Ice Cream: ଏମାନଙ୍କ ପାଇଁ ବିଷ ସଦୃଶ ଆଇସକ୍ରିମ୍! ଜାଣନ୍ତୁ କାହିଁକି
Advertisement
Article Detail0/zeeodisha/odisha2256281

Ice Cream: ଏମାନଙ୍କ ପାଇଁ ବିଷ ସଦୃଶ ଆଇସକ୍ରିମ୍! ଜାଣନ୍ତୁ କାହିଁକି

Ice Cream: ଆଇସକ୍ରିମ୍ ସମସ୍ତଙ୍କର ଭାରି ପସନ୍ଦ । ପିଲାମାନଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତ ଆଇସକ୍ରିମ୍ ଖାଇବାକୁ ବେଶ୍ ଭଲ ପାଆନ୍ତି। ଖାସ୍ କରି ଖରାଦିନେ ଆଇସକ୍ରିମ୍ ର ଚାହିଦା ଅଧିକା ଥାଏ। କିନ୍ତୁ ଆପଣ ଜାଣନ୍ତି କି ଆଇସକ୍ରିମ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତି ପହଞ୍ଚାଇପାରେ । ପଢନ୍ତୁ ପୂରା ରିପୋର୍ଟ...

Ice Cream: ଏମାନଙ୍କ ପାଇଁ ବିଷ ସଦୃଶ ଆଇସକ୍ରିମ୍! ଜାଣନ୍ତୁ କାହିଁକି

Ice Cream: ଆଇସକ୍ରିମ୍ ସମସ୍ତଙ୍କର ଭାରି ପସନ୍ଦ । ପିଲାମାନଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତ ଆଇସକ୍ରିମ୍ ଖାଇବାକୁ ବେଶ୍ ଭଲ ପାଆନ୍ତି। ଖାସ୍ କରି ଖରାଦିନେ ଆଇସକ୍ରିମ୍ ର ଚାହିଦା ଅଧିକା ଥାଏ। କିନ୍ତୁ ଆପଣ ଜାଣନ୍ତି କି ଆଇସକ୍ରିମ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତି ପହଞ୍ଚାଇପାରେ । ଆଇସକ୍ରିମରେ ଚିନି ଅଧିକ ଥିବାରୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବୋଲି ବିଶେଷଜ୍ଞମାନେ କୁହନ୍ତି। ବିଶେଷକରି ହାର୍ଟ ଏବଂ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ବିଷ ସଦୃଶ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଆଇସକ୍ରିମ୍ ଖାଇବା ଦ୍ବାରା  କଣ ସବୁ ସମସ୍ୟା ସ୍ବାସ୍ଥ୍ୟରେ ଦେଖାଦେଇଥାଏ। 

ALSO READ: Health Tips: କେବଳ ସ୍ୱାଦ ନୁହେଁ, ସ୍ୱାସ୍ଥ୍ୟ ଅତ୍ୟନ୍ତ ଲାଭଦାୟକ ଲିଚୁ!

ଦାନ୍ତ ଉପରେ  ଖରାପ ପ୍ରଭାବ ପଡିଥାଏ:
ଆଇସକ୍ରିମରେ ଚିନି ଅଧିକ ଥିବାରୁ ଏହା ଆପଣଙ୍କ ଦାନ୍ତକୁ କ୍ଷତି ପହଞ୍ଚାଇଥାଏ । ଏହା ବ୍ୟତୀତ, ଦାନ୍ତ ଜନିତ ସମସ୍ୟା ଭୋଗୁଥିବା ଲୋକେ ଆଇସକ୍ରିମ୍ ଠାରୁ ଦୂରେଇ ରହିବା ଉଚିତ୍ । 

ମଧୁମେହ ରୋଗୀଙ୍କ ପାଇଁ ଭଲ ନୁହେଁ : ମଧୁମେହ ରୋଗୀଙ୍କ ପାଇଁ ଆଇସକ୍ରିମ୍ ବିଷ ସଦୃଶ ହୋଇଥାଏ। ଆଇସକ୍ରିମ୍ ଖାଇବା ଦ୍ୱାରା ଶରୀରରେ ରକ୍ତର ଶର୍କରା ସ୍ତର ଅଧିକ ହୋଇଥାଏ।  ଅନିୟନ୍ତ୍ରିତ ରକ୍ତରେ ଶର୍କରା ବଢିବା ପରେ ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଥାଏ। ଏହିପରି ରୋଗୀମାନେ କେବଳ ଡାକ୍ତର କିମ୍ବା ଡାଏଟିସିଆନଙ୍କ ପରାମର୍ଶ ପରେ ଆଇସକ୍ରିମ୍ ଖାଇବା ଉଚିତ୍।

ଡିହାଇଡ୍ରେସନ୍:  ଆଇସକ୍ରିମ୍ ହେଉଛି ଏକ ଥଣ୍ଡା ଖାଦ୍ୟ ପଦାର୍ଥ। ଯାହାକୁ ଲୋକମାନେ ଗ୍ରୀଷ୍ମ ସମୟରେ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହାକୁ ଖାଇବା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଶରୀରରେ ଜଳର ଅଭାବ ରହିଥାଏ ଏବଂ ଡିହାଇଡ୍ରେସନ୍ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ସେଥିପାଇଁ ଆଇସକ୍ରିମ ଖାଇବା ପରେ ଅନେକ ଲୋକ ଅଧିକ ତୃଷାର୍ତ୍ତ ଅନୁଭବ କରନ୍ତି ।

ଆଇସକ୍ରିମ୍ ବଦଳରେ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ :
 ଫଳଗୁଡ଼ିକରେ ପ୍ରାକୃତିକ ମିଠା ବା ଚିନି ରହିଥାଏ। ତେଣୁ ଫଳଗୁଡିକ ସ୍ୱାସ୍ଥ୍ୟ ପାଇଁ ଭଲ। ଘରେ ବିନା ଚିନିରେ ବିଭିନ୍ନ ଫଳ ଗୁଡିକୁ ଗ୍ରାଇଣ୍ତିଂ କରି ଫ୍ରିଜ୍ ରେ ରଖି ଆପଣ ଆଇସକ୍ରିମ୍ ପ୍ରସ୍ତୁତ କରି ପାରି ଖାଇ ପାରିବେ।  ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକର। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧରଣ ସୂଚନା ଉପରେ ଆଧାରିତ। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)