Amazon-Flipkart Festival Offers: ଅଧା ଦାମରେ ମିଳୁଛି ମୋବାଇଲ, କପଡା ଓ ଏହି ସବୁ ସାମଗ୍ରୀ, ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି ଡିଲ୍
Advertisement
Article Detail0/zeeodisha/odisha1362279

Amazon-Flipkart Festival Offers: ଅଧା ଦାମରେ ମିଳୁଛି ମୋବାଇଲ, କପଡା ଓ ଏହି ସବୁ ସାମଗ୍ରୀ, ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି ଡିଲ୍

Flipkart Amazon Big Billion Days sale: ଇ-କମର୍ସ ସାଇଟରେ ସେଲ୍ ସିଜିନ ଆରମ୍ଭ ହୋଇଯାଇଛି। ଫ୍ଲିପକାର୍ଟ ଓ ଆମାଜୋନରେ ଶୁକ୍ରବାର ଠାରୁ ଶସ୍ତାରେ ଅନେକ ସାମଗ୍ରୀ ମିଳିବ। ସାଓମି ଠାରୁ ଆରମ୍ଭ କରି ଆପଲ ସବୁ ବ୍ରାଣ୍ଡର ମୋବାଇର ଦାମ କମିଛି। କପଡା ଓ ସଉଦାରେ ମଧ୍ୟ ୫୦ ପ୍ରତିଶତରୁ ଅଧିକ ଡିସକାଉଣ୍ଟ ଦିଆଯିବ। 

 Amazon-Flipkart Festival Offers: ଅଧା ଦାମରେ ମିଳୁଛି ମୋବାଇଲ, କପଡା ଓ ଏହି ସବୁ ସାମଗ୍ରୀ, ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି ଡିଲ୍

Flipkart Amazon Big Billion Days sale: ଆଜିକାଲିର ବ୍ୟସ୍ତବହୁଲ ଜୀବନ ମଧ୍ୟରେ ମଣିଷ କ୍ୟାଲେଣ୍ଡର ଦେଖିବା ଭୁଲିଗଲାଣି। କେଉଁ ଦିନ କେଉଁ ପର୍ବ ଅଛି ତାହା ଇକମର୍ସ ସାଇଟ ଗୁ଼ଡିକର ଅଫରରୁ ଜଣା ପଡୁଛି। ଆଗକୁ ପାର୍ବଣ ଋତୁ ଆସୁଛି। ଏଥିପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ Amazon ଓ Flipkart ଭଳି କମ୍ପାନୀମାନେ ବମ୍ପର ଅଫର ଦେଉଛନ୍ତି। ସେପ୍ଟେମ୍ବର ୨୩ ତାରିଖରୁ ଏହି ଦୁଇ ଲୋକ ପ୍ରିୟ ଇକମର୍ସ ପ୍ଲାଟଫର୍ମରେ ଶସ୍ତାରେ ମୋବାଇଲ, କପଡା, ଇଲେକ୍ଟ୍ରୋନିକ୍ସ ଉପକରଣ ସହ ଅନେକ ସାମଗ୍ରୀ ଉପଲବ୍ଧ ହେବ। ତେବେ ଆସନ୍ତୁ ଜାଣିବା କେମିତି ତାହାର ଫାଇଦା ଉଠାଇବେ?

ଇ-କମର୍ସ ସାଇଟରେ ସେଲ୍ ସିଜିନ ଆରମ୍ଭ ହୋଇଯାଇଛି। ଫ୍ଲିପକାର୍ଟ ଓ ଆମାଜୋନରେ ଶୁକ୍ରବାର ଠାରୁ ଶସ୍ତାରେ ଅନେକ ସାମଗ୍ରୀ ମିଳିବ। ସାଓମି ଠାରୁ ଆରମ୍ଭ କରି ଆପଲ ସବୁ ବ୍ରାଣ୍ଡର ମୋବାଇର ଦାମ କମିଛି। କପଡା ଓ ସଉଦାରେ ମଧ୍ୟ ୫୦ ପ୍ରତିଶତରୁ ଅଧିକ ଡିସକାଉଣ୍ଟ ଦିଆଯିବ। Big Billion Days Sale ନାମରେ Flipkart ଓ Great Indian Festival ନାମରେ Amazon ତାର ସେଲ ଅଫର ଦେଉଛନ୍ତି।ଏଭଳି ପରିସ୍ଥିତିରେ ଜଣେ ଗ୍ରାହକ ଦ୍ୱନ୍ଦରେ ପଡିବା ସ୍ୱଭାବିକ। ତେବେ ଅନଲାଇନ ସପିଂ କରିବା ପୂର୍ବରୁ ଗ୍ରାହକଙ୍କୁ ଅନେକ ସତର୍କ ରହିବାକୁ ପଡିବ। ନଚେତ ଶସ୍ତା ପାଇଁ ଆପଣ କିଣିବାକୁ ଚାହୁଁଥିବା ସାମଗ୍ରୀ ଆଉଟ୍ ଅଫ୍ ଷ୍ଟକ ହେଇଯିବ।

