Mutton Or Chicken for weight loss: ସାଧାରଣତଃ ବହୁ ଲୋକ ଆମିଷ ପ୍ରିୟ ହୋଇଥାଆନ୍ତି । ସେହିପରି କେତେକ ଲୋକ ଓଜନ ବଢାଇବା ବା କମାଇବା ନେଇ ନିୟମିତ ଡାଏଟ ଏହି ମାସଂକୁ ସାମିଲ କରିଥାଆନ୍ତି । ତେବେ କେଉଁ ମାସଂକୁ ଡାଏଟରେ ସାମିଲ କଲେ ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ ଆସନ୍ତୁ ଜାଣିବା ।
Trending Photos
Mutton Or Chicken: ଯେଉଁମାନେ ଆମିଷ ଭୋଜନ କରନ୍ତି, ସେମାନଙ୍କ ପାଇଁ ମାଂସ ଏକ ପ୍ରଧାନ ଖାଦ୍ୟ ହୋଇଥାଏ। ସାଧାରଣତଃ ଲୋକ ମାନେ କୁକୁଡା ମାଂସ ଓ ମଟନ ବା ଖାସି ମାଂସ ଖାଇଥାଆନ୍ତି। କୁକୁଡା ମାଂସ ଅପେକ୍ଷା ଖାସି ମାଂସ ଅଧିକ ଗରିଷ୍ଠ ହୋଇଥାଏ। ଇଂରାଜୀରେ ଚିକେନକୁ ହ୍ୱାଇଟ ମିଟ୍ (white Meat) କୁହାଯାଉଥିବା ବେଳେ ଖାସି ମାଂସକୁ ରେଡ ମିଟ୍ (Red Meat) କୁହାଯାଇଥାଏ। ତେବେ କେଉଁ ମାଂସ ଖାଇଲେ ସ୍ୱାସ୍ଥ୍ୟ ପକ୍ଷେ ଭଲ ? ଆମ ନିୟମିତ ଡାଏଟରେ କେଉଁ ମାଂସ ଖାଇବା ଉଚିତ୍, ସଭିଙ୍କ ମନରେ ଏହି ପ୍ରଶ୍ନ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହି ହ୍ୱାଇଟ ମିଟ୍(white Meat) ଓ ରେଡ୍ ମିଟ୍ରେ(Red Meat) ଥିବା ଉପାଦାନ ଗୁଡିକ ବିଷୟରେ।
୧. ଆଇରନ ବା ଲୌହ ଉପାଦାନ
ଧଳା ମାଂସ କିମ୍ବା ହ୍ୱାଇଟ ମିଟ୍ରେ(white Meat) ଲାଲ ମାଂସ ଅପେକ୍ଷା କମ ଲୌହ ଅଂଶ ରହିଥାଏ। ୧୦୦ ଗ୍ରାମ ହ୍ୱାଇଟ ମିଟ୍ରେ ୧.୩ ମିଲି ଗ୍ରାମ ଲୌହ ଉପାଦାନ ରହିଥାଏ। ସେହିପରି ରେଡ୍ ମିଟ୍ରେ(Red Meat) ପର୍ଯ୍ୟାପ୍ତ ପରିମାଣର ଆଇରନ(iron) ରହିଥାଏ। ୧୦୦ ଗ୍ରାମ ରେଡ୍ ମିଟ୍ରେ ୨.୭ ମିଲି ଗ୍ରାମ ଆଇରନ ରହିଥିବାର ଜଣାପଡିଛି। ଏହାଛଡା ରେଡ୍ ମିଟ୍ରେ ମାୟୋଗ୍ଲୋବିନ(Myoglobin) ନାମକ ଏକ ଲାଲ୍ ଉପାଦାନ ରହିଥାଏ। ଏଥି ଯୋଗୁଁ ଖାସି ମାଂସରେ ଆଇରନର(iron) ପରିମାଣ ଅଧିକ ଅଟେ।
୨. ଫ୍ୟାଟ୍
ରେଡ୍ ମିଟ୍ ତୁଳନାରେ ହ୍ୱାଇଟ ମିଟ୍ରେ(white Meat) ଫ୍ୟାଟର ପରିମାଣ କମ୍ ରହିଥାଏ। ପ୍ରତି ୧୦୦ ଗ୍ରାମର ଖାସି କିମ୍ବା ଛେଳି ମାଂସରେ ୨୦ ଗ୍ରାମ ଫ୍ୟାଟ୍ ରହିଥାଏ। ହ୍ୱାଇଟ ମିଟ୍ରେ ପ୍ରତି ୧୦୦ ଗ୍ରାମ ମାଂସରେ ୧୪ ଗ୍ରାମ ପ୍ୟାଟ୍(Fat) ଅଂଶ ରହିଥାଏ। ତେଣୁ ପତଳା ହେବାକୁ ଚାହୁଁଥିବା ଲୋକ ମାନେ ରେଡ୍ ମିଟ ଅପେକ୍ଷା ହ୍ୱାଇଟ ମିଟ୍କୁ(white Meat) ନିଜ ଡାଏଟରେ ସାମିଲ କରିପାରିବେ। ଏହାଛଡା ହ୍ୱାଇଟ ମିଟ୍ରେ(white Meat) ଓମେଗା ଫ୍ୟାଟି ଏସିଡ଼(Omega fatty acid) ପ୍ରଚୁର ପରିମାଣରେ ଥାଏ।
