Health Tips: ଏହି ସବୁ ରୋଗ ପାଇଁ ରାମବାଣ ପାଣି ସିଙ୍ଗଡା,ଫାଇଦା ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1434566

Health Tips: ଏହି ସବୁ ରୋଗ ପାଇଁ ରାମବାଣ ପାଣି ସିଙ୍ଗଡା,ଫାଇଦା ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Health Tips: ଶୀତଦିନେ ହାତ ପାହାନ୍ତାରେ ଅନେକ ପନି ପରିବା ଓ ଫଳ ସହଜରେ ମିଳି ଥାଏ । ଖାସ କରି ଶୀତଦିନ ପାଣିସିଙ୍ଗଡା(Singhara) ବିଭିନ୍ନ ସ୍ଥାନରେ ମିଳିଥାଏ । ଏହା ଶରୀର ପାଇଁ ବେଶ ହିତକର । ସ୍ବାସ୍ଥ୍ୟ ପ୍ରତି ଏହାର ଫାଇଦା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସୌଜନ୍ୟ : ସୋସିଆଲ ମିଡିଆ

Health Tips: ଶୀତଦିନେ ହାତ ପାହାନ୍ତାରେ ଅନେକ ପନି ପରିବା ଓ ଫଳ ସହଜରେ ମିଳି ଥାଏ । ଖାସ କରି ଶୀତଦିନ ପାଣିସିଙ୍ଗଡା(Singhara) ବିଭିନ୍ନ ସ୍ଥାନରେ ମିଳିଥାଏ । ଏହା ଶରୀର ପାଇଁ ବେଶ ହିତକର ।  ସ୍ବାସ୍ଥ୍ୟ ପ୍ରତି ଏହାର ଫାଇଦା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରତ୍ୟକ ଶ୍ରେଣୀର ଲୋକେ ଏହାକୁ ଖାଇବା ଇଚିତ୍ । କାହିଁକିନା ଏଥିରେ  ପ୍ରଚୁର ପରିମାଣରେ ଭିଟାମିନ୍ ରହିଛି । ଖାସକରି ଏହା ପୁରୁଷ ମାନଙ୍କ ପାଇଁ ଏହା ବେଶ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ଯଦିଓ ଏହାର ସ୍ବାଦ କିଛି ଭିନ୍ନ ଥାଏ । କିନ୍ତୁ ଏହା ଶରରୀକୁ ଭରପୁର ଶକ୍ତି ଦେଇଥାଏ । ଅଧିକାଂଶ ଲୋକେ ଖାସ କରି ଶୀତଦିନେ ପାଣିସିଙ୍ଗଡାରୁ ରୁଟି ପ୍ରସ୍ତୁତ କରି ମଧ୍ୟ ଖାଇ ଥାନ୍ତି । ୟୁଏସଡିଏ ଡାଟାବେସ ଅନୁସାରେ, ଗୋଟିଏ ପାଣି ସିଙ୍ଗଡାରେ ୪ ଗ୍ରାମର ଫାଇବର, ୨୩.୯ ଗ୍ରାମର କାର୍ବୋହାଇଡ୍ରେଟ୍, 3 ଗ୍ରାମ ପ୍ରୋଟିନ୍ ଥାଏ । ଏବଂ ଏହାସହ ଏଥିରେ ଡାଏଟାରୀ ଫାଇବର, ପୋଟାସିୟମ୍, ମାଙ୍ଗାନିଜ୍, ଭିଟାମିନ୍ ବି ୬ , ରାଇବୋଫ୍ଲାଭିନ ଓ କପର ମଧ୍ୟ ଭରପୁର ମାତ୍ରାରେ ଥାଏ । 

ସ୍ବାସ୍ଥ୍ୟ ପାଇଁ କେତେ ଫଳପ୍ରଦ ପାଣିସିଙ୍ଗଡା :

ପାଣି ସିଙ୍ଗଡା ଏକ କମ୍ କ୍ୟାଲୋରୀ ଫଳ, ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ଶରୀରକୁ ପୁଷ୍ଟି ମଧ୍ୟ ଯୋଗାଏ । ପାଣି ସିଙ୍ଗଡା ସୁସ୍ଥ ହୃଦୟ ପାଇଁ ବେଶ ଲାଭକାରୀ ସାବ୍ୟସ୍ତ ହୋଇଛି । ଏହା ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ସୋଡିୟମର ପ୍ରଭାବକୁ କମ କରେ । ସେହିପରି ଏହି ଫଳରେ ଆଣ୍ଟି-ଅକ୍ସିଡାଣ୍ଟରେ ଅଧିକ ଥିବାରୁ କର୍କଟ ରୋଗ ହେବାର ଆଶଙ୍କା କମ୍ କରିଥାଏ । ଏଥିରେ ଭିଟାମିନ୍ ବି୬ ଭରପୂର ମାତ୍ରାରେ ରହିଛି । ଯାହା ଆପଣଙ୍କ ମନୋବଳକୁ ବଢାବାରେ ସହାୟକ ହୋଇଥାଏ । ଏବଂ ଆପଣଙ୍କୁ ଚାପମୁକ୍ତ ରଖିବାରେ ସହାୟକ ହୋଇଥାଏ । 

ଏହାବି ପଢନ୍ତୁ : Health Tips: ଶୀତ ଦିନେ କେତେ ପରିମାଣର ପାଣି ପିଇବା ଆବଶ୍ୟକ ? ଶରୀରରେ ଜଳର ଅଂଶ କମିଲେ ହୋଇପାରେ ଘାତକ ରୋଗ

ପାଣି ସିଙ୍ଗଡା ଖାଇବା ଦ୍ବାରା ଶରୀରରେ ଟ୍ୟୁମର ଆଶଙ୍କା ମଧ୍ୟ କମ୍ ଥାଏ । ଯଦି ଆପଣ ଫଟା ଗୋଇଠି ସମସ୍ୟାରେ ଜୁଝି ହେଉଛନ୍ତି । ତେବେ, ଏହା ଆପଣଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରେ। 
ତେବେ, ଆପଣ ନିଜ ବ୍ରେକଫାଷ୍ଟରେ ଏହାକୁ ସାମିଲ କରିପାରିବେ। ଯଦି ଆପଣଙ୍କ ଥାଇରଡରେ ଦିର୍ଘଦିନ ଧରି ପିଡିତ ଅଛନ୍ତି । ତେବେ, ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଭଲ ପରିମାଣର ଆୟୋଡିନ୍ ଥାଏ ଯାହା ଆପଣଙ୍କୁ ଏଥିରେ ମୁକ୍ତି ଦେଇଥାଏ ।  ଏଥିରେ ଡାଇଓସେମେଟିନ୍, ଲ୍ୟୁଟୋଲିନ୍, ଫିସେଟିନ୍ ଏବଂ ଟେକ୍ଟୋରିଜିନ୍ ଭଳି ଅନେକ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ମୃତ କୋଷଗୁଡ଼ିକୁ ପୁଣିଥରେ କାର୍ଯ୍ୟକ୍ଷମ କରାଇବାରେ ସହାୟକ ହୋଇଥାଏ ।