Guru Chandal Yog: ଦୀର୍ଘ ୭ ମାସ ଯାଏଁ ଏହିସବୁ ରାଶି ପାଇଁ ରହିଛି ବିପଦ, ଗୁରୁ ଚଣ୍ତାଳ ଯୋଗ ଯୋଗୁଁ ବଢିପାରେ ଅଡୁଆ!
Advertisement
Article Detail0/zeeodisha/odisha1650338

Guru Chandal Yog: ଦୀର୍ଘ ୭ ମାସ ଯାଏଁ ଏହିସବୁ ରାଶି ପାଇଁ ରହିଛି ବିପଦ, ଗୁରୁ ଚଣ୍ତାଳ ଯୋଗ ଯୋଗୁଁ ବଢିପାରେ ଅଡୁଆ!

Guru Chandal Yog: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୨ ଏପ୍ରିଲଠାରୁ ଗୁରୁ ଚଣ୍ତାଳ ଯୋଗ ଗଠିତ ହେବାକୁ ଯାଉଛି। ଏହି ଗୁରୁ ଚଣ୍ତାଳ ଯୋଗ କାହା ପାଇଁ ସାଧାରଣ ତ କାହା ପାଇଁ ଅଶୁଭ ସାବ୍ୟସ୍ତ ହେବ । ତେବେ ଆସନ୍ତୁ ଜାଣିବା ଏହି ଯୋଗ କେଉଁ ରାଶି ପାଇଁ ସମସ୍ୟା ସୃଷ୍ଟି କରିବ ।

ସୌ(ସୋସିଆଲ ମିଡିଆ)

Guru Chandal Yog Effects on Zodiac Signs: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି (Zodiac Signs) ପରିବର୍ତ୍ତନ କରିଥାଆନ୍ତି, ଏହି କାରଣରୁ ଅନେକ ପ୍ରକାରର ଯୋଗ ସୃଷ୍ଟି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୨ ଏପ୍ରିଲଠାରୁ ଗୁରୁ ଚଣ୍ତାଳ ଯୋଗ ଗଠିତ ହେବାକୁ ଯାଉଛି। ବୃହସ୍ପତି ଓ ରାହୁ ଏକତ୍ର ହେଲେ ଏହି ସମୟରେ ଗୁରୁ ଚଣ୍ତାଳ ଯୋଗ (Guru Chandal Yog) ସୃଷ୍ଟି ହୋଇଥାଏ । ପ୍ରକାଶ ଥାଉ କି, ୭ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଗୁରୁ ଓ ରାହୁଙ୍କ ଏହି ସଂଯୋଗର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ ।  ବିଶ୍ୱାସ କରାଯାଏ ଯେ, ଏହି ଗୁରୁ ଚଣ୍ତାଳ ଯୋଗ କାହା ପାଇଁ ସାଧାରଣ ତ କାହା ପାଇଁ ଅଶୁଭ ଫଳ ପ୍ରଦାନ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ଯୋଗ କେଉଁ ୩ଟି ରାଶି (Zodiac Signs) ପାଇଁ ସମସ୍ୟା ସୃଷ୍ଟି କରିପାରେ ।

ଏହି ସବୁ ରାଶିଙ୍କ ଉପରେ ପଡ଼ିପାରେ ଖରାପ ପ୍ରଭାବ

ମେଷ ରାଶି (Aries): ଗୁରୁ ଚଣ୍ତାଳ ଯୋଗ (Guru Chandal Yog) ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିପାରେ। ଏହି ରାଶିର ଲୋକମାନଙ୍କୁ ଶାରୀରିକ ଯନ୍ତ୍ରଣା ବା କଷ୍ଟର ସାମ୍ନା କରିବାକୁ ପଡି଼ପାରେ । ଆର୍ଥିକ କ୍ଷତି ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ (Health)  ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ । ମନରେ ଭ୍ରାନ୍ତ ଧାରଣା ଆସିପାରେ । ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ମିଥୁନ ରାଶି (Gemini): ମିଥୁନ ରାଶିର ଲୋକମାନଙ୍କ ଉପରେ ଏହି ଗୁରୁ ଚଣ୍ତାଳ ଯୋଗର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ। ଆର୍ଥିକ କ୍ଷେତ୍ରରେ କ୍ଷତି ହୋଇପାରେ । ଅଶୁଭ ଖବର ମିଳିବା ନେଇ ସଙ୍କେତ ମିଳୁଛି । କୌଣସି କ୍ଷେତ୍ରରେ ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ଧର୍ଯ୍ୟର ସହିତ କାମ କରନ୍ତୁ, କାରଣ ଏହା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ ।

ଧନୁ ରାଶି (Sagittarius): ଗୁରୁ ଚଣ୍ତାଳ ଯୋଗ (Guru Chandal Yog) ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅଭୁଶ ଫଳ ପ୍ରଦାନ କରିପାରେ । ଏହି ରାଶିର ଲୋକମାନେ ଯାନବାହାନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟବସାୟରେ (Business)  କ୍ଷତି ହେବାର ସମ୍ଭାବନା ଅଛି । ଏହି ସମୟରେ ଧର୍ଯ୍ୟର ସହିତ କାମ କରନ୍ତୁ । ଖର୍ଚ୍ଚ ବୃଦ୍ଧି ପାଇବ। ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡି଼ପାରେ । କର୍ମକ୍ଷେତ୍ରରେ ମଧ୍ୟ ସମସ୍ୟା ଉପୁଜିପାରେ । ଘରେ ଅଶାନ୍ତି ଲାଗି ରହିବ । ଦମ୍ପତ୍ୟ ଜୀବନରେ  ସମସ୍ୟା ଉପୁଜିପାରେ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

ଏହା ବି ପଢନ୍ତୁ-Shani dev: ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ; କୋଧିତ ହୋଇଥାଆନ୍ତି ଶନି ଦେବ, ପରିବାରରେ ହୋଇଥାଏ ବଡ଼ କ୍ଷତି

ଏହା ବି ପଢନ୍ତୁ-Guru Gochar 2023: ୧୨ ବର୍ଷ ପରେ ଏହି ରାଶିରେ ହେବ ଚତୁର୍ଗହୀ ସଂଯୋଗ, ବର୍ଷିବ ଧନ