Gold Price Today: ଗ୍ରାହକଙ୍କ ପାଇଁ ବଡ଼ ଖବର, ଭୁବନେଶ୍ବରରେ ୫୫ ହଜାର ତଳେ ୧୦ ଗ୍ରାମ୍ ପିଛା ଦର
Advertisement
Article Detail0/zeeodisha/odisha2361345

Gold Price Today: ଗ୍ରାହକଙ୍କ ପାଇଁ ବଡ଼ ଖବର, ଭୁବନେଶ୍ବରରେ ୫୫ ହଜାର ତଳେ ୧୦ ଗ୍ରାମ୍ ପିଛା ଦର

Gold Silver Price: ଗ୍ରାହକଙ୍କ ପାଇଁ ବଡ଼ ଖବର। ପୁଣି ସୁନା ବଜାରରେ ନିଆଁ। କେନ୍ଦ୍ର ବଜେଟରେ ସୁନା ଓ  ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ ହେବ ପରେ ସୁନା ଦର ଖସିଥିଲା। ଯାହା ଗ୍ରାହକଙ୍କୁ ଖୁସି କରିଦେଇଥିଲା। କିନ୍ତୁ ଆଜି ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। 

Gold Price Today: ଗ୍ରାହକଙ୍କ ପାଇଁ ବଡ଼ ଖବର, ଭୁବନେଶ୍ବରରେ ୫୫ ହଜାର ତଳେ ୧୦ ଗ୍ରାମ୍ ପିଛା ଦର

Gold Silver Price: ଗ୍ରାହକଙ୍କ ପାଇଁ ବଡ଼ ଖବର। ପୁଣି ସୁନା ବଜାରରେ ନିଆଁ। କେନ୍ଦ୍ର ବଜେଟରେ ସୁନା ଓ  ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ ହେବ ପରେ ସୁନା ଦର ଖସିଥିଲା। ଯାହା ଗ୍ରାହକଙ୍କୁ ଖୁସି କରିଦେଇଥିଲା। କିନ୍ତୁ ଆଜି ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଆଜି ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

ALSO READ: Malavya Rajyog 2024: ଆସନ୍ତାମାସରେ ମାଲଭ୍ୟ ରାଜଯୋଗ! ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

ALSO READ: Shani Surya Yuti 2024: ଶନି-ସୂର୍ଯ୍ୟଙ୍କ କୃପାରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, କିଣିବେ ନୂଆ ଗାଡି ସାଙ୍ଗକୁ...

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୦୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୬୯, ୮୨୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୮୦୦ ଓ ୨୪ କ୍ୟାରେଟରେ ୮୭୦ ଟଙ୍କା ବୃଦ୍ଧି ହୋଇଛି।  ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୯, ୯୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୮୦୦ ଓ ୮୭୦ ଟଙ୍କା ଦର ବୃଦ୍ଧି ହୋଇଛି। 

ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୦୦୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୬୯,୮୨୦ ଟଙ୍କା ରହିଛି ।  ୨୨ ଓ ୨୪ କ୍ୟାରେଟରେ ୮୦୦ ଓ ୮୭୦ ଟଙ୍କା ଦର ବଢିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୦,୦୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୪୦୦ ଓ ୪୪୦ ଟଙ୍କା ବୃଦ୍ଧି ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୦୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୬୯,୮୨୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୫୨,୩୭୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୮୦୦ , ୨୪ କ୍ୟାରେଟ୍ ରେ ୮୭୦  ଓ ୧୮ କ୍ୟାରେଟ୍ ରେ ୬୬୦ ଟଙ୍କା ଦର ବଢିଛି।