Health Tips : ଖାଆନ୍ତୁ ଏହି ୮ଟି ଫଳ , ଯାହା ଆପଣଙ୍କୁ ଦେବ ଦୀର୍ଘାୟୁର ବରଦାନ
Advertisement
Article Detail0/zeeodisha/odisha1397673

Health Tips : ଖାଆନ୍ତୁ ଏହି ୮ଟି ଫଳ , ଯାହା ଆପଣଙ୍କୁ ଦେବ ଦୀର୍ଘାୟୁର ବରଦାନ

Health Tips : ମଣିଷ ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ସହ ସନ୍ତୁଳିତ ଖାଦ୍ୟ ଖାଇଥାଏ । ମଣିଷର ମାନସିକ ସୁସ୍ଥତା ହିଁ ତାକୁ ଦିର୍ଘାୟୁ କରିବାରେ ସହାୟ କରିଥାଏ । ଏଭଳି କିଛି ଫଳ ରହିଛ ଯାହା ଆମ ମସ୍ତିସ୍କକୁ ସୁସ୍ଥ ରଖିବା ସହିତ କାମ କରିବା ପାଇଁ ଅଧିକ ଶକ୍ତି ମଧ୍ୟ ଯୋଗାଇ ଥାଏ ।

ସୌଜନ୍ୟ : ସୋସିଆଲ ମିଡିଆ

Health Tips : ମଣିଷ ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ସହ ସନ୍ତୁଳିତ ଖାଦ୍ୟ ଖାଇଥାଏ । ମଣିଷର ମାନସିକ ସୁସ୍ଥତା ହିଁ ତାକୁ ଦିର୍ଘାୟୁ କରିବାରେ ସହାୟ କରିଥାଏ । ଏଭଳି କିଛି ଫଳ ରହିଛ ଯାହା ଆମ ମସ୍ତିସ୍କକୁ ସୁସ୍ଥ ରଖିବା ସହିତ କାମ କରିବା ପାଇଁ ଅଧିକ ଶକ୍ତି ମଧ୍ୟ ଯୋଗାଇ ଥାଏ ।  ଫଳଗୁଡିକରେ ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା ଆମକୁ ଚାପମୁକ୍ତ ରଖେ।  ସେଥିମଧ୍ୟରୁ ବ୍ଲୁବେରୀ (Blueberries) ଅନ୍ୟତମ । ମସ୍ତିଷ୍କ କାର୍ଯ୍ୟକୁ ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ । ଏହି ଫଳ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ । ଯାହାକି ମନୋବଳ ବଢାଇବା ଓ ସ୍ମୃତିରେ ଉନ୍ନତି ଆଣିବାରେ ବେଶ ସହାୟକ ହୋଇଥାଏ । ବ୍ଲୁବେରିରେ ମଧ୍ୟ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ,ଯାହା ବିଭିନ୍ନ ମାନସିକ ବିକୃତିର ଉନ୍ନତି ପାଇଁ କାର୍ଯ୍ୟ କରେ। ସେହିପରି ନଡିଆ ମଧ୍ୟ ସ୍ମୃତି ଶକ୍ତି ବଢାଇବାରେ ବେଶ ସହାୟକ ହୋଇଥାଏ । 

