Advertisement
Article Detail0/zeeodisha/odisha2284782
Zee OdishaOdisha LifeStyle and Othersରୋଜଗାର ନିଅଣ୍ଟ ପଡୁଥିଲେ ,ସୁଧାରି ନିଅନ୍ତୁ ଏହି ତ୍ରୁଟି

ରୋଜଗାର ନିଅଣ୍ଟ ପଡୁଥିଲେ ,ସୁଧାରି ନିଅନ୍ତୁ ଏହି ତ୍ରୁଟି

Astrological remedies:ଅଧିକ ରୋଜଗାର କଲେ ବି ନିଅଣ୍ଟ ପଡ଼ୁଛି, ଘରେ  ଆର୍ଥିକ ସମସ୍ୟା ଲାଗି ରହୁଛି।   ଆପଣଙ୍କ ଅଜାଣତରେ ହେଉଥିବା ୪ଟି ଭୁଲ୍‌ ପାଇଁ ଆପଣଙ୍କୁ ହୁଏତ ଏପରି ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଇପାରେ....

astrological remedies
astrological remedies

ଯେତେ ରୋଜଗାର କଲେ ବି ନିଅଣ୍ଟ ପଡ଼ୁଛି, ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହୁଛି। ରୋଜଗାରଠୁ ବଳି ଯାଉଛି ଖର୍ଚ୍ଚ। ଆପଣଙ୍କ ଦ୍ୱାରା ହେଉଥିବା ସାମାନ୍ୟ ତ୍ରୁଟି ଯୋଗୁ ଆପଣ ଏପରି ସମସ୍ୟା ଭୋଗିଥାଇ ପାରନ୍ତି। ଆପଣଙ୍କ ଅଜାଣତରେ ହେଉଥିବା ୪ଟି ଭୁଲ୍‌ ପାଇଁ ଆପଣଙ୍କୁ ହୁଏତ ଏପରି ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଇପାରେ। ତା’ ହେଲେ ଆସନ୍ତୁ ଜାଣିବା କ’ଣ ଏହି ତ୍ରୁଟି ଓ କିପରି ଏହାକୁ ସୁଧାରିବା।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପାଣିର ଅଯଥା ଅପଚୟ କରନ୍ତୁ ନାହିଁ। ଅନାବଶ୍ୟକ ସ୍ଥଳେ ପାଣି ଟ୍ୟାପ ଖୋଲନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ତେଣୁ ସବୁବେଳେ ପାଣି ଟ୍ୟାପକୁ ଭଲ ଭାବେ ବନ୍ଦ କରନ୍ତୁ । ତ୍ରୁଟି ଥିଲେ ଏହାକୁ ତୁରନ୍ତ ସଜାଡ଼ି ନିଅନ୍ତୁ ।

ଘରର ଆଲମିରା ବା ଟଙ୍କାପଇସା ଆଦି ରଖୁଥିବା ସ୍ଥାନକୁ କେବେବି ଖୋଲା ଛାଡ଼ନ୍ତୁ ନାହିଁ। ଏପରି ହେବା ଦ୍ୱାରା ଆପଣଙ୍କୁ ସବୁବେଳେ ଧନର ଅଭାବ ଅନୁଭବ ହୋଇଥାଏ। ତେଣୁ ସବୁବେଳେ ସବୁବେଳେ ଏହାକୁ ବନ୍ଦ କରି ରଖନ୍ତୁ। ଆଲମିରା ସବୁବେଳେ ଖୋଲା ରହିବା ଦ୍ୱାରା ଧନର ଦେବୀ ମା’ ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡ଼ିଥାଏ।

Add Zee News as a Preferred Source

ଯେଉଁ ଘର ସବୁବେଳେ ସଫାସୁତୁରା ରହି ନ ଥାଏ, ଉକ୍ତ ଘରେ ମା’ ଲକ୍ଷ୍ମୀଙ୍କ ପାଦ ପଡ଼ି ନ ଥାଏ। ଆଉ ମା’ ଲକ୍ଷ୍ମୀ ପ୍ରସନ୍ନ ନ ରହିଲେ, ତାଙ୍କ ଆଗମନ ନ ହେଲେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିବା ଥୟ। ତେଣୁ ଯଥା ସମ୍ଭବ ଘରକୁ ସବୁବେଳେ ପରିଷ୍କାର ରଖନ୍ତୁ 

ଘରେ ଥିବା ତୁଳସୀ ଗଛକୁ କେବେ ବି ଶୁଖିବାକୁ ଦିଅନ୍ତୁ ନାହିଁ। ଯଦି ବିନା କୌଣସି କାରଣରେ ସବୁବେଳେ ତୁଳସୀ ଗଛ ଶୁଖି ଯାଉଛି ତେବେ ଏହାର ପରିଣାମ ଶୁଭଙ୍କର ନୁହେଁ। ଏପରି ହେଲେ ଆପଣ ସବୁବେଳେ ଅଭାବ, ଅନଟନରେ ଘାଣ୍ଟି ହେବେ। ଆର୍ଥିକ ଦୁର୍ଗତି ପିଛା ଛାଡ଼ିବନି। ତେଣୁ ଯଥା ସମ୍ଭବ ଘରେ ଥିବା ତୁଳସୀ ଗଛକୁ ସବୁବେଳେ ବଞ୍ଚାଇ ରଖନ୍ତୁ।

About the Author