Hair Care Tips: ଲମ୍ବା ଓ ଘନ କେଶ ଚାହୁଁଥିଲେ ଆପଣାନ୍ତୁ ଏହି ସବୁ ଟିପ୍ସ, ସପ୍ତାହକରେ ପାଇବେ ରେଜଲ୍ଟ
Advertisement
Article Detail0/zeeodisha/odisha1579656

Hair Care Tips: ଲମ୍ବା ଓ ଘନ କେଶ ଚାହୁଁଥିଲେ ଆପଣାନ୍ତୁ ଏହି ସବୁ ଟିପ୍ସ, ସପ୍ତାହକରେ ପାଇବେ ରେଜଲ୍ଟ

Hair Care Tips In Odia : ସାଧାରଣତଃ ସମସ୍ତେ ଚାହାନ୍ତି ଘନ, ଲମ୍ବା ଓ ସୁନ୍ଦର କେଶ( Long And shiny Hair )। ହେଲେ ପରିବେଶ ପ୍ରଦୂଷଣ, ଅନିୟମିତ ଜୀବନଶୈଳୀ, ଜରୁରୀ ପୋଷକ ତତ୍ତ୍ୱର ଅଭାବ ଆଦି କାରଣରୁ ଆଜିକାଲି ଲୋକେ ବିଭିନ୍ନ କେଶ (Hair Care Tips) ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ଆମେ ଆପଣଙ୍କୁ କେତେକ ସହଜ ଉପାୟ ବିଷୟରେ କହିବୁ, ଯାହା ଆପଣଙ୍କ କାମରେ ଆସିବ। ଏହି ଉପାୟ ଅବଲମ୍ବନ କରି ନିଜ କେଶକୁ ଲମ୍ବା ଏବଂ ଘନ କରିପାରିବେ।

ସୌଜନ୍ୟ- ସୋସିଆଲ ମିଡିଆ

ଭଲ ଶାମ୍ପୁ ବ୍ୟବହାର କରନ୍ତୁ: କେଶର ଯତ୍ନ (hair) ନେବା ପାଇଁ ପ୍ରଥମେ ମୁଣ୍ଡରେ ଭଲ ଭାବେ ତେଲ ଲଗାନ୍ତୁ। ଏହାପରେ କେଶକୁ ଭଲ କ୍ୱାଲିଟିର ଶାମ୍ପୁରେ ଧୋଇ ଦିଅନ୍ତୁ। ଏମିତିରେ ଝିଅମାନେ କେଶର ଠିକ୍‌ ଯତ୍ନ ନେବା ପାଇଁ ସବୁବେଳେ ଭଲ କ୍ୱାଲିଟିର ଶାମ୍ପୁ ବାଛିବା ଆବଶ୍ୟକ। ଏଥିସହିତ ଶାମ୍ପୁ କରିବା ପରେ କଣ୍ଡିସନର ମଧ୍ୟ ବ୍ୟବହାର କରିବା ବହୁତ ଜରୁରୀ ହୋଇଥାଏ। ଏହାଦ୍ୱାରା ଆପଣଙ୍କ କେଶ ନା କେବଳ ସୁସ୍ଥ ରହିବ ବରଂ ଏହା ମୁଲାୟମ୍‌ ତଥା ଚିକ୍‌ଚିକ୍‌ କରିବ।

Also Read : Vastu Tips For Kitchen: ଦାରିଦ୍ର୍ୟତାରୁ ରକ୍ଷା କରେ ରୋଷେଇ ଘରର ଏହି ୫ଟି ଜିନିଷ, ସରିଗଲେ ବିପଦ...

Also Read : Gajapati News: ବେକରେ ବେଡସିଟ୍ ଲଗାଇ ଶ୍ରେଣୀ ଗୃହରେ ଝୁଲିଗଲେ ଛାତ୍ରୀ

ନରମ ଟାୱେଲ୍ ବ୍ୟବହାର କରନ୍ତୁ: କେଶକୁ (shiny Hair) ଶୁଖାଇବା ପାଇଁ ଝିଅମାନେ ପ୍ରାୟତଃ ତରତରରେ ଡ୍ରାୟର ବ୍ୟବହାର କରି ଦିଅନ୍ତି। କିନ୍ତୁ ସବୁବେଳେ କେଶକୁ ପ୍ରାକୃତିକ ଉପାୟରେ ହିଁ ଶୁଖିବାକୁ ଦିଅନ୍ତୁ। ଏଥିପାଇଁ ଆପଣ ନରମ ଟାୱେଲ୍ ବ୍ୟବହାର କରି ପାରିବେ। ମୋଟା ଏବଂ ଟାଣ ଟାୱେଲ ବ୍ୟବହାର କରିବା ଦ୍ୱାରା କେଶ ଜଲ୍‌ଦି ଉପୁଡ଼ି ଯାଇପାରେ।

ଦିନଚର୍ଯ୍ୟାକୁ ଭଲ ରଖନ୍ତୁ: ଠିକ୍ ସମୟରେ ଶୁଅନ୍ତୁ ଓ ଠିକ୍‌ ସମୟରେ ଉଠନ୍ତୁ। ଭରପୂର ସମୟ ନିଦ୍ରା ଯାଆନ୍ତୁ। ଶାରୀରିକ କସରତ କରନ୍ତୁ ବା ବ୍ୟାୟାମ କରନ୍ତୁ। ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଏମିତି କରିବା ଦ୍ୱାରା ନା କେବଳ ତ୍ୱଚାରେ ଚମକ ବଜାୟ ରହିଥାଏ ବରଂ କେଶ ମଧ୍ୟ ବଢ଼ିବା ଆରମ୍ଭ କରିଥାଏ।

ଏପରି ମଧ୍ୟ ନିଅନ୍ତୁ କେଶର ଯତ୍ନ:

୧-ଶରୀରର ଜଳୀୟଅଂଶ କମିବାକୁ ଦିଅନ୍ତୁ ନାହିଁ।

୨-ଜରୁରୀ ଭିଟାମିନ୍ ଯେପରି ଭିଟାମିନ ଇ, ଏ, ସି ଆଦିକୁ ଖାଦ୍ୟରେ ସାମିଲ କରନ୍ତୁ।

୩-ସୂର୍ଯ୍ୟଙ୍କ ହାନିକାରକ କିରଣରୁ କେଶକୁ ରକ୍ଷା କରନ୍ତୁ।

୪-ରାତିରେ ଶୋଇବା ପୂର୍ବରୁ ନିଜ କେଶକୁ ଜୋରରେ ବାନ୍ଧନ୍ତୁ ନାହିଁ।

୫-ପତଳା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ ନାହିଁ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। 

Also Read: Nikki Murder Case: ପୋଲିସ ଆଗରେ ସତ ଓଗାଳିଲା ବଏଫ୍ରେଣ୍ତ ସାହିଲ୍, ହତ୍ୟାର ୧୨ ଘଣ୍ଟା ପୂର୍ବରୁ ନିକି ସହ...