୩. ପ୍ରୋଟିନ୍
ଉଭୟ ହ୍ୱାଇଟ ମିଟ୍(white Meat) ଓ ରେଡ଼ ମିଟ୍ରେ ପ୍ରୋଟିନର(Protin) ପରିମାଣ ପ୍ରାୟତଃ ସମାନ ରହିଥାଏ। ୧୦୦ ଗ୍ରାମ ମାଂସରେ ୨୫ରୁ ୩୦ ଗ୍ରାମ ପର୍ଯ୍ୟନ୍ତ ଭରପୂର ପ୍ରୋଟିନ୍(Protin) ରହିଥାଏ।
୪. ଭିଟାମିନ୍
ଉଭୟ କିସମର ମାଂସରେ ଭିଟାମିନ୍(vitamin) B2, B3, B5 ଓ B6 ପ୍ରଚୁର ପରିମାଣରେ ରହିଥାଏ। ଏହିସବୁ ଉପାଦାନ ଗୁଡିକ ମଣିଷ ଶରୀରର ଦୈନ ଦିନ କାର୍ଯ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ରେଡ୍ ମିଟ୍ରେ ଭିଟାମିନ୍(vitamin) B12 ପ୍ରଚୁର ପରିମାଣରେ ଥାଏ। ଏହା ରକ୍ତକୋଷିକା (Blood Cell) ଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
୫. ହୃତପିଣ୍ଡ ଉପରେ ପ୍ରଭାବ
ବିଭିନ୍ନ ଗବେଷଣା ଅନୁଯାୟୀ, ରେଡ୍ ମିଟ୍ ଓ ହୃଦରୋଗ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ମାଂସରେ ଥିବା ଫ୍ୟାଟର ପରିମାଣ ହୃଦରୋଗର କାରଣ ହୋଇପାରେ। ଅପର ପକ୍ଷେ ହ୍ୱାଇଟ ମିଟ୍ରେ ସେଲେନିୟମ(Selenium) ରହିଥିବା ବେଳେ ରେଡ୍ ମିଟ୍ରେ ଜିଙ୍କର ପରିମାଣ ଅଧିକ ଥାଏ। ଏହାଛଡା ଉଭୟ ମାଂସରେ ଫସଫରସ ଓ କ୍ୟାଲସିୟମ(calcium) ପ୍ରଚୁର ପରିମାଣରେ ଥାଏ।
ଅତ୍ୟଧିକ ମାଂସ ଖାଇଲେ କାମ କରେନି ମେଡିସିନ
ଯଦି ଆପଣଙ୍କର ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତେବେ ଆମକୁ ଆର୍ଟିକିଲ୍ ତଳେ ଥିବା କମେଣ୍ଟ ବକ୍ସରେ କୁହନ୍ତୁ ଓ ଆମେ ଏହାକୁ ଆମର ଆର୍ଟିକିଲ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବୁ । ଯଦି ଆପଣ ଏହି ଆର୍ଟିକିଲକୁ ପସନ୍ଦ କରନ୍ତି ତେବେ ଏହାକୁ ସେୟାର କରନ୍ତୁ । ଏହିପରି ଅଧିକ ଆର୍ଟିକିଲ ପଢିବା ପାଇଁ ଆମ ଜି ଓଡ଼ିଶା ନ୍ୟୁଜ ସହିତ ଯୋଡି ରୁହନ୍ତୁ ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)