Sex ପୂର୍ବରୁ ପୁରୁଷଙ୍କୁ ଏହି ୫ଟି କାର୍ଯ୍ୟ କରିବା ନିତ୍ୟାନ୍ତ ଜରୁରୀ, ନତୁବା ହୋଇପାରେ ଏହି ସମସ୍ୟା
Advertisement

Sex ପୂର୍ବରୁ ପୁରୁଷଙ୍କୁ ଏହି ୫ଟି କାର୍ଯ୍ୟ କରିବା ନିତ୍ୟାନ୍ତ ଜରୁରୀ, ନତୁବା ହୋଇପାରେ ଏହି ସମସ୍ୟା

Healthy Sex Life: ବୈବାହିକ ଜୀବନକୁ ସରସ ସୁନ୍ଦର ଓ ସୁଃଖଦ ବନାଇବା ପାଇଁ ଦମ୍ପତିଙ୍କ ମଧ୍ୟରେ ଦୈହିକ ସମ୍ପର୍କ ନିତ୍ୟାନ୍ତ ଜରୁରୀ। ଏପରି କରିବା ଦ୍ୱାରା ଆପଣଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବା ସହିତ ପ୍ରେମ ଭାବନା ବଢିଥାଏ।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବୈବାହିକ ଜୀବନକୁ ସରସ ସୁନ୍ଦର ଓ ସୁଃଖଦ ବନାଇବା ପାଇଁ ଦମ୍ପତିଙ୍କ ମଧ୍ୟରେ ଦୈହିକ ସମ୍ପର୍କ ନିତ୍ୟାନ୍ତ ଜରୁରୀ। ଏପରି କରିବା ଦ୍ୱାରା ଆପଣଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବା ସହିତ ପ୍ରେମ ଭାବନା ବଢିଥାଏ। ଏହା ସହିତ ଉଭୟଙ୍କ ତ୍ୱଚାରେ ଚମକ ମଧ୍ୟ ବଢିଥାଏ। ୧୪ ଦିନ ମଧ୍ୟରେ ୩ ରୁ ୪ ଥର ଦୈହିକ ସମ୍ପର୍କ ଗଢିବା ଦ୍ୱାରା ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ତେବେ ଏହି ଦୈହିକ ସମ୍ପର୍କ ଗଢିବା ପୂର୍ବରୁ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଥାଏ। ଏପରି ନୁହେଁ କି ପ୍ରଥମ ଥର ଶାରିରୀକ ସମ୍ପର୍କ ଗଢିବା ଦ୍ୱାରା ସମସ୍ୟା ସୃଷ୍ଟି ହୁଏ, ବରଂ ଏହା କାହା ସହିତ ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ଆମକୁ ଏହି ଭୁଲକୁ ସୁଧାରି ସଠିକ ଢଙ୍ଗରେ ନିଜ ପାର୍ଟନର ସହିତ ଦୈହିକ ସମ୍ପର୍କ ଗଢିବାକୁ ହୋଇଥାଏ। ତେବେ ଭୁଲକୁ ବାରମ୍ବାର ଦୋହରାଇଲେ ସେକ୍ସ ଲାଇଫରେ ବହୁତ ଗୁଡ଼ିଏ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଥାଏ।

ତେବେ ବୟସ୍କ ହେବା ପରେ ମଧ୍ୟ ଗୋଟିଏ ସୁସ୍ଥ ଜୀବନ ବିତାଇବା ପାଇଁ ସେକ୍ସ ଜରୁରୀ ହୋଇଥାଏ। କିନ୍ତୁ ପାର୍ଟନର ସହିତ ଦୈହିକ ସମ୍ପର୍କ ଗଢିବା ପୂର୍ବରୁ ଆପଣଙ୍କୁ ଫିଟ ରହିବାକୁ ହେବ। ଆପଣ ଫିଟ ରହିବା ପାଇଁ ଆପଣଙ୍କୁ କିଛି ନିୟମ ମାନିବାକୁ ହେବ। ଯାହା ଆପଣ ଏକ ସୁସ୍ଥ ସେକ୍ସ ଲାଇଫ ବିତାଇପାରିବେ। ଏଥିପାଇଁ ଆପଣଙ୍କୁ ସେକ୍ସୁଆଲ ହାଇଜେନିକ ଟିପ୍ସକୁ ମାନିବାକୁ ହେବ। ଏହାକୁ ଅଣଦେଖା କଲେ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ସଷ୍ଟି ହେବ।

