ଦିନକୁ ଦୁଇ ଥର ସେବନ କରିପାରିବେ ।

ଚର୍ମ ରୋଗରୁ ମିଳେ ମୁକ୍ତି : 
ବେଳେବେଳେ ଆମ ଶରୀରରେ ଚର୍ମ ରୋଗ ଭଳି ସମସ୍ୟା ଦେଖାଦେଇଥାଏ । ତେବେ ଏହି ସମୟରେ ଅମୃତଭଣ୍ଡା ମଞ୍ଜିର ରସ ସେବନ କଲେ ଚର୍ମ ରୋଗରୁ ମୁକ୍ତି ମିଳିଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)