ଓଟିଟିର ସ୍ଥାନ ପାଇଲା ପ୍ରଥମ ଓଡ଼ିଆ ମ୍ୟୁଜିକାଲ ଭିଡ଼ିଓ 'ବର୍ଷା ଭିଜା ରାତି'
Advertisement
Article Detail0/zeeodisha/odisha708007

ଓଟିଟିର ସ୍ଥାନ ପାଇଲା ପ୍ରଥମ ଓଡ଼ିଆ ମ୍ୟୁଜିକାଲ ଭିଡ଼ିଓ 'ବର୍ଷା ଭିଜା ରାତି'

ଓଟିଟିରେ ପ୍ରଥମ ଓଡ଼ିଆ ମ୍ୟୁଜିକାଲ ଭିଡ଼ିଓ ବର୍ଷା ଭିଜା ରାତି

ଓଟିଟିର ସ୍ଥାନ ପାଇଲା ପ୍ରଥମ ଓଡ଼ିଆ ମ୍ୟୁଜିକାଲ ଭିଡ଼ିଓ 'ବର୍ଷା ଭିଜା ରାତି'

ନୂଆଦିଲ୍ଲୀ: ଓଡ଼ିଆ ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର। ବିଏନଆର ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ମ୍ୟୁଜିକାଲ ଭିଡ଼ିଓ ବର୍ଷା ଭିଜା ରାତି ଓଟିଟି ପ୍ଲାଟଫର୍ମ ଇଣ୍ଡିସର୍ଟସରେ ସ୍ଥାନ ପାଇଛି। ତେବେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ପ୍ରଥମ ଜାତୀୟ ସ୍ତରରର ଓଡ଼ିଆ ମ୍ୟୁଜିକାଲ ଭିଡ଼ିଓ। ତେବେ ଲକଡାଉନ ସମୟରେ ଆଜିକାଲି ଅନେକ ଓଡ଼ିଆ ପ୍ଲାଟଫର୍ମରେ ରିଲିଜ କରାଯାଉଛି। ଏହା ପୂର୍ବରୁ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ସିନେମା କୋଟପାଡ଼ ପାଟ ମଧ୍ୟ ରିଲିଜ କରିଥିଲା।  

ଏହି ଭିଡ଼ିଓଟି ୨୮ ଜୁନରେ ଓଟିଟି ପ୍ଲାଟଫର୍ମରେ ରିଲିଜ କରିଛି। ଏହାରି ମଧ୍ୟରେ ଏହି ଭିଡ଼ିଓଟିକୁ ୧୮ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ସୁଚନା ଯୋଗ୍ୟ ଏହା ପୂର୍ବରୁ ଏହି ମ୍ୟୁଜିକାଲ ଭିଡ଼ିଓଟି ୟୁଟୁବ ଚ୍ୟାନେଲରେ ମଧ୍ୟ ରିଲିଜ ହୋଇ ସାରିଛି। ଏଥିରେ ମଧ୍ୟ ହଜାର ହଜାର ସିନେପ୍ରେମୀଙ୍କ ଭଲପାଇବା ପାଇ ସାରିଛି।  

ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ବିଶ୍ୱନାଥ ରଥଙ୍କ ନିର୍ଦ୍ଦେଶିତ ଏହି ଭିଡ଼ିଓଟି ପାଇଁ ଅନ୍ନପୂର୍ଣ୍ଣା ଦାସ ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି। ସେହିପରି ରୁଦ୍ରଶଙ୍କର ପଟ୍ଟନାୟକ, ଅର୍ପିତା ଦେବତା ଓ ଜ୍ୟୋତି ପ୍ରକାଶ ଦାସ ସହ- ପ୍ରଯୋଜକ ଦାୟିତ୍ୱ ତୁଲାଇ ସାରିଛନ୍ତି। ବଙ୍କିମ ପଟେଲ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପୂର୍ବତନ ଇଣ୍ଡିଆନ ଆଇଡଲ ଅମ୍ରିତା ଭାରତୀ ଓ ବଙ୍କିମ ଗୀତ ପରିବେଷଣ କରିଛନ୍ତି।