ଦୈହିକ ସମ୍ପର୍କ ପରେ ପରିସ୍ରା ଯିବା ଜରୁରୀ
ଦୈହିକ ସମ୍ପର୍କ ଗଢିବା ପରେ ଆପଣଙ୍କୁ ପରିସ୍ରା ଯିବାକୁ ଆସିଥାଏ। କେବଳ ମହିଳାଙ୍କୁ ନୁହେଁ, ବରଂ ପୁରୁଷଙ୍କୁ ମଧ୍ୟ ପରିସ୍ରା ଲାଗିଥାଏ। କାରଣ ପ୍ରାଇଭେଟ ପାର୍ଟକୁ ସୁସ୍ଥ ରଖିବାକୁ ହେଲେ ଆପଣଙ୍କ ପାଇଁ ପରିସ୍ରା ଯିବା ନିତ୍ୟାନ୍ତ ଜରୁରୀ। ଏପରି ନ କଲେ ଆପଣଙ୍କୁ ୟୁରିନ ଇନଫେକସନ ହେବାର ସମ୍ଭାବନା ରହିଥାଏ। ୟୁରୋଲୋଜି ଡା. ରମଣ ତନଓ୍ୱର କୁହନ୍ତି ୟୁଟିଆଇ (urinary tract infection) ହେବାର ସମ୍ଭାବନା ଯଥେଷ୍ଟ ରହିଥାଏ। ଯଦି ଆପଣ ପରିସ୍ରା ଯାଉଛନ୍ତି ତେବେ ଏହାର ସମ୍ଭାବନା କମିଯାଇଥାଏ। ଏଥିପାଇଁ ଏହାକୁ ଅଭ୍ୟାସରେ ପରିଣତ କରନ୍ତୁ।

ଖାଦ୍ୟ ଖାଇବା ଜରୁରୀ କି?
ହଁ, ସେକ୍ସ ପୂର୍ବରୁ ଖାଦ୍ୟ ଖାଇବା ଜରୁରୀ। କିନ୍ତୁ ଖାଦ୍ୟ ଗ୍ରହଣ କରିବା ଓ ଦୈହିକ ସମ୍ପର୍କ ରଖିବା ମଧ୍ୟରେ ସମୟ ବ୍ୟବଧାନ ରଖିବା ମଧ୍ୟ ଜରୁରୀ। ଖାଦ୍ୟ ଖାଇବାର ସଙ୍ଗେ ସଙ୍ଗେ ସମ୍ଭୋଗ କ୍ରିୟା କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏପରିକି ଗୁରୁତର ରୋଗର ସାମ୍ନା କରିପାରନ୍ତି ଆପଣ। ଏଥିପାଇଁ ଅତି କମରେ ଖାଦ୍ୟ ଖାଇବାର ଦୁଇ ଘଣ୍ଟା ପରେ ଦୈହିକ ସମ୍ପର୍କ ରଖନ୍ତୁ। ଏଭଳି ନ କଲେ ପୁରୁଷମାନେ ଖୁବଶୀଘ୍ର ରୋଗାଗ୍ରସ୍ତ ହୋଇ ପାରନ୍ତି।

ଦୈହିକ ସମ୍ପର୍କ ପରେ ଖାଦ୍ୟ ଖାଆନ୍ତୁ
ସେକ୍ସ କରିବା ପରେ ଆପଣଙ୍କୁ ସାମାନ୍ୟ ଦୁର୍ବଳତା ଅନୁଭବ କରିପାରନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ କି ଆପଣ ସଙ୍ଗେ ସଙ୍ଗେ କିଛି ଖାଦ୍ୟ ଗ୍ରହଣ କରିବେ। ଦୈହିକ ସମ୍ପର୍କରେ କିଛି ସମୟ ପରେ ଗୋଟିଏ କିମ୍ବା ଦୁଇ ଗ୍ଲାସ ପାଣି ପିଅନ୍ତୁ। ଏହା ବ୍ୟତୀତ ଆପଣ କ୍ଷୀର ମଧ୍ୟ ପିଇ ପାରନ୍ତି। ଯଦି ଆପଣ କଦଳୀ କିମ୍ବା ଅନ୍ୟ କିଛି ଫଳ ଖାଇବା ପାଇଁ ଚିନ୍ତା କରୁଥାନ୍ତି ତେବେ ଆପଣ ଏପରି କରିବା ପାଇଁ କଦାପି ଚିନ୍ତା କରନ୍ତୁ ନାହିଁ। କାରଣ ରାତିରେ ଫଳ ଖାଇବାକୁ ଠିକ ନୁହେଁ ବୋଲି କୁହାଯାଏ।

