Tulsi Seeds Benefits: ଏହି ସବୁ ରୋଗ ପାଇଁ ସଞ୍ଜୀବନୀ ତୁଳସୀ ମଞ୍ଚି
Advertisement
Article Detail0/zeeodisha/odisha1446963

Tulsi Seeds Benefits: ଏହି ସବୁ ରୋଗ ପାଇଁ ସଞ୍ଜୀବନୀ ତୁଳସୀ ମଞ୍ଚି

Tulsi Seeds Benefits: ତୁଳସୀ ପତ୍ରର ଅନେକ ଔଷଧିୟ ଗୁଣ ରହିଛି। ତୁଳସୀକୁ ଔଷଧିୟ ଗୁଣର ଭଣ୍ତାର ବୋଲି କୁହାଯାଏ । କେବଳ ତୁଳସୀ ପତ୍ର ନୁହେଁ, ତୁଳସୀ ମଞ୍ଚିର ଫାଇଦା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ବେଶ ଅଧିକ ରହିଛି । ତୁଳସୀ ମଞ୍ଚିରେ ପ୍ରୋଟିନ୍, ଫାଇବର, କାର୍ବୋହାଇଡ୍ରେଟ୍, ଓମେଗା ୩ ଫ୍ୟାଟି ଏସିଡସ , ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ଅଟେ ।

Tulsi Seeds Benefits: ଏହି ସବୁ ରୋଗ ପାଇଁ ସଞ୍ଜୀବନୀ ତୁଳସୀ ମଞ୍ଚି

Tulsi Seeds Benefits: ତୁଳସୀ ପତ୍ରର ଅନେକ ଔଷଧିୟ ଗୁଣ ରହିଛି। ତୁଳସୀକୁ ଔଷଧିୟ ଗୁଣର ଭଣ୍ତାର ବୋଲି କୁହାଯାଏ । କେବଳ ତୁଳସୀ ପତ୍ର ନୁହେଁ, ତୁଳସୀ ମଞ୍ଚିର ଫାଇଦା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ବେଶ ଅଧିକ ରହିଛି ।  ତୁଳସୀ ମଞ୍ଚିରେ ପ୍ରୋଟିନ୍, ଫାଇବର, କାର୍ବୋହାଇଡ୍ରେଟ୍, ଓମେଗା ୩ ଫ୍ୟାଟି ଏସିଡସ , ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ଅଟେ । ଭିଜାଇଥିବା  ତୁଳସୀ ମଞ୍ଜି ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ଉପକାର ମିଳିଥାଏ । ତୁଳସୀ ମଞ୍ଚି ଖାଇବା ଦ୍ୱାରା ମଧୁମେହ ଏବଂ ହଜମ ସମ୍ବନ୍ଧୀୟ ଅନେକ ରୋଗର ଆଶଙ୍କା ଦୂର ହୋଇଯାଏ ।

ମଧୁମେହରେ ଉପକାରୀ ସାବ୍ୟସ୍ତ ତୁଳସୀ ମଞ୍ଚି : ମଧୁମେହରେ ପୀଡିତ ଥିବା ବ୍ୟକ୍ତିମାନଙ୍କ ପାଇଁ ରାମବାଣ ପାଲଟି ଥାଏ ତୁଳସୀ ମଞ୍ଚି । ତୁଳସୀ ମଞ୍ଚିକୁ ଗରମ କ୍ଷୀରରେ ମିଶାଇ ଖାଇବା ଦ୍ବାରା ଶରୀରକୁ ବେଶ ଫାଇଦା ମିଳିଥାଏ । ଏହି ମଞ୍ଜିରେ ଥିବା ଡାଏଟାରୀ ଫାଇବରଗୁଡ଼ିକ ରକ୍ତ ଶର୍କରାକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ । 

ହଜମ ପାଇଁ ରାମବାଣ ହୋଇଥାଏ ତୁଳସୀ ମଞ୍ଚି :
ତୁଳସୀ ମଞ୍ଜିରେ ଥିବା ପୋଷକ ତତ୍ତ୍ୱ ହଜମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତୁଳସୀରେ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ। ଯାହାଦ୍ୱାରା ଗ୍ୟାସ, ଅମ୍ଳତା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ :
ତୁଳସୀ ମଞ୍ଜିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ତୁଳସୀ ମଞ୍ଜି ଖାଇବା ଦ୍ୱାରା ଥଣ୍ଡା ଏବଂ କାଶ ଭଳି ସମସ୍ୟା ରହି ନ ଥାଏ  । 

ଦାନ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ :
ତୁଳସୀ ମଞ୍ଜି ଖାଇବା ଦ୍ବାରା, ଦାନ୍ତ କି ମାଢି ଜନିତ ସମସ୍ୟା ରହେ ନାହିଁ । ବିଶେଷ କରି ଦାନ୍ତବିନ୍ଧାରୁ ମଧ୍ୟ ମୁକ୍ତି ଦେଇଥାଏ ତୁଳସୀ ମଞ୍ଚି । ଏହା ପାଟିରୁ ଦୁର୍ଗନ୍ଦକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ ।

ଚର୍ମ ଏବଂ କେଶ ପାଇଁ ଲାଭଦାୟକ  :
ତୁଳସୀ ମଞ୍ଚି କେବଳ ଦାନ୍ତ ଜନିତ ସମସ୍ୟା ଦୂର କରେ ନାହିଁ । ବରଂ ମଞ୍ଜିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କେଶ ଏବଂ ଚର୍ମ ପାଇଁ ମଧ୍ୟ ଲାଭଦାୟକ ଅଟେ। ନଡିଆ ତେଲ ସହିତ ତୁଳସୀ ମଞ୍ଚିକୁ ମିଶ୍ରଣକୁ ଚର୍ମରେ ପ୍ରୟୋଗ କରିବା ଦ୍ବାରା ଚର୍ମରେ ଚମକ ଆସିଥାଏ । ସେହିପରି ଏହି ମିଶ୍ରଣକୁ ମଧ୍ୟ କେଶରେ ଲଗାଇବା ଦ୍ବାରା କେଶ ମଜବୁତ ହୋଇଥାଏ । ଏବଂ କେଶ ଝଡିବା ବନ୍ଦ ହୋଇଥାଏ । 

ଓଜନ ହ୍ରାସ କରିଥାଏ :
ଓଜନ କମାଇବା ପାଇଁ ତୁଳସୀ ମଞ୍ଚି ବହୁତ ଲାଭଦାୟକ । ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆପଣ, ତୁଳସୀ ମଞ୍ଚିକୁ ଥଣ୍ତା ପାଣିରେ ଭିଜାଇ , ଏହାକୁ ସକାଳେ ସେବନ କରିପାରିବେ। ଏହା ଦ୍ବାରା ଆପଣଙ୍କୁ ଅନେକ ଫାଇଦା ମିଳିବ । ଏହା ମେଟାବୋଲିଜିମ୍ (metabolism) ଉନ୍ନତି କରେ । ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରନ୍ତି । ଭୋକକୁ ନିୟନ୍ତ୍ରଣ କରିବା ପାଇଁ ତୁଳସୀ ମଞ୍ଜି ବେଶ ସହାୟକ ହୋଇଥାଏ ।