Also Read: ନିଜ SEX LIFEକୁ ନେଇ କିଏ ଅଧିକ ସନ୍ତୁଷ୍ଟ? ସର୍ଭେରୁ ମିଳିଲା ସାଙ୍ଘାତିକ ତଥ୍ୟ

 

ତେବେ ଆସନ୍ତୁ Flipkartର Big Billion Days Sale ବିଷୟରେ ଜାଣିବା-

  • Flipkartର Big Billion Days Sale ସେପ୍ଟମ୍ବର ୨୩ରେ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାସିବ।
  • ମୋବାଇଲ ଏବଂ ଟାବଟେଲରେ ୪୦ ପ୍ରତିଶତ ପର୍ଯନ୍ତ ଅଫ୍ ରହିଛି।
  • ଟିଭି ଓ ଇଲେକ୍ଟ୍ରୋନିକ ସାମଗ୍ରୀରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଅଫ ରହିଛି।
  • କପଡା ଓ ଫ୍ୟାଶନରେ ୬୦ରୁ ୮୦ ପ୍ରତିଶତ ଅଫ ଥିବା ବେଳେ ବ୍ୟୁଟି, ଖେଳଣା ଓ ଖାଦ୍ୟର ବିକ୍ରି ମାତ୍ର ୪୯ ଟଙ୍କାରୁ ଆରମ୍ଭ ହେଉଛି।
  • ସେହିପରି ଫର୍ଣ୍ଣିଚକ ଓ ମ୍ୟାଟ୍ରେସ ୮୫ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତାରେ ମିଳୁଛି।
  • ଏହା ବ୍ୟତୀତ ନିର୍ଦ୍ଧିଷ୍ଟ ବ୍ୟାଙ୍କ ଗୁଡିକର ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ଅତିରିକ୍ତ ଅଫର ଉପଲବ୍ଧ ଅଛି।

Amazonର Great Indian Festival ବିଷୟରେ ଜାଣିବା-

  • Flipkart ପରି Amazonର Great Indian Festival ମଧ୍ୟ ସେପ୍ଟମ୍ବର ୨୩ରୁ ଆରମ୍ଭ ହେଉଛି।
  • ମେନ୍ସ ଫ୍ୟାଶନ ସାମଗ୍ରୀ ମାତ୍ର ୧୯୯ ଟଙ୍କାରୁ ଆରମ୍ଭ ହେଉଛି।
  • ବିଭିନ୍ନ ବ୍ରାଣ୍ଡର କପଡା ମାତ୍ର ୫୯୯ ଟଙ୍କାରୁ ଆରମ୍ଭ ହେଉଛି।
  • ଫ୍ରିଜ୍, ଟିଭି ଭଳି ଇଲେକ୍ଟ୍ରୋନିକ୍ସ ଆଇଟମରେ ୫୫ ପ୍ରିତିଶତ ପର୍ଯ୍ୟନ୍ତ ଅଫ ମିଳୁଥିବା ବେଳେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତାରେ ଘରୋଇ ଉପକରଣ ମିଳିବ। 
  • ସେହିପରି ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀରେ ମଧ୍ୟ ୬୦ ପ୍ରତିଶତ ଅଫ ମିଳୁଛି। 
  • କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡରେ ନୋ କୋଷ୍ଟ ଇଏମଆଇ ଓ ବାବାଜ କାର୍ଡରେ ଦୁଇ ଲକ୍ଷ ପର୍ଯ୍ୟନ୍ତ ସପିଂ ସୁବିଧା ମିଳୁଛି।