Lemon Water Side Effects: ଖରା ପିଉଛନ୍ତି କି ଲେମ୍ବୁ ପାଣି? ଜାଣିରଖନ୍ତୁ ଏହାର ସାଇଡ୍ ଇଫେକ୍ଟ
Advertisement

Lemon Water Side Effects: ଖରା ପିଉଛନ୍ତି କି ଲେମ୍ବୁ ପାଣି? ଜାଣିରଖନ୍ତୁ ଏହାର ସାଇଡ୍ ଇଫେକ୍ଟ

Lemon Water Side Effects:ଲେମ୍ବୁ ପାଣି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ ।  କିନ୍ତୁ କ’ଣ ଆପଣ ଜାଣନ୍ତି କି ? ଲେମ୍ବୁ ପାଣି ପିଇବା ଆପଣଙ୍କ ଶରୀରକୁ କ୍ଷତି ମଧ୍ଯ ପହଞ୍ଚିଥାଏ । ତେବେ ଖରା ଦିନେ ଯଦି ଆପଣ ଲେମ୍ବୁ ପାଣି ପିଉଛନ୍ତି ତେବେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ମଧ୍ଯ ଜାଣି ରଖିବା ଉଚିତ୍ ।

ସୌ(ସୋସିଆଲ ମିଡିଆ)

Lemon Water Side Effects: ସାଧରଣତଃ ସମସ୍ତେ ଏହା ଜାଣିଥିବେ ଯେ ଲେମ୍ବୁ ପାଣି (Lemon water) ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଖାସ୍ କରି ଖରା ଦିନେ ଗରମରୁ ମୁକ୍ତି ପାଇବା ପାଇଁ ଲୋକମାନେ ଲେମ୍ବୁ ପାଣି ପିଇଥାଆନ୍ତି । ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ଓଜନ ନିୟନ୍ତ୍ରଣ କରିଥାଏ । ଖାଲି ଏତିକି ନୁହେଁ ଏହା ହଜମ ସହ ଜଡିତ ସମସ୍ତ ସମସ୍ୟାକୁ ମଧ୍ଯ ଦୂର କରିବାରେ ସାହାଯ୍ୟ କରିଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କି ? ଲେମ୍ବୁ ପାଣି ପିଇବା ଆପଣଙ୍କ ଶରୀରକୁ କ୍ଷତି ମଧ୍ଯ ପହଞ୍ଚିଥାଏ । ତେବେ ଖରା ଦିନେ ଯଦି ଆପଣ ଲେମ୍ବୁ ପାଣି ପିଉଛନ୍ତି ତେବେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ମଧ୍ଯ ଜାଣି ରଖିବା ଉଚିତ୍ ।

ଶରୀରରେ ହୋଇଥାଏ ଏହି ସବୁ କ୍ଷତି

  • ଭିଟାମିନ୍ (ସି)ର (vitamin c) ବହୁଳ ମାତ୍ରା ରକ୍ତରେ ଲୌହ ସ୍ତରକୁ (iron level) ଅଧିକ ବଢାଇ ଥାଏ । ଯାହା ଶରୀର ପାଇଁ ବିପଜ୍ଜନକ ହୋଇଥାଏ। ଅତ୍ୟଧିକ ମାତ୍ରାରେ ଲେମ୍ବୁ ପାଣି (Lemon water) ପିଇବା ଆପଣଙ୍କ ଆଭ୍ୟନ୍ତରୀଣ ଅଙ୍ଗକୁ କ୍ଷତି ପହଁଞ୍ଚାଇଥାଏ ।
  • ଲେମ୍ବୁ ପାଣିର ମାତ୍ରାଧିକ ସେବନ ଶରୀରରେ ଜଳର ଅଭାବ ମଧ୍ଯ ସୃଷ୍ଟି କରିଥାଏ । ବାସ୍ତବରେ ଯେତେବେଳେ ଆପଣ ଲେମ୍ବୁ ପିଅନ୍ତି, ଏହା ପରିସ୍ରା ମାଧ୍ୟମରେ ଶରୀରକୁ ଡିଟକ୍ସାଇଫ (Detoxify) କରିଥାଏ । ଏହି ପ୍ରକ୍ରିୟାରେ ଇଲେକ୍ଟ୍ରୋଲାଇଟ୍ ଓ ସୋଡିୟମ୍ (Sodium) ପରି ଉପାଦାନଗୁଡ଼ିକ ପରିସ୍ରା ମାଧ୍ୟମରେ ଶରୀରରୁ ବାହାରିଥାଏ । ଯାହା ଫଳରେ ଆପଣଙ୍କ ଶରୀରରେ ଡିହାଇଡ୍ରେସନ୍ (Dehydration) ସମସ୍ୟା ଦେଖାଦେଇଥାଏ । ଲେମ୍ବୁ ପାଣିର ମାତ୍ରାଧିକ ସେବନ ଶରୀରରେ ପୋଟାସିୟମ (Potassium) ଅଭାବ ମଧ୍ଯ ସୃଷ୍ଟି କରିଥାଏ ।
  • ଯଦି ଆପଣଙ୍କର ଟନସିଲ୍ (Tonsil Problems) ସମସ୍ୟା ଅଛି, ତେବେ ଲେମ୍ବୁ ପାଣି ପିଇବା ଆଦୌ ଉଚିତ୍ ନୁହେଁ । ଏହି ସମସ୍ୟା ଥିଲେ ଲେମ୍ବୁ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏକ ଅନୁସନ୍ଧାନ ଅନୁଯାୟୀ, ଅଧିକ ମାତ୍ରାରେ ଲେମ୍ବୁ ପାଣି ପିଇବା ଦ୍ବାରା ଗଳାରେ ଘାଆ ହେବା ପରି ସମସ୍ୟା ଦେଖାଦେଇଥାଏ ।  
  • ଅତ୍ୟଧିକ ପରିମାଣର ଲେମ୍ବୁ ପିଇବା ଦ୍ୱାରା ହାଡ଼ ଦୁର୍ବଳ (Bone problems) ହୋଇଥାଏ । ଲେମ୍ବୁରେ ବହୁ ମାତ୍ରାରେ ଅମ୍ଳତା ରହିଥାଏ, ଯେଉଁ କାରଣରୁ ଏହା ହାଡ଼ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।
  • ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ (Citric acid) ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ଅକ୍ସାଲେଟ୍ (Oxalate) ମଧ୍ୟ ଥାଏ । ଅତ୍ୟଧିକ ପରିମାଣରେ ଏହା ପିଇବା ଦ୍ବାରା ଏହା ଶରୀରରେ ସ୍ଫଟିକ ଆକାରରେ ଜମା ହୋଇଯାଏ, ଯାହା କିଡନୀରେ ପଥର (kidney stones) ହେବାର ଆଶଙ୍କାକୁ ବଢାଇଥାଏ ।

Also Read-Egg side effects: ଅଧିକ ଅଣ୍ତା ଖାଉଥିଲେ ସାବଧାନ, ନହେଲେ ମାଡ଼ି ବସିବ ଏହି ସବୁ ପ୍ରାଣଘାତୀ ରୋଗ!

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)