ନଡ଼ିଆ ହେଉଛି ଅନ୍ୟ ଏକ ସତେଜ ଫଳ । ଯାହାକି ମନୋବଳର ଉନ୍ନତି ସହିତ ଜଡିତ । କେତେକ ଅଧ୍ୟୟନରୁ ଜଣାପଡିଛି, ଯେ ନଡ଼ିଆ ମସ୍ତିଷ୍କ ପାଇଁ ବେଶ ଫଳପ୍ରଦ। ଏବଂ ନିଡିଆ ତଥା ପଇଡ ପାଣିକୁ ମଧ୍ୟ ବ୍ୟବହାର କଲେ ବାଦ୍ଧର୍କ୍ୟ ଢେରିରେ ଆପଣଙ୍କୁ ଛୁଇଁ ଥାଏ । ସେହିପରି ଆଉ ଏକ ଭଲ ଫଳ ହେଉଛି କଦଳୀ। କଦଳୀରେ (Bananas) ଫାଇବର ଭରପୂର ମାତ୍ରାରେ ରହିଛି ।  କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।  କଦଳୀରେ ଭିଟାମିନ୍  ବି ୬ ( B6 )ଭରପୂର ରହିଛି। ଯାହା ଉତ୍ତମ ଜ୍ଞାନଗତ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରମାଣିତ ହୋଇଛି । ଏହା ମଧ୍ୟ ମନୋବଳକୁ ଦୃଢ କରିବା ପାଇଁ ସାହାଯ୍ୟ କରିଥାଏ । ଏବଂ ଋତୁସ୍ରାବ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି । ସେହିପରି ଆଉ ଏକ ଫଳ ହେଉଛି ଆପ୍ରିକୋର୍ଟସ୍ ( Apricots) । ଆପ୍ରିକୋଟ୍ କମ ଲୋକପ୍ରିୟ ଫଳ ମଧ୍ୟରୁ ଗୋଟିଏ ହୋଇପାରେ କିନ୍ତୁ ପୋଷକ ତତ୍ତ୍ୱ ଏଥିରେ ପ୍ରଚୁର ମାତ୍ରାରେ ରହିଛି । ଆପ୍ରିକୋଟରେ ଭିଟାମିନ୍ ସି ଓ ବେଟା-କାରୋଟିନ୍ (beta-carotene) ଭରପୂର ରହିଛି । ଏହା ମନୋବଳର ଉନ୍ନତି ଏବଂ ଶକ୍ତି ବଢାଇବାରେ ବେଶ ସହାୟକ ହୋଇଥାଏ । ଲେମ୍ବୁ ହେଉଛି ଅନ୍ୟ ଏକ ଫଳ ଯାହା ଶରୀର ପାଇଁ ବେଶ ଲାଭଦାୟକ । 

ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ୍ ରହିଛି । ଯାହା ମନୋବଳର ଉନ୍ନତି କରିବାରେ ସହାୟକ ହୋଇଥାଏ । ଏହା ଆପଣଙ୍କୁ ସତେଜ ରହିବାକୁ ଶକ୍ତି ଯୋଗାଏ । ସେହିପରି ତରଭୁଜ ଫଳ ମଧ୍ୟ ଶରୀର ପାଇଁ ବେଶ ଲାଭକାରୀ ସାବ୍ୟସ୍ତ ହୋଇଛି । ତରଭୁଜରେ ପାଖାପାଖି ୯୦ ପ୍ରତିଶତ ଜଳ ରହିଛି ।  ଅଧ୍ୟୟନରୁ ଜଣାପଡିଛି ଯେ ଶରୀରରେ ଜଳର ଅଭାବ କିମ୍ବା ଡିହାଇଡ୍ରେସନ୍ ହୋଇ ନ ଥାଏ । ଯଦି ଆପଣ ପ୍ରତିଦିନ ତରଭୂଜ ଖାଉଛନ୍ତି। ଯାହା ଶରୀରକୁ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ । କମଳା ମଧ୍ୟ ସୁସ୍ଥ ମସ୍ତିସ୍କ ପାଇଁ ବେଶ ଜରୁରୀ ।  ଏଥିରେ ପୋଟାସିୟମ୍ ଏବଂ ଭିଟାମିନ୍ ସି ମଧ୍ୟ ଭରପୂର ପରିମାଣରେ ରହିଛି । ଭିଟାମିନ୍ ସି ଚାପ, ଚିନ୍ତା ଏବଂ ଉଦାସୀନତାର ଲକ୍ଷଣକୁ ମଧ୍ୟ ହ୍ରାସ କରିବାରେ ସହାୟକ ହୋଇଥାଏ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)