Guru Vakri 2024: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ, ଧନରେ ଭରିବ ଘର...ଚାକିରିରେ ପଦୋନ୍ନତି
Advertisement
Article Detail0/zeeodisha/odisha2395531

Guru Vakri 2024: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ, ଧନରେ ଭରିବ ଘର...ଚାକିରିରେ ପଦୋନ୍ନତି

Guru Vakri 2024: ୨୦୨୫ ଫେବ୍ରୁଆରି ୪ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଏହି ଚଳନ ଚଳାଚଳ କରିବ। ବୃହସ୍ପତି ରାଶି ଉପରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇବେ। କିନ୍ତୁ ୫ଟି ରାଶିର ଲୋକଙ୍କ ଜୀବନରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି କି? ଆସନ୍ତୁ ଜାଣିବା, କିଏ ଏହି ୫ଟି ଭାଗ୍ୟଶାଳୀ ରାଶି?

Guru Vakri 2024: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ, ଧନରେ ଭରିବ ଘର...ଚାକିରିରେ ପଦୋନ୍ନତି
Guru Vakri: ୨୦୨୪ ଓ ୨୦୨୫ ମସିହାରେ ଜ୍ଞାନ, ଶିକ୍ଷା, ସମୃଦ୍ଧି, ଭାଗ୍ୟ, ବିବାହ, ସନ୍ତାନ ଓ ଆଧ୍ୟାତ୍ମିକତାର ପ୍ରତୀକ ବୃହସ୍ପତି ଗ୍ରହ ୧୧୯ ଦିନ ପାଇଁ ବିପରୀତ ଗତିରେ ଗତି କରିବାକୁ ଯାଉଛନ୍ତି। ୨୦୨୪ ଅକ୍ଟୋବର ୯ ତାରିଖ ବୁଧବାରଠାରୁ ୨୦୨୫ ଫେବ୍ରୁଆରି ୪ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଏହି ଚଳନ ଚଳାଚଳ କରିବ। ବୃହସ୍ପତି ରାଶି ଉପରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇବେ। କିନ୍ତୁ ୫ଟି ରାଶିର ଲୋକଙ୍କ ଜୀବନରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି କି? ଆସନ୍ତୁ ଜାଣିବା, କିଏ ଏହି ୫ଟି ଭାଗ୍ୟଶାଳୀ ରାଶି?
 
ମେଷ ରାଶି
ମେଷ ରାଶିର ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଲକ୍ଷ୍ୟ ହାସଲ ପାଇଁ ଅଧିକ ସଂକଳ୍ପବଦ୍ଧ ହେବେ। ଏହା ଅର୍ଥନୈତିକ ଲାଭର ସମୟ ଅଟେ । ବ୍ୟବସାୟରେ ଅଭିବୃଦ୍ଧିର ଦୃଢ଼ ସମ୍ଭାବନା ରହିଛି। ଚାକିରିରେ ପଦୋନ୍ନତି ମିଳିପାରେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସାମାଜିକ ମାନ ସମ୍ମାନ ବୃଦ୍ଧି ପାଇବ। ପାରିବାରିକ ଜୀବନ ସୁଖମୟ ରହିବ।
 
କର୍କଟ ରାଶି
କର୍କଟ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ସୃଜନଶୀଳତାରେ ପରିପୂର୍ଣ୍ଣ ରହିବ। ଆପଣଙ୍କୁ ଆପଣଙ୍କ କଳାତ୍ମକ ପ୍ରତିଭାକୁ ଉନ୍ନତ କରିବାର ସୁଯୋଗ ମିଳିପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଓ ପାରିବାରିକ ସମ୍ପର୍କ ସୁଦୃଢ଼ ହେବ। ଆଧ୍ୟାତ୍ମିକ ଭାବାବେଗ ଉନ୍ନତି ହେବ। ଧର୍ମ ଓ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହେବେ। ସ୍ଵାସ୍ଥ୍ୟ ଭଲ ରହିବ ଓ ମାନସିକ ଶାନ୍ତି ମିଳିବ।
 
ସିଂହ ରାଶି
ମାନସିକ ସ୍ତରରେ ଦୃଢ଼ ଅନୁଭବ କରିବେ। ବ୍ୟବସାୟ ଆରମ୍ଭ କରିବାର ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିବେ। ପରିବାର ଓ ବନ୍ଧୁଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରେ। ବିଦ୍ୟାର୍ଥୀଙ୍କ କ୍ୟାରିୟରର ଉତ୍ଥାନ-ପତନ ଶେଷ ହୋଇପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ଦ୍ୱାରା ମନ ପ୍ରସନ୍ନ ରହିବ। ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।
 
ବିଛା ରାଶି
ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ବ୍ୟବସାୟିକ ଯାତ୍ରା ପାଇଁ ବହୁତ ଲାଭଦାୟକ ଅଟେ । ନୂଆ ଲୋକଙ୍କ ସହ ସାକ୍ଷାତ ହେବ। ନୂଆ ଓ ବଡ଼ ଡିଲ୍ ମିଳିପାରେ। ବ୍ୟବସାୟରେ ଲାଭ ହେବ, ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବିଦ୍ୟାର୍ଥୀମାନେ ନୂତନ ଅନୁଭୂତି ପାଇବେ। ସାମାଜିକ ଜୀବନରେ ସକ୍ରିୟତା ବୃଦ୍ଧି ପାଇବ। ପାରିବାରିକ ଜୀବନ ସୁଖମୟ ରହିବ।
 
ମୀନ ରାଶି
ମୀନ ରାଶିର ଲୋକଙ୍କ ପାଇଁ ଏହି ସମୟ ଫଳପ୍ରଦ ସାବ୍ୟସ୍ତ ହେବାର ସମ୍ଭାବନା ଦେଖାଉଛି। ନୂତନ ଚାକିରି ପାଇଁ ଆପଣଙ୍କର ସନ୍ଧାନ ସମ୍ପୂର୍ଣ୍ଣ ହେବ। ଧନର ପ୍ରବାହ ଦ୍ରୁତ ହେବ। ବ୍ୟବସାୟରେ ନୂଆ ପାର୍ଟନର ପାଇ ଅପ୍ରତ୍ୟାଶିତ ଲାଭ ଆଶା କରାଯାଉଛି। ବିଦ୍ୟାର୍ଥୀଙ୍କ କଳାତ୍ମକ ପ୍ରତିଭା ବୃଦ୍ଧି ପାଇବ, ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ, ପାଠପଢ଼ାରେ ଆଗ୍ରହ ଅନୁଭବ କରିବେ। ଚାକିରିରେ ସ୍ଥିରତା ଆସିବ।
 
(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: Lungs Cancer: ଫୁସଫୁସ୍ କର୍କଟର ନୂଆ ଲକ୍ଷଣ, ହାଡ଼ରୁ ନେଇ ଛାତି ଯାଏ ଦେଖାଦେଉଛି ଏସବୁ ଲକ୍ଷଣ

Also Read:  23 August Grah Gochar: ଆସନ୍ତାକାଲି ଏକାସାଥିରେ ୨ଟି ଗ୍ରହର ଚଳନ, ୫ଟି ରାଶି ହେବେ ବଡ଼ ଭାଗ୍ୟବାନ !