କଣ୍ଡୋମ ବ୍ୟବହାର
ଅନେକ ପୁରୁଷ ସେକ୍ସ ପରେ କଣ୍ଡୋମକୁ ବ୍ୟବହାର ପରେ ଖଟ ତଳେ କିମ୍ବା ଅନ୍ୟ କୌଣସି ସ୍ଥାନ ରଖିଦେଇଥାନ୍ତି। ତେବେ ଏହା ନିଶ୍ଚିତ ଭାବେ ଭୁଲ ତରିକା। ଆପଣଙ୍କୁ ଏଭଳି କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପରିବାର ସଦସ୍ୟ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଆପଣଙ୍କୁ ଦୈହିକ ସମ୍ପର୍କ ପରେ ଖଟରୁ ଓହ୍ଲାଇ କଣ୍ଡୋମକୁ କାଢନ୍ତୁ। ପରେ ଏହାକୁ ବାନ୍ଧି ଦିଅନ୍ତୁ ଓ ଟିସୁ ପେପରରେ ଗୁଡ଼ାଇ ଡଷ୍ଟବିନରେ ରଖିଦିଅନ୍ତୁ।

ପାର୍ଟନରଙ୍କ ନିକଟରେ ଶୋଇ ରୁହନ୍ତୁ
ଅନେକ ଲୋକ ସେକ୍ସ ପରେ ପାର୍ଟନରଙ୍କୁ ଛାଡ଼ି ଚାଲିଯାଇଥାନ୍ତି। ଏପରି କଲେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଥାଏ। ମାନସିକ ସ୍ତରରେ ମଧ୍ୟ ପାର୍ଟନର ଦୁର୍ବଳ ହେବାର ସମ୍ଭାବନା ରହିଛି। କିନ୍ତୁ ଏପରି କରିବା ବିଲକୁଲ ବି ଠିକ ନୁହେଁ। ଦୈହିକ ସମ୍ପର୍କ ପରେ ଆପଣ ପାର୍ଟନରଙ୍କ ନିକଟରେ କିଛି ସମୟ ଶୋଇ ରୁହନ୍ତୁ। ତାଙ୍କ ପ୍ରତି ନିଜର ଭଲପାଇବା ଜାହିର ମଧ୍ୟ କରନ୍ତୁ। ହଟାତ ଉଠି ଯାଇ ପିଲାଙ୍କ ନିକଟରେ ଶୋଇ ରୁହନ୍ତୁ ନାହିଁ। ଲାପଟପ କିମ୍ବା ମୋବାଇଲରେ ନିଜକୁ ବ୍ୟସ୍ତ କରନ୍ତୁ ନାହିଁ। ଜଣେ ରିଲେସନ ଏକ୍ସପର୍ଟ ଏହି ସବୁ ଦିଗ ଉପରେ ଅନେକ ବାର ଜୋର ଦେଇ ଆସୁଛନ୍ତି।

ଏକ ସୁସ୍ଥ ସେକ୍ସ ଲାଇଫ ବିତାଇବା ପାଇଁ ପୁରୁଷଙ୍କୁ ସେକ୍ସ ପୂର୍ବରୁ ଉପରୋକ୍ତ ଦିଗ ଉପରେ ଧ୍ୟାନ ଦେବା ଜରୁରୀ ଅଟେ। ଉପରୋକ୍ତ ଦିଗ ଉପରେ ଧ୍ୟାନ ଦେଲେ ଆପଣ ଏକ ସଫଳ ତଥା ସୁସ୍ଥ ସେକ୍ସ ଲାଇଫ ବିତାଇ ପାରିବେ। ଏହା ସହିତ ସେକ୍ସ ଲାଇଫକୁ ବେଶ ମଜାଦାର ଢଙ୍ଗରେ ମଧ୍ୟ ବଞ୍ଚି ପାରିବେ।

ଏହା ବି ପଢ଼ନ୍ତୁ: Health Tips: ତକିଆ ତଳେ ମୋବାଇଲ୍ ରଖି ଶୋଉଛନ୍ତି କି? ହୋଇଯାଆନ୍ତୁ ସାବଧାନ