ନିବେଶକଙ୍କ ପାଇଁ ଖୁସି ଖବର; ୨୦୨୫ ସୁଦ୍ଧା ଦୁଇ ଗୁଣ ବଢିଯିବ ସୁନା ମୂଲ୍ୟ!
Advertisement

ନିବେଶକଙ୍କ ପାଇଁ ଖୁସି ଖବର; ୨୦୨୫ ସୁଦ୍ଧା ଦୁଇ ଗୁଣ ବଢିଯିବ ସୁନା ମୂଲ୍ୟ!

ଆଗାମୀ ତିନିରୁ ପାଞ୍ଚ ବର୍ଷ ମଧ୍ୟରେ ସୁନା ଏକ ounce ବା ୨୮ ଗ୍ରାମର ମୂଲ୍ୟ ୩ ହଜାରରୁ ୫ ହଜାର ଡଲାରକୁ ବୃଦ୍ଧି ପାଇପାରେ। ଯେଉଁମାନେ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ଖୁସିର ଖବର।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସୁନା ମୂଲ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା ରହିଛି। କିନ୍ତୁ Quadriga Igneo fund ପରିଚାଳନା କରୁଥିବା ଡିଏଗୋ ପାରିଲାଙ୍କ ଭବିଷ୍ୟବାଣୀ ଉନ୍ମାଦ ସୃଷ୍ଟି କରିଛି। ସେ ବିଶ୍ୱାସ କରନ୍ତି ଯେ, ଆଗାମୀ ତିନିରୁ ପାଞ୍ଚ ବର୍ଷ ମଧ୍ୟରେ ସୁନା ଏକ ounce ବା ୨୮ ଗ୍ରାମର ମୂଲ୍ୟ ୩ ହଜାରରୁ ୫ ହଜାର ଡଲାରକୁ ବୃଦ୍ଧି ପାଇପାରେ। ଯେଉଁମାନେ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ଖୁସିର ଖବର।

ସୁନା ମୂଲ୍ୟ ବୃଦ୍ଧି ନେଇ Quadriga Igneo fund ମ୍ୟାନେଜର ଡିଏଗୋ (Diego Parrilla) ସୁଦୃଢ ଯୁକ୍ତି କରିଛନ୍ତି। ସେ କହିଛନ୍ତି ଯେ, ସୁନା ଦର ନୂଆ ଶୀଖରରେ ପହଞ୍ଚିପାରେ। କାରଣ ଅନେକ ଦେଶରେ ରିଲିଫ୍ ପ୍ୟାକେଜ୍ ହେତୁ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ନିବେଶକମାନେ ଅଧିକ ଜାଣନ୍ତି ନାହିଁ। ଡିଏଗୋ ସେହି ବ୍ୟକ୍ତି, ଯିଏ ୨୦୧୬ ମସିହାରେ ପୂର୍ବାନୁମାନ କରିଥିଲେ ଯେ ପାଞ୍ଚ ବର୍ଷ ମଧ୍ୟରେ ସୁନା ଏକ ନୂତନ ଉଚ୍ଚରେ ପହଞ୍ଚିବ।

Also Read: ଋଣ ଛାଡ଼ ପ୍ରସଙ୍ଗ; ଲୋକସଭାରେ ଜବାବ ରଖିଲେ ଅର୍ଥରାଷ୍ଟ୍ର ମନ୍ତ୍ରୀ, କହିଲେ...      

ବିଶ୍ୱବ୍ୟାପୀ କୋରୋନା ମହାମାରୀ ମଧ୍ୟରେ ସୁନା (gold prices) ଗତବର୍ଷ ounceରେ ସର୍ବକାଳୀନ ରେକର୍ଡ ଭାଙ୍ଗି ୨୦୭୫.୪୭ ଡଲାରରେ ପହଞ୍ଚିଥିଲା। ଅବଶ୍ୟ, କିଛି ସମୟ ପାଇଁ ଏହା ପ୍ରାୟ ୧୮୦୦ ଡଲାରରେ ଘୂରି ବୁଲୁଛି। ଖରାପ ମନଟରିଂ ଏବଂ ପଲିସି ଯୋଗୁଁ ଦୀର୍ଘକାଳୀନ କ୍ଷତି ବିଷୟରେ ଅଧିକ ସଚେତନତା ନାହିଁ ବୋଲି ସେ କହିଛନ୍ତି। ସୁଚିନ୍ତିତ ଭାବରେ ସୁଧ ହାରକୁ କମ୍ ରଖିବା ଆସେଟ୍ ବବୁଲ ସୃଷ୍ଟି କରିଛି ଯାହା ଫାଟିଗଲେ ବିପୁଳ କ୍ଷତି ଘଟାଇପାରେ। ତା’ପରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଏପରି ପରିସ୍ଥିତିର ମୁକାବିଲା କରିବା ଏବଂ ସ୍ୱାଭାବିକ ଅବସ୍ଥାକୁ ଫେରିବା କଷ୍ଟକର ହୋଇପାରେ ବୋଲି ଡିଏଗୋ କହିଛନ୍ତି।

Quadriga Igneo fund ମ୍ୟାନେଜର ଡିଏଗୋ ପୁଣି କହିଛନ୍ତି ଯେ, ଆମେରିକାରେ ଫେଡେରାଲ ରିଜର୍ଭ ସୂଚାଇ ଦେବା ପରେ ଜୁନ୍ ୨୦୨୧ରେ ସୁନା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଥିଲା। ଡିଏଗୋ ବିଶ୍ୱାସ କରନ୍ତି ଯେ, ଲୋକମାନେ ଚିନ୍ତା କରୁଥିବା ପରିସ୍ଥିତି ଉପରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସମାନ ନିୟନ୍ତ୍ରଣ ନାହିଁ। ତେଣୁ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ସୁନା ମୂଲ୍ୟ ୫ ହଜାର ଡଲାରରେ ପହଞ୍ଚିପାରେ।